ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସକ୍ରିୟ ହେବାରେ ଲାଗିଛନ୍ତି ବାଲି ଓ ଗୋଡ଼ି ଦଲାଲ,ବିଭାଗୀୟ ଅଧିକାରୀ ନୀରବ

ସକ୍ରିୟ ହେବାରେ ଲାଗିଛନ୍ତି ବାଲି ଓ ଗୋଡ଼ି ଦଲାଲ,ବିଭାଗୀୟ ଅଧିକାରୀ ନୀରବ

ଯୋଡ଼ା – ଖଣି ଅଞ୍ଚଳ ବୋଲି ସବୁ ଥିରେ କଣ ଘଟୁଥିବ ଅବ୍ୟବସ୍ଥା ? ଆଜିବି ଅଞ୍ଚଳର ବହୁ ରାସ୍ତାଘାଟ ଖାଲ ଢିପ ରହିଥିବା ବେଳେ ପ୍ରଦୂଷଣ ଜନିତ ବାତାବରଣ ସହିତ ରାସ୍ତା ଘାଟରେ ବାରମ୍ବାର ମର୍ମନ୍ତୁତ ଦୁର୍ଘଟଣା ହ୍ରାସ ପାଇବାରେ ନାମ ଧରୁନଥିବା ବେଳେ ଅଞ୍ଚଳରେ ଆଉ ଏକ ଅବ୍ୟବସ୍ଥା ଭିତରେ ଖଣି ସହରବାସୀ ସୁଝୁଥିବାର ଦେଖିବାକୁ ମିଳେ।ତେବେ ସୂଚନା ଯୋଗ୍ୟ ସହରରେ ଦାୟିତ୍ବବାନ ଅଧିକାରୀଙ୍କ ନୀରବତା ତଥା ଅବହେଳା ହେତୁ ବଢିବାରେ ଲାଗିଛି ବାଲି/ ଗୋଡ଼ି(ଚିପ୍ସ ପଥର) ଭଳି ଜରୁରୀ ଘର ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀର କଳାବଜାରୀ।ବିଭାଗୀୟ ଅଧିକାରୀଙ୍କ ଉଦାସନୀତା ଯୋଗୁଁ ଅଞ୍ଚଳର ପ୍ରମୁଖ କେତେ ଜଣ ଏହିପରି ଭାବରେ ଦିନକୁ ଦିନ ସକ୍ରିୟ ହୋଇ ବାଲି/ ଗୋଡ଼ି ଦଲାଲି କାର୍ଯ୍ୟ ବଢିବାରେ ଲାଗିଛି ଯେ ସାଧାରଣ ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।ତେବେ ଉକ୍ତ ମଧ୍ୟରୁ କେତେ ଜଣ ସହରର ବାଲି/ ଗୋଡ଼ି କମ ଦରରେ ଆଣି,ବାନେଇକଳା ଅଞ୍ଚଳର କେତେକ ସ୍ଥାନରେ ମହଜୁଦ ରଖି ଅଭାବୀ ବିକ୍ରି ସୃଷ୍ଟି କରି ଉଚ୍ଚା ଦରରେ ବିକ୍ରୀ କରି ପୁଳାପୁଳl ଅର୍ଥ ହାସଲ କରିବା ଏକ ଲକ୍ଷ ପାଲଟି ଥିବାବେଳେ କେବଳ ଦାୟିତ୍ବବାନ ଅଧିକାରୀଙ୍କ ନୀରବତା ଯୋଗୁଁ କେତେକ ପ୍ରମୁଖ ଦଲାଲଙ୍କ କଳାବଜାରୀ ବଢିବାରୁ ସହରବାସୀ ହିନସ୍ଥା ହୁଅନ୍ତି।ତେବେ ଘର ନିର୍ମାଣରେ ବ୍ୟବହୃତ ନିହାତି ଜରୁରୀ ସାମଗ୍ରୀ ବାଲି/ ଗୋଡ଼ି ଉପରେ ଦାୟିତ୍ବବାନ ଅଧିକାରୀ ଯଦି ଏହିପରି ଭାବରେ ବାରମ୍ବାର ଅବହେଳା କରି ନୀରବତା ଅବଲମ୍ବନ କରିବେ ତେବେ ଗୋଟିଏ ସାଧାରଣ ଲୋକ ନିଜର ଜୀବନ ଭରର ସଞ୍ଚିତ ଧନରେ ଘରଟିଏ ଗଢ଼ିବା କଷ୍ଟ ସାଧ୍ୟ ହୋଇବ ବୋଲି ବୁଦ୍ଧିଯିବୀ ମହଲରେ ମତ ପ୍ରକାଶ ପାଏ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

Cuttack Sadar 42 Mouza cultural festival held.

masiha

ଆଦିବାସୀ ପରିବାରଙ୍କ ଘର ଭଙ୍ଗା ଓ ବଳପୂର୍ବକ ଉଚ୍ଛେଦ ଉପରେ ତୁରନ୍ତ ରୋକ ଲାଗି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି

ଅବହେଳିତ ଅବସ୍ଥାରେ ଉମରକୋଟ ବ୍ଳକ ସଂସାରୀ ପ୍ରାଥମିକ ବିଦ୍ୟାଳୟ 

masiha

Leave a Comment

error: Content is protected !!