ଜୁନାଗଡ଼ ହାଇସ୍କୁଲ ର ପୁର୍ବତନ ଶିକ୍ଷକ ପିତାମ୍ବର ବିଶି ଙ୍କ ବିୟୋଗ ରେ ପୁରାତନ ଛାତ୍ର ଙ୍କ ସ୍ମୃତି ଚାରଣ ଓ ଶୋକ ସଭା ଅନୁଷ୍ଠିତ
ଜୁନାଗଡ଼୨୧/୮ ( ମନୀସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାଇସ୍କୁଲ ର ପୂର୍ବତନ ଶିକ୍ଷକ ପିତାମ୍ବର ବିଶି ଙ୍କ ବିୟୋଗ ରେ ଜୁନାଗଡ଼ ହାଇସ୍କୁଲ ଠାରେ ପୁରାତନ ଛାତ୍ର ମାନଙ୍କ ଦ୍ୱାରା ଏକ ସ୍ମୃତିଚାରଣ ଓ ଶୋକ ସଭା ଅନୁଷ୍ଠିତ ହୋଇଥିଲା l ହାଇସ୍କୁଲ ର ପୁରାତନ ଛାତ୍ର ସଂସଦ ସଭାପତି ସନ୍ତୋଷ କୁମାର ସିଂହଦେଓ ଙ୍କ ଆବାହକ ରେ ଅନୁଷ୍ଠିତ ଏହି ଶୋକ ସଭାରେ ଜୁନାଗଡ଼ ହାଇସ୍କୁଲ ର
ବିଭିନ୍ନ ବ୍ୟାଚ ର ପୁରାତନ ଛାତ୍ର ଅଂଶ ଗ୍ରହଣ କରିଥିଲେ l ପ୍ରଥମେ ସ୍ବର୍ଗତ ପିତାମ୍ବର ବିଶି ଙ୍କ ଫଟୋ ଚିତ୍ର ରେ ପୁଷ୍ପାଞ୍ଜଳୀ ଅର୍ପଣ କରିବା ସହ ସ୍ବର୍ଗତ ଆତ୍ମା ର ସଦଗତି କାମନା ପୂର୍ବକ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଏହାପରେ ଉପସ୍ଥିତ ଥିବା ପୁରାତନ ଛାତ୍ର ସଂସଦ ସମ୍ପାଦକ କୁବଳେଶ୍ୱର ପାଣିଗ୍ରାହୀ ସଭାପରିଚାଳନା କରିଥିଲେ l ଜୁନାଗଡ଼ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ, ବରିଷ୍ଠ ଶିକ୍ଷକ ମଳୟ ମୁଣ୍ଡ,ବିଘ୍ନରାଜ ବରାଡ଼,ସରୋଜ ପଣ୍ଡା,ସଞ୍ଜୟ ଅଗ୍ରୱାଲ, ନରେଶ ଅଗ୍ରୱାଲ, ମୁନା ପୁରୋହିତ,ଗଙ୍ଗାଧର ଦାଶ, ଦୁର୍ଗା ପ୍ରସାଦ ନାଏକ, ଦିଲୀପ ଧଙ୍ଗଡାମାଝୀ, ମନୋରଞ୍ଜନ ସାହୁ,ବଂଶୀଧର ନାଏକ ପ୍ରକାଶ ଅଗ୍ରୱାଲ ପ୍ରମୁଖ ସ୍ବର୍ଗତ ଶିକ୍ଷକ ପିତାମ୍ବର ବିଶି ଙ୍କ ସ୍ମୃତି ଚାରଣ କରିଥିଲେ l ଆଗାମୀ ଦିନରେ ସ୍ବର୍ଗତ ପିତାମ୍ବର ବିଶି ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ବିଭିନ୍ନ ବ୍ୟାଚ ର ପୁରାତନ ଛାତ୍ର ମାନଙ୍କୁ ନେଇ କରାଯିବା ସହ ବିଭିନ୍ନ ବ୍ୟାଚ ର ପୁରାତନ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯିବl ଓ ପୁରାତନ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଉପସ୍ଥିତ ଥିବା ଛାତ୍ର ମାନେ ନିଷ୍ପତି ନେଇଥିଲେ l
ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

