ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗର ଅଭିନବ ପଦକ୍ଷେପ ଅଧାରୁ ପାଠ ଛାଡ଼ିଥିବା ୮ ପିଲା ହେଲେ ସ୍କୁଲମୁହାଁ

ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗର ଅଭିନବ ପଦକ୍ଷେପ

ଅଧାରୁ ପାଠ ଛାଡ଼ିଥିବା ୮ ପିଲା ହେଲେ ସ୍କୁଲମୁହାଁ

ଲାଞ୍ଜିଗଡ଼,୨୧/୦୮(ମନିସ)-ଗରିବୀ ଓ ପରିବାରର ଦୁର୍ବଳ ଆର୍ଥିକ ସ୍ଥିତି ତଥା ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଅନେକ ଶିଶୁ ସ୍କୁଲଶିକ୍ଷା କରିପାରୁନଥିବାବେଳେ କେତେକ କ୍ଷେତ୍ରରେ ଅଧାରେ ପାଠ ଛାଡୁଛନ୍ତି ଅନେକ କୋମଳମତି ଛାତ୍ରଛାତ୍ରୀ। ତେବେ ସ୍କୁଲଦ୍ୱାର ମାଡିନଥିବା ଓ ଅଧାରୁ ପାଠ ପଢ଼ାରେ ଡୋରି ବାନ୍ଧିଥିବା ଛାତ୍ରଛାତ୍ରୀଙ୍କୁ ପୁଣି ସ୍କୁଲମୁହାଁ କରିବାକୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଗତ ଗ୍ରୀଷ୍ମ ଛୁଟି ସମୟରେ ଶିକ୍ଷା ବିଭାଗ ତରଫରୁ ଘରକୁ ଘର ବୁଲି ସ୍କୁଲ ଦ୍ୱାର ମାଡିନଥିବା ଓ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ପରେ ‘ଆସ ସ୍କୁଲ ଯିବା ଅଭିଯାନ’ ଜରିଆରେ ଆଦୌ ସ୍କୁଲ ଯାଇନଥିବା ଓ ଅଧାରୁ ପାଠ ଛାଡ଼ିଥିବା ଶିଶୁମାନଙ୍କୁ ପୁଣି ସ୍କୁଲମୁହାଁ କରିବାକୁ ଅଭିଯାନ ଆରମ୍ଭ କରିଛି ଶିକ୍ଷା ବିଭାଗ। ଏହାକୁ ଦୃଷ୍ଟିରେ ରଖି ଏହି ଅଭିନବ ପ୍ରୟାସରେ ସାମିଲ ହୋଇଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ। ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଋଷିଆ ମେହେରଙ୍କ ନେତୃତ୍ୱରେ ଚାଲିଥିବା ଏହି ଅଭିଯାନ ଦ୍ୱାରା ବ୍ଲକ ଅଞ୍ଚଳର ଶତାଧିକ ଶିଶୁଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି। ସେହିପରି ଏହି ପ୍ରକ୍ରିୟାରେ ଆଜି ଗୋବର୍ଦ୍ଧନପୁର କ୍ଳଷ୍ଟର ଅନ୍ତର୍ଗତ ଆମ୍ବଝରି ଗାଁର ୨ଜଣ ପୁଅ ଓ ୬ଜଣ ଝିଅଙ୍କୁ ଉଦ୍ଧାର କରି ଆଜି କମର୍ଦ୍ଧା ସ୍କୁଲରେ ଭର୍ତ୍ତି କରାଯାଇଛି। ଏଥିରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମେହେରଙ୍କ ସହିତ କ୍ଳଷ୍ଟର ସଂଯୋଜକ କୁମାର ଗୌରବ ପରିଡ଼ା ଉପସ୍ଥିତ ରହି ସ୍କୁଲରେ ନାମ ଲେଖାଇବାକୁ ଉଦ୍ୟମ କରିଥିଲେ। ଏହି ଅବସରରେ କମର୍ଦ୍ଧା ହାଇସ୍କୁଲର ପ୍ରଧାନଶିକ୍ଷକ ହିମାଂଶୁ ଶେଖର ମହାପାତ୍ର, ବରିଷ୍ଠ ଶିକ୍ଷୟିତ୍ରୀ ଅର୍ଚ୍ଚନା ମିଶ୍ରଙ୍କ ସହିତ କ୍ଳଷ୍ଟର ସଂଯୋଜକ ପ୍ରକାଶ ପ୍ରଧାନ, କମର୍ଦ୍ଧା ସରପଞ୍ଚ ସନ୍ତୋଷ ମାଝୀ ପ୍ରମୁଖ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ। ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗର ଏହି ଉଦ୍ୟମକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଇଛି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଭୁବନେଶ୍ୱରରେ ସମ୍ମାନିତ ହେଲେ ଖଇରା ବ୍ଲକ୍ ସମାଜସେବୀ

masiha

ସର୍ଗୀଗୁଡ଼ା ପଞ୍ଚାୟତ ର ପୂର୍ବତନ ସରପଞ୍ଚଙ୍କ ଦେହାନ୍ତ 

masiha

ଶିକ୍ଷକଙ୍କ ଠାରୁ ୯0 ହଜାର ଟଙ୍କା ଲୋଟି ନେଲେ ସାଇବର ଠକ

Sunil Chandra Nayak

Leave a Comment

error: Content is protected !!