ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀମଦ ଭାଗବତ କଥା ଜ୍ଞାନ ଯଜ୍ଞ ଆୟୋଜନ ପ୍ରସ୍ତୁତି

ଶ୍ରୀମଦ ଭାଗବତ କଥା ଜ୍ଞାନ ଯଜ୍ଞ ଆୟୋଜନ ପ୍ରସ୍ତୁତି

ନର୍ଲା,୨୧/୮ କଳାହାଣ୍ଡି ସ୍ଥିତ ରୁପ୍ରାରୋଡ ଶର୍ମା ପରିବାରଙ୍କ ସୌଜନ୍ୟରେ ରୂପ୍ରାରୋଡ଼ରେ ଶ୍ରୀମଦ ଭାଗବତ କଥା ଜ୍ଞାନ ଯଜ୍ଞ ଆୟୋଜନ ହେବାକୁ ସ୍ଥିର କରାଯାଇଛି। ଏହା ଚଳିତ ମାସ ୨୫ ତାରିଖ ଠାରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ପାପନାଶିନୀ ଓ ମୋକ୍ଷଦାୟିନୀ ସଙ୍ଗୀତମୟୀ ଶ୍ରୀମଦ୍‌ଭାଗବତ କଥା ଜ୍ଞାନ ଯଜ୍ଞର ଆୟୋଜନ ଶ୍ରୀ ଦେବସର ଧାମରେ କରାଯାଇଛି। ଯେଉଁଠାରେ କଥା-ବ୍ୟାସ ଭାବେ ବ୍ରହ୍ମଚାରୀ ଶ୍ରୀ କୌଶିକ ଚୈତନ୍ୟଜୀ ମହାରାଜ ଅବତୀର୍ଣ୍ଣ ହେବେ ଏବଂ କର୍ତା ଶ୍ରୀ ରାଧେଶ୍ୟାମ ଶର୍ମା ତାଙ୍କ ସପତ୍ନୀ ସହିତ ପୂଜା କାର୍ଯ୍ୟ ତୁଲାଇବେ।

କାର୍ଯ୍ୟକ୍ରମ ଅନୁସାରେ ସୋମବାର ୨୫ ଅଗଷ୍ଟ ପ୍ରଭାତ ୯ଟାରେ କଳଶ ଯାତ୍ରା, ଦେବପୂଜନ ଓ କଥାର ଶୁଭାରମ୍ଭ ହେବ। ୨୬ ଅଗଷ୍ଟରେ ପରୀକ୍ଷିତ ସଂବାଦ, ଶୁକଦେବ ଆଗମନ ଓ ହିରଣ୍ୟାକ୍ଷ ବଧ, ୨୭ ଅଗଷ୍ଟରେ କପିଲ ଅବତାର ଓ ଧ୍ରୁବ ଚରିତ୍ର ୨୮ ଅଗଷ୍ଟରେ ବାମନ ଚରିତ୍ର, ବାସୁଦେବ ଜନ୍ମ ଓ ଶ୍ରୀକୃଷ୍ଣ ଜନ୍ମ; ୨୯ ଅଗଷ୍ଟରେ ଶ୍ରୀକୃଷ୍ଣ ବାଳଲୀଳା, ଦାନଲୀଳା ଓ ଗୋବର୍ଧନ ଲୀଳା, ୩୦ ଅଗଷ୍ଟରେ ଗୋପୀଗୀତ, ମହାରାସ ଓ ରୁକ୍ମିଣୀ ବିବାହ ଓ ୩୧ ଅଗଷ୍ଟରେ ଶ୍ରୀକୃଷ୍ଣ–ସୁଦାମା ଚରିତ୍ର, ପରୀକ୍ଷିତ ମୋକ୍ଷ ସହିତ କଥା ସମାପନ ହେବ। ପୂର୍ଣ୍ଣାହୁତି ଓ ହବନ ୧ ସେପ୍ଟେମ୍ବର ପ୍ରଭାତରେ ହେବାକୁ ନିର୍ଦ୍ଧାରିତ ହୋଇଛି। ପ୍ରତିଦିନ କଥାର ସମୟ ଦୁଇପହର ୩ଟାରୁ ୭ଟା ପର୍ଯ୍ୟନ୍ତ ରହିବ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଶେଷ ହେଲା ମା ଇଦଲାମା ଠାକୁରାଣୀ ଘଟ ଯାତରା

ଧନ୍ବନ୍ତରୀ ଜୟନ୍ତୀ ପାଳିତ 

masiha

ପାର୍ବତୀପୁର ଗାଁରେ ହୋଲି ମେଳନ ଅନୁଷ୍ଠିତ

masiha

Leave a Comment

error: Content is protected !!