ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଦୁର୍ଗା ପୂଜା ନିମନ୍ତେ ଭୂମି ପୂଜନ

ଦୁର୍ଗା ପୂଜା ନିମନ୍ତେ ଭୂମି ପୂଜନ

 ରାୟଗଡା :- ଜେକେପୁର, – ବହୁ ପ୍ରସିଦ୍ଧ ଏବଂ ଐତିହ୍ୟବାହୀ ଜେକେପୁର ଦୁର୍ଗା ପୂଜା ଉତ୍ସବ ନିମନ୍ତେ ଆଜି ଅପରାହ୍ଣରେ ଭୂମି ପୂଜନ କାର୍ଯ୍ୟକ୍ରମ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଗଲା। ପରମ୍ପରାଗତ ପୂର୍ବଜ ପ୍ରଥା ଅନୁସାରେ, ଏହି ଭୂମି ପୂଜା କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ମୁଖ୍ୟ ବିନୟ ଦ୍ୱିବେଦୀ। ମନ୍ତ୍ରୋଚ୍ଚାର ଓ ବିଧିବିଧାନ ମାଧ୍ୟମରେ, ଆଗାମୀ ଦୁର୍ଗା ପୂଜା ସଫଳ ହେବା ପାଇଁ ପ୍ରାର୍ଥନା କରାଗଲା।

ଏହି ସୁଯୋଗରେ ବିଶ୍ୱଜିତ୍ ଦ୍ୱିବେଦୀ, ଉପସଭାପତି (ବାଣିଜ୍ୟ), ରାଘବେନ୍ଦ୍ର ହାର୍ବର, ଉପସଭାପତି (ଉତ୍ପାଦନ) ସହିତ ଅନ୍ୟାନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ହୋଇଥିଲେ।ସ୍ଥାନୀୟ ଲୋକମାନେ ମଧ୍ୟ ବିଶେଷ ଉତ୍ସାହ ସହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସମ୍ପୂର୍ଣ୍ଣ ଜେକେପୁର ଅଞ୍ଚଳରେ ପୂଜା ପ୍ରସ୍ତୁତି ନେଇ ଉତ୍ସବୀୟ ପରିବେଶ ସୃଷ୍ଟି ହୋଇଛି। ଜେକେପୁର ଦୁର୍ଗା ପୂଜା ପ୍ରତିବର୍ଷ ବିଭିନ୍ନ ସାହିତ୍ୟିକ, ସାମ୍ପ୍ରଦାୟିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆୟୋଜିତ ହୁଏ। ସମଗ୍ର ଜିଲ୍ଲାରୁ ଭକ୍ତମାନେ ଏଠାକୁ ଆସି, ପୂଜାର ଆନନ୍ଦରେ ସାମିଲ ହୁଅନ୍ତି। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

Sunil Chandra Nayak

ଶ୍ରୀ ଶ୍ରୀ ଅଭିରାମ ଯୋଗାଶ୍ରମ ପକ୍ଷରୁ ସନାତନ ଧର୍ମ ସମ୍ମିଳନୀ, ବିଶ୍ବଶାନ୍ତି ନାମ ଓ ମହାଯଜ୍ଞ ଅନୁଷ୍ଠିତ

Sunil Chandra Nayak

ବାଲିଗୁଡ଼ା ବନଖଣ୍ଡ ରୁ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରା ରେ ରଥ ନିର୍ମାଣ ପାଇଁ କାଠ ଗଲା

Sunil Chandra Nayak

Leave a Comment

error: Content is protected !!