ତିର୍ତ୍ତୋଲ :-05/02/23 / ଜଗତସିଂହପୁର ଜିଲ୍ଲାର କେରକେରା ଗ୍ରାମରେ ଅବସ୍ଥିତ ବାବା ଗୋରେଖନାଥଙ୍କ ଜନ୍ମଦିନ ଉତ୍ସବ ଯଥାରୀତି ଅନୁସାରେ ପାଳିତ ହୋଇଯାଇଛି ! ଆଜି ମାଘମାସ ଶୁକ୍ଲପକ୍ଷ ଅଗ୍ନିଉତ୍ସବ ପୂର୍ଣ୍ଣିମା ! ଏହି ଦିନକୁ ସିଦ୍ଧବାବା ଗୋରେଖନାଥଙ୍କ ଜନ୍ମଦିବସ ଭାବେ, ଶ୍ରଦ୍ଧାଳୁ ଭକ୍ତମାନେ ମହାସମାରୋହରେ ପାଳିତ କରିଥାନ୍ତି ! ପ୍ରଭାତରୁ ବାବାଙ୍କ ନୀତିକାନ୍ତି ପୂଜାର୍ଚନା କରାଯାଇ, ଅନ୍ନପ୍ରସନ୍ନ କରାଯାଇ ଭକ୍ତ ମାନଙ୍କୁ ଭୋଜନ କରାଯାଇଥାଏ ! ବାବା ଗୋରେଖନାଥ ସର୍ପଘାତ ବ୍ୟକ୍ତିଙ୍କ ପାଇଁ ବରଦାନ ସ୍ୱରୂପ ! ବହୁ ଦୂର ଦୁରାନ୍ତରୁ ଶୁଭ ମାନସୀ ଭକ୍ତଙ୍କ ସମାଗମ ହୋଇଥାଏ ! ଏହି ପୀଠ କଟକ ପାରାଦ୍ୱୀପ ରାସ୍ତାର ଜଇପୁର ଛକ ଠାରୁ ଅନତିଦୂର କେରକେରା ଗ୍ରାମରେ ଅବସ୍ଥିତ ! ଆଜି ବାବାଙ୍କ ଜନ୍ମଦିନରେ ଅନେକ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ଥିବାର ଜଣାଯାଇଛି !