ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଅସୁରଗଡ଼ରେ ବୈଦିକ ମହାଯଜ୍ଞ

ଅସୁରଗଡ଼ରେ ବୈଦିକ ମହାଯଜ୍ଞ

ସମାଜ ସଂସ୍କାରଧର୍ମୀ ସାର୍ବଜନୀନ ସଂଗଠନ ‘ବିଶ୍ବ ବୈଦିକ ପରିବାର’ ଆନୁକୂଲ୍ୟରେ ଅସୁରଗଡ଼ ଠାରେ ବୈଦିକ ମହାଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ପ୍ରଣବ କିଶୋର ପଟ୍ଟନାୟକ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ପ୍ରାଚୀନ ବୈଦିକ ସଂସ୍କୃତିର ପୁନଃପ୍ରତିଷ୍ଠା ପାଇଁ ଆହ୍ବାନ ଦେଇଥିଲେ। ଗୁରୁଦେବ ସନ୍ନ୍ୟାସୀ ଶ୍ରୀ ଆତ୍ମାନନ୍ଦଙ୍କ ରଚିତ ବେଦ ମନ୍ତ୍ରର ଉତ୍କଳୀୟ ପଦ୍ୟାନୁବାଦ ପରିବେଷଣ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ଦ୍ବାରା ବେଶ୍ ଆଦୃତ ହୋଇଥିଲା। ମୁଖ୍ୟକ୍ଷେତ୍ର ପ୍ରଚାରକ ବିଦ୍ୟାଧର ଶବର, ବରିଷ୍ଠ କର୍ମକର୍ତ୍ତା ଭାଗ୍ୟଲକ୍ଷ୍ମୀ ଦେବୀ, ଚନ୍ଦ୍ର ଭୂଷଣ ମାଣ୍ଡାଙ୍ଗି ପ୍ରମୁଖ ବୈଦିକ ମହାଯଜ୍ଞ ପରିଚାଳନା କରିଥିବା ବେଳେ ଗୋବିନ୍ଦ ଗୌଡ଼, ଭୂପତି ରଣା, କୁନୁ ପ୍ରଧାନ, ଟଙ୍କଧର ରଣା,ଶରତ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମହାଯଜ୍ଞ କାର୍ଯ୍ୟକ୍ରମରେ ୩୦୦ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ଯୋଗ ଦେଇଥିଲେ। ଶେଷରେ ଗ୍ରାମବାସୀଙ୍କ ତରଫରୁ ବିରଞ୍ଚି ରଣା ଧନ୍ୟବାଦ ଅର୍ପଣ କରିଥିଲେ।

 ମ ରାମପୁର ରୁ ଦିଲ୍ଲିପ କୁମାର ମିଶ୍ର ଙ୍କ ରିପୋର୍ଟ

Related posts

ହରି ହର ଭେଟ କାର୍ଯ୍ୟକ୍ରମ

masiha

ଆସିକା ଖମ୍ବେଶ୍ବରୀ ପାଟଣା ଶ୍ରୀଜଗନ୍ନାଥ କଥାମୃତ ଜ୍ଞାନଯଜ୍ଞ

Sunil Chandra Nayak

ଧର୍ମଗଡ ରେ ନାଗବମ୍ ଶିବ ଭକ୍ତ ଶ୍ରାବଣ ର ତୃତୀୟ ସୋମବାର…. ୩କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଶିବ ମନ୍ଦିର ରେ ଜଳ ଲାଗି କଲେ ଧର୍ମଗଡ ବସ୍ତିପଡ଼ାର ଶିବ ଭକ୍ତ।

Sunil Chandra Nayak

Leave a Comment

error: Content is protected !!