ଫୁଲବାଣୀ ଜିରୀଙ୍ଗିପଡା ଠାରେ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁର ଙ୍କର ଜନ୍ମ ଚତୁର୍ଦ୍ଦଶୀ ଚନ୍ଦନ ଯାତ୍ରା ଶୁଭାରମ୍ଭ #ବିରାଟ ପଟୁଆର ର କଳସ ପରିକ୍ରମା ଶୋଭାଯାତ୍ରା ସମ୍ପର୍ଣ୍ଣ
ଫୁଲବାଣୀ ତା ୩୦/୪ – ପ୍ରଭୁ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ନାଥ ଠାକୁର ଙ୍କ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫୁଲବାଣୀ ସଦର ମହକୁମା ମଧ୍ୟ ସ୍ଥିତ ଜିରୀଙ୍ଗିପଡା ଠାରେ ଥିବା ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ନାଥ ଠାକୁର ଙ୍କ ର ମନ୍ଦିର ପ୍ରାଙ୍ଗଣ ରେ ଠାକୁର ଙ୍କ ର ୨୭ ତମ ଜନ୍ମ ଚତୁର୍ଦ୍ଦଶୀ ଅବସରରେ ଚନ୍ଦନ ଯାତ୍ରା ଗ୍ରାମ କମିଟି ପକ୍ଷରୁ ବହୁ ଆଡ଼ମ୍ବର ରେ ଅନୁଷ୍ଠିତ ହେଉଛି। ଆଜି ତା ୩୦/୪/୨୦୨୬ ରିଖ ଗୁରୁବାର ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଯାତ୍ରା ଶୁଭାରମ୍ଭ ହୋଇଛି। ଆଜି ସକାଳ ସମୟରେ ମହିଳା ବାହିନୀ ର ମାଆ ମାନେ ଫୁଲବାଣୀ ର ଅଧିଷ୍ଠାତ୍ରୀ ଦେବୀ ମାଁ ନାରାୟଣୀ ଠାକୁରାଣୀ ଙ୍କର ମନ୍ଦିର ନିକଟରେ ଥିବା ସାଲୁଙ୍କି ନଦୀ କୁ ଯାଇ ସେଠାରୁ ଜଳରୁ ଅଣା ଯାଇ ଠାକୁର ଙ୍କର ମନ୍ଦିର ଠାରେ ସ୍ଥାପନ
କରାଯାଇଥିଲା । ଅପରାହ୍ନ ରେ ଠାକୁର ଙ୍କ ର ଜନ୍ମ ଦିନ ପାଳନ ଉପଲକ୍ଷେ ମନ୍ଦିର ସମ୍ମୁଖରେ ଗ୍ରାମର ସମସ୍ତ ମହିଳା ପୁରୁଷ ଶ୍ରଦ୍ଧାଳୁ ମାନଙ୍କ ଉପସ୍ଥିତ ରହି ଏକ ନାଭି ବ୍ରହ୍ମ ହୋମ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଏହି ହୋମ କାର୍ଯ୍ୟ କାର୍ଯ୍ୟ କୁ ଠାକୁର ଙ୍କର ମନ୍ଦିର ର ମୁଖ୍ୟ ପୂଜକ ଶ୍ରୀ ଚିନ୍ତାମଣି ସାହାଣୀ ପରିଚାଳନା ଯାଇଥିବା ବେଳେ ତାଙ୍କୁ ପୂଜା କାର୍ଯ୍ୟରେ ସହ ପୂଜକ ପ୍ରକାଶ କହଁର ସହଯୋଗ କରିଥିଲେ। ଏହି ଯାତ୍ରା ଆଜି ତା ୩୦/୪ ଠାରୁ ୧୫/୪ ରିଖ ଦୀର୍ଘ ୧୫ ଦିନ ଧରି ବିଭିନ୍ନ ନାମୀ ସୁନାମଧନ୍ୟ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଠାକୁର ଙ୍କ ମନ୍ଦିର ସମ୍ମୁଖରେ ଥିବା ଯାତ୍ରା ପଡ଼ିଆ ଠାରେ ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ସଭାପତି କରମ୍ ବେହେରା କୋଷାଧ୍ୟକ୍ଷ ଲଳିତ କୁମାର ବେହେରା ଏବଂ ମହିଳା ବାହିନୀ ସଭାପତି ରେସ୍ମା ବେହେରା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ନୃସିଂହ ଠାକୁର ଙ୍କର ଜନ୍ମ ଦିବସ ସନ୍ଧ୍ୟା ରେ ଜିରୀଙ୍ଗିପଡ଼ା ନୃସିଂହ ଠାକୁର ଙ୍କ ର ମନ୍ଦିର ଠାରୁ ଏକ ବିରାଟ ପଟୁଆର ରେ ବାହାରି ଥିଲା କଳସ ପରିକ୍ରମା ଶଭାଯତ୍ରା। ଏହି ଶୋଭାଯାତ୍ରାରେ ଠାକୁର ଙ୍କର ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ଥିଲେ।ଫୁଲବାଣୀ ସହର ପରିକ୍ରମା କରି ବେଳେ ବାଜା ବାଣ ଆଦିବାସୀ ନୃତ୍ୟ , ବାଘ ଷଣ୍ଢ ନର୍ତ୍ୟ, ଡିଜେ,ଦୁଲୁଦୁଲି ବାଦ୍ୟ ରେ ଫୁଲବାଣୀ ସହର ଦୁଲୁକି ଉଠିଥିଲା। ସଂକୀର୍ତ୍ତନ ମଣ୍ଡଳୀ ଙ୍କର ହରେ କୃଷ୍ଣ ହରେ ରାମ ସଙ୍ଗୀତରେ ଫୁଲବାଣୀ ସହର କମ୍ପି ଉଠିଥିଲା । ଠାକୁର ଙ୍କର ଏହି ଚନ୍ଦନ ଯାତ୍ରା ଗ୍ରାମ କମିଟି ସଭାପତି ସୁଜିତ୍ କୁମାର ବେହେରା,ସାଧାରଣ ସମ୍ପାଦକ ଦାରୁଣ କୁମାର ବେହେରା,ଉପ ସଭାପତି ପାର୍ଥ ସାରଥୀ ବିଶ୍ୱାଳ, କାର୍ଯ୍ୟକାରୀ କମିଟି ସଭାପତି ଶିବ ଶଙ୍କର ବେହେରା,ଉପ ସଭାପତି ନିରଞ୍ଜନ ନାୟକ କୋଷାଧ୍ୟକ୍ଷ ଜୟନ୍ତ କୁମାର ବେହେରା,ସମ୍ପାଦକ ମୋନଜ କହଁର, ସହ ସମ୍ପାଦକ ସୁଶାନ୍ତ ନାୟକ ଅର୍ଥ ସମ୍ପାଦକ ବିକାଶ କହଁର ,ସଂଯୋଜକ କରମ୍ ବେହେରା ,ବରିଷ୍ଠ ଉପଦେଷ୍ଠା ବିକ୍ରମ ବେହେରା ଙ୍କର ବଳିଷ୍ଠ ଉଦ୍ୟମ ମହିଳା ବାହିନୀ ଙ୍କର ଆନ୍ତରିକ ଉଦ୍ୟମ ଯୋଗୁଁ ଦୀର୍ଘ ୧୫ ଦିନ ଧରି ଯାତ୍ରା ଆରମ୍ଭ ଦିନ ଠାରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସୁନାମ ଧନ୍ୟ କଳାକାର ମାନଙ୍କ ଦ୍ୱାରା କଟକ ବ୍ରହ୍ମପୁର, ସମ୍ବଲ ପୁର ଜିଲ୍ଲା ବିଭିନ୍ନ ମେଗା ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ର ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ତତ୍ ସହିତ ସମସ୍ତ କର୍ମକର୍ତ୍ତା, ଉପଦେଷ୍ଠା ପଙ୍କଜ ବେହେରା ,ଦିନେଶ ବେହେରା,ବୈଦ୍ୟନାଥ ନାୟକ, ଦିଲ୍ଲୀପ ନାୟକ,ପ୍ରକାଶ କହଁର,ରବୀନ୍ଦ୍ର ଷଡ଼ଙ୍ଗୀ,ସଞ୍ଜୀବ ସାହାଣୀ , ପୂର୍ବତନ କର୍ମକର୍ତ୍ତା ପ୍ରତାପ ବେହେରା,ବାବୁଲା ବେହେରା, ବଳଦେବ ବେହେରା , ଦିଜବର କହଁର , ମୋନଜ ବେହେରା ,ପଞ୍ଚିଲି ବେହେରା,ଶିବରାମ ନାୟକ,ସନ୍ତାନ କୁମାର ବେହେରା ଏବଂ ଓ ସଭାନେତ୍ରୀ ରେଶ୍ମା ବେହେରା ,ସଂଯୋଜିକା ନମିତା ବେହେରା ,ସମ୍ପାଦିକା ନିବେଦିତା ବେହେରା,ଲିଟିଲ୍ ବେହେରା , କାବେରୀ ନାୟକ,ମାଳତୀ ନାୟକ( କ ) ମାଳତୀ ( ଖ) ,ସାବିତ୍ରୀ ନାୟକ,ଲାଲି ଦିଗାଲ,ମମତା ବେହେରା, ଟୁନି ନାୟକ ପ୍ରମୁଖ ମହିଳା ବାହିନୀ କର୍ମକର୍ତ୍ତା ଯୁବ ଗୋଷ୍ଠୀ ଙ୍କ ସମ୍ପୂର୍ଣ୍ଣ ସହଯୋଗ ରେ ଯାତ୍ରା ଅନୁଷ୍ଠିତ ହେଉଥିବା ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ରେ ଅନୁଷ୍ଠିତ ହେଉଛି।
ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ୍

