ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗୁରୁ ଗୋମ୍କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୧ତମ ଜୟନ୍ତୀରେ ବିଜୁ ଜନତା ଦଳର ଶ୍ରଦ୍ଧାଞ୍ଜଳି

ଗୁରୁ ଗୋମ୍କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୧ତମ ଜୟନ୍ତୀରେ ବିଜୁ ଜନତା ଦଳର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୦୧/୦୫/୨୦୨୬: ବିଜୁ ଜନତା ଦଳ ଗୁରୁ ଗୋମ୍କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୧ତମ ଜୟନ୍ତୀ ଅବସରରେ ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ନମ୍ୱର ୧୪ ଅଧୀନରେ ନୀଳାଦ୍ରି ବିହାର (ସୀତାନାଥ ନଗର)ରେ ଥିବା ତାଙ୍କର ପ୍ରତିମୂର୍ତ୍ତି ସମ୍ମୁଖରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । 

ଦଳର ବରିଷ୍ଠ ନେତାମାନେ ଓ କାର୍ଯ୍ୟକର୍ତ୍ତାମାନେ ଏହି ଅବସରରେ ଏକତ୍ରିତ ହୋଇ ମହାନ ମାଟିର ସନ୍ତାନ ଏବଂ ସାମ୍ପ୍ରଦାୟିକ ଜାଗରଣର ପ୍ରବକ୍ତା ଗୁରୁ ଗୋମ୍କେଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି କାର୍ଯ୍ୟକ୍ରମଟି ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା । ଏଥିରେ ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ଗଣମାଧ୍ୟମ ସଂଯୋଜକ ଡ଼ ପ୍ରିୟବ୍ରତ ମାଝି, ଭାରତୀ ସିଂହ, ବାସନ୍ତୀ ସିଂହ, ମନୋଜ ସାହୁ, ମିହିର ରାଉତ, ପିଙ୍କି ସ୍ୱାଇଁ, ଇତିଶ୍ରୀ ଦାସ, ଈଲା ସ୍ୱାଇଁ, ଅଚୁ୍ୟତ ସ୍ୱାଇଁ, ସୁସ୍ମିତା ଦାସ, ସବ୍ୟସାଚୀ ସାହୁ, ଭୋଳାନାଥ ମହାରଣା, ହିମାଂଶୁ ଶେଖର ଦାସ, ମାନସ ଦାସ, ତୁଷାର ଦାସ, ଚଗଲା ଜେନା ଏବଂ ମିଟୁ ପରିଡା ଉପସ୍ଥିତ ଥିଲେ । 

ପରେ ଶଙ୍ଖ ଭବନରେ ଗୁରୁ ଗୋମ୍କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅମୂଲ୍ୟ ଅବଦାନ ଉପରେ ଆଲୋଚନା ସଭା ଆୟୋଜିତ ହୋଇଥିଲା । ସଭାକୁ ସମ୍ୱୋଧନ କରି ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ୧୯୨୫ ମସିହାରେ ଓଲ୍ ଚିକି ଲିପିର ଆବିଷ୍କାର ମାଧ୍ୟମରେ ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀ ସମୁଦାୟକୁ ଏକ ବିଶିଷ୍ଟ ପରିଚୟ ଦେଇଥିଲେ । ଏହି ଅପୂର୍ବ ଅବଦାନ ତାଙ୍କର ଭାଷା, ସଂସ୍କୃତି ଓ ଐତିହ୍ୟକୁ ପିଢି ପରେ ପିଢି ଧରି ସୁରକ୍ଷିତ ରଖିବାରେ ସାହାଯ୍ୟ କରିଛି । ତାଙ୍କର ସାହିତ୍ୟ କୃତି ଏବଂ ସାମାଜିକ ସଂଶୋଧନ ଉଦ୍ୟମ ମାଧ୍ୟମରେ ସେ ଶିକ୍ଷା, ଆତ୍ମସମ୍ମାନ ଏବଂ ଏକତାକୁ ପ୍ରୋତ୍ସାହିତ କରିଥିଲେ, ଯାହା ଏକ ସ୍ଥାୟୀ ସାଂସ୍କୃତିକ ଗୌରବ ଓ ବୌଦ୍ଧିକ ସଶକ୍ତିକରଣର ଐତିହ୍ୟ ରୂପେ ରହିଛି । 

ଏହି ଅବସରରେ ଗୁରୁ ଗୋମ୍କେ ପଣ୍ଡିତ ରଘୁନାଥ ମୁର୍ମୁ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିଛବିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ସଭାରେ ବିଧାୟକ ଶ୍ରୀ ଗୌତମବୁଦ୍ଧ ଦାସ, ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ, ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ଡ଼ ପ୍ରିୟବ୍ରତ ମାଝି ଓ ଶ୍ରୀ ଦେବାନନ୍ଦ ମହାପାତ୍ର ନିଜର ମତାମତ ରଖିଥିଲେ । ଶ୍ରୀ ମିହିର ରାୟ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ସାହାଡ ମଣ୍ଡଳ ବିଜେପିର ମହା ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ 

Sunil Chandra Nayak

ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ଶାନ୍ଟୁନୁ ଠାକୁର

masiha

ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

Leave a Comment

error: Content is protected !!