ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା ମଙ୍ଗଳାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଦିବସ ମହାଆଡମ୍ବରେ ପାଳିତ 

କାମାକ୍ଷାନଗର (ମ ନି ସ) 25/5/23 //ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଈ ଗ୍ରାମ ପଞ୍ଚାୟତର କର୍ଣ୍ଣାଟପୁର ଗ୍ରାମରେ, ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ନୂତନ ପ୍ରତିଷ୍ଠା ଦିବସ ବେଶ ଧୁମଧାମରେ ପାଳିତ ହୋଇଯାଇଛି l ପ୍ରଥମେ ଦିନରେ ଅଙ୍କୁରରୋପଣ ଓ ଗ୍ରାମର ମହିଳା ମାନେ ବ୍ରlହ୍ମଣି ନଦୀରୁ ୧୦୮ କଳସୀ ଧରି ଯାତ୍ରା କରିଥିଲେ l ଦିତୀୟ ଦିନରେ ସୂର୍ଯ୍ୟ ପୂଜା ସାରି ମାଙ୍କ ୧୦୮ କଳସ ଜଳରେ ସ୍ନାନ କରି ମାଙ୍କୁ ଶୟନ କରାଯାଇଥିଲା ଏବଂ ମା ଙ୍କ ନିଦ୍ରା ଭଙ୍ଗକରି ମା ଙ୍କୁ ଚକ୍ଷୁନ୍ୟାସ, ଅଙ୍ଗନ୍ୟାସ ,ଜୀବନ୍ୟାସ ପ୍ରଦାନ ଓ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା l ପରେ ଷୋଡଶ ଉପଚାର ପୂଜା ରାଜ ରାଜେଶ୍ୱରୀ ବେଶ ,ଚଣ୍ଡୀ ପାଠ ସହିତ ମଣ୍ଡଳ କୃତ ସମସ୍ତ ଦେବାଦେବୀ ହୋମ, ତୃତୀୟ ଦିନରେ ସୂର୍ଯ୍ୟ ପୂଜା ନଗର ପରିକ୍ରମା ପରେ ଦେବୀ ଙ୍କର ମନ୍ଦିର ପ୍ରବେଶ ଧ୍ୱଜl ବନ୍ଧନ ଆଳତି ପୁଷ୍ପାଞ୍ଜଳି ଆଳତି ଏବଂ ପୂର୍ଣ୍ଣାହୂତି କରାଯାଇଥିଲା l ମା ମଙ୍ଗଳା ଙ୍କ ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂଜାଵିଧି ନୀତିକାନ୍ତିରେ ଘଣ୍ଟ ଓ ଶଙ୍ଖ ଧ୍ଵନି ଭଜନ କୀର୍ତ୍ତନ ନୈବେଦ୍ୟରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା l ଆଧ୍ୟାତ୍ମିକ ପରିସର ଭିତରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ର ସନାଙ୍ଗମ ଦେଖିବାକୁ ମିଳିଥିଲା l ଦୀର୍ଘ ଦିନଧରି ପ୍ରତି ବର୍ଷ ଚୈତ୍ର ମାସରେ ମା ମଙ୍ଗଳା ପୂଜା ଏବଂ କାର୍ତ୍ତିକ ମାସରେ ନିଶା ମଙ୍ଗଳବାର ବା ମଙ୍ଗଳାଙ୍କ ପୂଜା ପାଇଁ ପ୍ରସିଦ୍ଧ ଲାଭ ଏହି ମନ୍ଦିର l ଏହି ଉତ୍ସବରେ ସମାଜସେବୀ ,ବୁଦ୍ଧିଜୀବି ରାଜନେତା ସହିତ ବିଭିନ୍ନ ବର୍ଗର ଲୋକମାନେ ମଧ୍ୟ ଯୋଗ ଦେଇଥିଲ l ଏହି ଉତ୍ସବ ରେ ଗ୍ରାମବାସୀ ଏବଂ ଅଞ୍ଚଳବାସୀ ବେଶ ଖୁସି ଅନୁଭବ କରିବା ସହିତ, ମା ଙ୍କ କୃପାରୁ ସବୁ ସମ୍ଭବ ହୋଇ ପାରିଛି ବୋଲି କହିଥିଲେ lମା ମଙ୍ଗଳା ପୂଜା ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଗ୍ରୀଷ୍ମର ପ୍ରଭାବ ଯୋଗୁଁ ବିଭିନ୍ନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଧା କୃଷ୍ଣ ଗୋପାଳ ସମାଜ ଚତୁର୍ଥ ବାର୍ଷିକ ଉତ୍ସବ ଓ଼ ଗୀତା ଯଜ୍ଞ ଅନୁଷ୍ଠିତ 

masiha

ସ୍ବଧର୍ମ ଚେତନା ପରିବାର… ଅନନ୍ତ ଚରଣ ମହାରାଜ ଙ୍କ ଆଧ୍ୟାତ୍ମିକ ପ୍ରବଚନ ଶ୍ରୀ ହରିକଥା

Sunil Chandra Nayak

ରାଇରଙ୍ଗପୁର ରଥ ଉପରେ ଶ୍ରୀ ରଘୁନାଥ ଜୀଉଙ୍କ ସୁନାବେଶ

Sunil Chandra Nayak

Leave a Comment

error: Content is protected !!