କାମାକ୍ଷାନଗର (ମ ନି ସ) 22/5/23 //ଆଳତୁମା ରଜ ପଡିଆ ଠାରେ ରଜମହୋତ୍ସ କମିଟି ସଭାପତି ବାଳକୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ ତ୍ରୟୋଦଶ ରଜ ମହୋତ୍ସବ ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉପଦେଷ୍ଟା କାମାକ୍ଷାନଗର ଏନ. ଏ. ସି ନଗର ପାଳ ଧର୍ମାନନ୍ଦ ପରିଡା ଉପସ୍ଥିତ ଥିଲେ ।ପ୍ରଥମେ ମହୋତ୍ସବ କମିଟି ସମ୍ପାଦକ ଆଶୁତୋଷ ସାହୁ ବିବରଣୀ ପାଠ କରିଥିଲେ । ଚଳିତ ବର୍ଷ ଏକ ସ୍ମରଣୀକା ଉନ୍ମୋଚନ ହେବା ସହ ମଧ୍ୟ ପୂର୍ବବର୍ଷ ପରି ରାଜ୍ୟର ବିଭିନ୍ନ ସ୍ଥାନର ସାଂସ୍କୃତିକ ଦଳ , ଆକର୍ଷଣୀୟ ଦୋଳି , ଖାଦ୍ୟମେଳା ଆଦି ର ବ୍ୟବସ୍ଥା କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା । ମହୋତ୍ସବ ର ଉପଦେଷ୍ଟା ମଧୁସୂଦନ ସେଣ୍ଢ , ଅଶୋକ କୁମାର ଲକ୍ଷ୍ମୀନାରାୟଣ ପ୍ରଧାନ , ମକରଧ୍ୱଜ ପ୍ରଧାନ , କାଉନସିଲର ପ୍ରମୋଦ କୁମାର ସେଣ୍ଢ , ବନମାଳୀ ରାଉଳ , ଉପସଭାପତି ରାଜେଶ ସେଣ୍ଢ , ଚିତ୍ରଶିଳ୍ପୀ ପ୍ରଦୀପ ଷେଣ୍ଢ, କଣ୍ଠଶିଳ୍ପୀ ଶାନ୍ତିସ୍ଵରୂପ ପଟ୍ଟନାୟକ, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ମହାରଣା , ପୂର୍ବତନ ଉପସଭାପତି ରଶ୍ମିରଞ୍ଜନ ସାହୁ , ଶିଳ୍ପଦ୍ୟୋଗୀ ଶୁଭ୍ରାଂଶୁ ମହାନ୍ତି , ସଂଯୋଜକ ନିରଞ୍ଜନ ସାହୁ , ବିମଳ ମୁମାର ପରିଡା, ରୋଷେୟା ତ୍ରିନାଥ ପ୍ରଧାନ,କ୍ରୀଡା ପରିଚାଳକ ମୁନା ତ୍ରିପାଠୀ ,ସରୋଜ ଜେନା, ଗୋବିନ୍ଦ ବେହେରା,ଶିପୁନ ଷେଣ୍ଢ,ଯୁଯେଇ ଷେଣ୍ଢଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତି ଥିଲେ ।