ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଳତୁମା ଗ୍ରାମରେ ରଜମହୋତ୍ସବ ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ

କାମାକ୍ଷାନଗର (ମ ନି ସ) 22/5/23 //ଆଳତୁମା ରଜ ପଡିଆ ଠାରେ ରଜମହୋତ୍ସ କମିଟି ସଭାପତି ବାଳକୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ ତ୍ରୟୋଦଶ ରଜ ମହୋତ୍ସବ ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉପଦେଷ୍ଟା କାମାକ୍ଷାନଗର ଏନ. ଏ. ସି ନଗର ପାଳ ଧର୍ମାନନ୍ଦ ପରିଡା ଉପସ୍ଥିତ ଥିଲେ ।ପ୍ରଥମେ ମହୋତ୍ସବ କମିଟି ସମ୍ପାଦକ ଆଶୁତୋଷ ସାହୁ ବିବରଣୀ ପାଠ କରିଥିଲେ । ଚଳିତ ବର୍ଷ ଏକ ସ୍ମରଣୀକା ଉନ୍ମୋଚନ ହେବା ସହ ମଧ୍ୟ ପୂର୍ବବର୍ଷ ପରି ରାଜ୍ୟର ବିଭିନ୍ନ ସ୍ଥାନର ସାଂସ୍କୃତିକ ଦଳ , ଆକର୍ଷଣୀୟ ଦୋଳି , ଖାଦ୍ୟମେଳା ଆଦି ର ବ୍ୟବସ୍ଥା କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା । ମହୋତ୍ସବ ର ଉପଦେଷ୍ଟା ମଧୁସୂଦନ ସେଣ୍ଢ , ଅଶୋକ କୁମାର ଲକ୍ଷ୍ମୀନାରାୟଣ ପ୍ରଧାନ , ମକରଧ୍ୱଜ ପ୍ରଧାନ , କାଉନସିଲର ପ୍ରମୋଦ କୁମାର ସେଣ୍ଢ , ବନମାଳୀ ରାଉଳ , ଉପସଭାପତି ରାଜେଶ ସେଣ୍ଢ , ଚିତ୍ରଶିଳ୍ପୀ ପ୍ରଦୀପ ଷେଣ୍ଢ, କଣ୍ଠଶିଳ୍ପୀ ଶାନ୍ତିସ୍ଵରୂପ ପଟ୍ଟନାୟକ, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ମହାରଣା , ପୂର୍ବତନ ଉପସଭାପତି ରଶ୍ମିରଞ୍ଜନ ସାହୁ , ଶିଳ୍ପଦ୍ୟୋଗୀ ଶୁଭ୍ରାଂଶୁ ମହାନ୍ତି , ସଂଯୋଜକ ନିରଞ୍ଜନ ସାହୁ , ବିମଳ ମୁମାର ପରିଡା, ରୋଷେୟା ତ୍ରିନାଥ ପ୍ରଧାନ,କ୍ରୀଡା ପରିଚାଳକ ମୁନା ତ୍ରିପାଠୀ ,ସରୋଜ ଜେନା, ଗୋବିନ୍ଦ ବେହେରା,ଶିପୁନ ଷେଣ୍ଢ,ଯୁଯେଇ ଷେଣ୍ଢଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତି ଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ଶାନ୍ତିଝରରେ ବନ ମହୋତ୍ସବ କାର୍ଯ୍ୟକ୍ରମ

masiha

ବିଦ୍ୟୁତ ଆଘାତ ଲାଗି ଜଣେ ମୃତ

Sunil Chandra Nayak

ରାଇରଙ୍ଗପୁର ମୁର୍ମୁ ଛକରେ ଅତ୍ୟାଧୁନିକ ମିଲନ ମ୍ଯୁଜିକ ଷ୍ଟୁଡିଓ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!