ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରଜଘାତ ରେ ଯୁବକ ମୃତ 

ତେନ୍ତୁଳିଖୁଣ୍ଟି – ତା ୨୫/୦୫/୨୦୨୩ //ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥ ପୁର ପଞ୍ଚାୟତ ଅନ୍ତର୍ଗତ ଲଙ୍ଗଳ ଅଟଳ ଗ୍ରାମ ରେ ଦ୍ବିପ୍ରହର ୩.୩୦ ସମୟ ରେ ବଜ୍ରାଘାତ ଯୋଗୁଁ ଜଣଙ୍କ ମୃତ୍ୟୁବରଣ ହୋଇଛି।୍ ମୃତକ ଜଣକ ହେଲେ ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥ ପୁର ପଞ୍ଚାୟତ ଅନ୍ତର୍ଗତ ଲଙ୍ଗଳ ଅଟଳ ଗ୍ରାମ ର ଅଜିତ ମୁଦୁଲି ବୟସ ୩୮ ବୋଲି ଜଣାପଡିଛି। ପ୍ରତିଦିନ ଭଳି ସେ ଏକ କିଲୋମିଟର ଦୂରରେ ଥିବା କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ରେ କାମ କରିବା ପାଇଁ ଯାଇଥାନ୍ତି । କାମସାରି ଆସିବା ବେଳକୁ ଲଙ୍ଗଳ ଅଟଳ ଗ୍ରାମ ପଖରେ ଅଚାନକ ଘଡଘଡି ଓ ବିଜୁଳି ମାରିଥିଲା। ସେଠାରେ ଅଜିତ ଅଚେତ ହୋଇଯାଇଥିଲେ। ନିକଟରେ ଥିବା ଜମି ରେ କାମ କରୁଥିବା ଲୋକମାନେ ଅଜିତ କୁ ଉଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟ କୁ ନେଇ ଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୧୨ ରୁ ୧୫ ବର୍ଷ ପୂର୍ବେ ଦଶମନ୍ତପୁର ବ୍ଲକ ର ଗିରଲିଗୁମା ଗ୍ରାମ ରୁ ଆସି ଲଙ୍ଗଳ ଅଟଳ ଗ୍ରାମ ରେ ସେ ଘର ଜ୍ୱାଇଁ ଭାବେ ରହୁଥିଲେ । ଅଜିତ ର ସ୍ତ୍ରୀ , ଆଠ ଓ ଚାରି ବର୍ଷର ଦୁଇ ଗୋଟି ଝିଅ ଥିବା ଜଣାପଡିଛି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ବିଧବା ଵୃଦ୍ଧା ଘସିନି ସିଂ କୁ ସରକାରୀ ଯୋଜନା ଅପହଞ୍ଚ,ଗୁହାରୀ ଶୁଣିବ କିଏ?

masiha

୪ ମାସ ଧରି ଅଚଳ ନଳକୂଅ : ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟେଷ୍ଟପେପର ବଣ୍ଚନ

Sunil Chandra Nayak

Leave a Comment

error: Content is protected !!