ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବିଶ୍ଵଗୁରୁ ବାୟାବାବାଙ୍କ ଅଲୌକିକ ମହିମା, ଭକ୍ତଙ୍କ ବିଶ୍ୱାସ ଭାଙ୍ଗେନା ଜମା 

 ତିର୍ତ୍ତୋଲ :-09/03/23:-” ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରଂବ୍ରହ୍ମ ତାସ୍ମେୟୀଶ୍ରୀ ଗୁରବେ ନମଃ ” ! ବାସ୍ତବରେ ଗୁରୁ ହିଁ ସର୍ବ ଦେବତାଙ୍କୁ ଚିହ୍ନେଇ ଦେଇଥାନ୍ତି ! ଗୁରୁଙ୍କ ମଧ୍ୟରେ ବିଶ୍ଵଗୁରୁ ଆଖ୍ୟା ପାଇଥିବା ବାୟାବାବା ସବୁଠୁ ନିଆରା ! ସେଇ ବିଶ୍ଵଗୁରୁ ବାୟାବାବା ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ଗ୍ରାମରେ କେଉଁ ଅନାଦି କାଳରୁ ପୂଜାପାଇ ଆସୁଥିବା ପୀଠସ୍ଥଳୀରେ , ଶ୍ରଦ୍ଧାଳୁଭକ୍ତ ଓ ଅଞ୍ଜଳବାସୀଙ୍କ ସହାୟତା ରେ ଗଢିଉଠିଛି ଏକ ସୁରମ୍ୟ ଭବ୍ୟ ମନ୍ଦିର !ଏହି ବିଶ୍ଵବନ୍ଦିତ ବାୟା ବାବାଙ୍କ ଅଲୌକିକ ମହିମା , ହୃଦୟରେ ସ୍ମରଣ କଲେ ହଜିଲା ଜିନିଷ ମିଳିଯାଏ ! ବାୟାବାବାଙ୍କ ନବନିର୍ମିତ ମନ୍ଦିରରେ ପୁନଃ ପ୍ରତିଷ୍ଠା ଉପଲକ୍ଷେ, ଆଜି ଦିନ ଠାରୁ ତିନିଦିନ ବ୍ୟାପି,ଆଧ୍ୟାତ୍ମିକ ଧର୍ମଗୁରୁ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ନେତୃତ୍ୱରେ ବୈଦିକ ପରମ୍ପରା ମତେ ଯଜ୍ଞ କାର୍ଯ୍ୟ ସହ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ! ଏହି ଉପଲକ୍ଷେ ମାସାରଳା ଙ୍କ ଆଜ୍ଞାମାଳ ଓ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରା ଚନ୍ଦନ ପୋଖରୀ ଘାଟ ରୁ ବାହାରି ମନ୍ଦିରବେଢା ଓ ଗ୍ରାମ୍ୟ ପରିକ୍ରମା କରିବା ପରେ, ବାୟାବାବାଙ୍କ ପୀଠସ୍ଥଳୀ ରେ ପହଂଚିଥିଲା !ଘଣ୍ଟ ଘଣ୍ଟା କାହାଳି ଢୋଲ ମହୁରୀ ଭେରୀ ତୁରୀ ନାମ ସଂକୀର୍ତ୍ତନ ଓ ହରିବୋଲ ହୁଳହୁଳି ଧ୍ଵନି ରେ କନକପୁରର ଗାଁ ଦାଣ୍ଡ ପ୍ରକମ୍ପିତ ହୋଇ ଉଠିଥିଲା ! ବିଶ୍ୱଶାନ୍ତି ଯଂଜ୍ଞ, ମହାମନ୍ତ୍ର ନାମଯଂଜ୍ଞ, ସାଧୁ ସନ୍ଥ ମହାତ୍ମା ମାନଙ୍କ ଦ୍ୱାରା ଆଧ୍ୟାତ୍ମିକ,ପ୍ରବଚନ ନୃତ୍ୟସଂଗୀତ ଓ ଭଜନ ସାମାରୋହ ଆଦି ବହୁ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆସନ୍ତା ଶନିବାରଦିନ ପର୍ଯ୍ୟନ୍ତ ଚାଲିବବୋଲି ମନ୍ଦିର ପ୍ରତିଷ୍ଠା କମିଟି ର କର୍ମକର୍ତ୍ତା ସୁରେନ୍ଦ୍ରନାଥ ପଣ୍ଡା , ବିଶ୍ୱରଂଜନ ରାଉଳ ହରେକୃଷ୍ଣ ରାଉଳ , ପ୍ରଭାକର ରାଉଳ , ଗୌରାଙ୍ଗ ରାଉଳ, ରବୀନ୍ଦ୍ର ରାଉଳ,ସଚ୍ଚିଦାନନ୍ଦ ନାୟକ, ସତ୍ୟାନନ୍ଦ ନାୟକ , ତ୍ରିଲୋଚନ ରାଉଳ, ବିଷୁଚରଣ ରାଉଳ,ସମାଜସେବୀ ନୃସିଂହ ଚରଣ ରାଉଳ ଓ ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ ପ୍ରମୁଖ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମନଙ୍କୁ ସୂଚନା ପ୍ରଦାନ କରିଅଛନ୍ତି !ଏହି କାର୍ଯ୍ୟକ୍ରମ ର ଉଦଘାଟକ ତଥା ମୁଖ୍ୟଅତିଥି ବାବାଜୀ ସତ୍ୟାନନ୍ଦ ଦାସମହାରାଜ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଲେଯେ, ଯଦି କାହାରି କୌଣସି ଜିନିଷ ହଜିଯାଏ ସେ ବ୍ୟକ୍ତି ବାୟାବାବାଙ୍କୁ ଥରେ ମାତ୍ର ଭକ୍ତି ଭାବରେ ସ୍ମରଣ କଲେ, ହଜିଥିବା ଜିନିଷଟି ସହଜରେ ମିଳିଥିବାର ଦୃଢ ବିଶ୍ୱାସ ଆଜିବି ଏ ଅଞ୍ଚଳବାସୀଙ୍କ ମଧ୍ୟରେ ରହି ଆସିଛି ! ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନ କରିବା କ୍ଷେତ୍ରରେ କନକପୁର ଗ୍ରାମବାସୀ ମାନେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ : ହଜାର ହଜାର ଶ୍ରଦ୍ଧାଳୁ ଓ ସାଧୁ ସନ୍ଥ ସାମିଲ: ହରେକୃଷ୍ଣ ହରେ ରାମ ଓ ମନ୍ତ୍ର ଧ୍ୱନି ରେ ପ୍ରକମ୍ପିତ ହେଲା ପରିବେଶ 

masiha

ପତ୍ରାପଡ଼ାଠାରେ ମାଁ ଠାକୁରାଣୀ ଘଣ୍ଟପର୍ବ ଉଦଘାଟିତ

Sunil Chandra Nayak

ବଟେଶ୍ୱର ଶିବ ମନ୍ଦିରରେ ସୋମନାଥ ସ୍ୱାଭିମାନ ପର୍ବ ପାଳିତ 

Leave a Comment

error: Content is protected !!