ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବନାଥପୁର କୁଆଙ୍ଗବସାଠାରେ ଦକ୍ଷିଣ ଓଡ଼ିଶାସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ

ଲାଞ୍ଜିଗଡ଼,୦୫/୦୨(ମନିସ)-ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ନିକଟସ୍ଥ କୁଆଙ୍ଗବସାଠାରେ ଦକ୍ଷିଣ ଓଡ଼ିଶାସ୍ତରୀୟ ଶିଶୁ ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ! ଅଗ୍ରଣୀ ସାମାଜିକ ସଂସ୍ଥା ଭିଲେଜ୍ ରିସୋର୍ସ ଅର୍ଗାନାଇଜେସନ୍ ଦ୍ବାରା ଆୟୋଜିତ ଏଇ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପଦ୍ମଲୋଚନ ସୁନା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ପାହାଡ଼ପଦର ସମିତିସଭ୍ୟ ଜଗଦୀଶ ବେନିଆଁ, ବିଶ୍ବନାଥପୁର ସରପଞ୍ଚ ସୁରଥ ମାଝୀ, ସମିତିସଦସ୍ୟ ଅଜିତ କୁମାର ପ୍ରଧାନୀ, କଦମ୍ବଗୁଡ଼ା ସରପଞ୍ଚ ସନ୍ତୋଷ ମାଝୀ, ସ୍ବେଚ୍ଛାସେବୀ ସଂଗଠନ ଜନସାହାଯ୍ୟର ସଂପାଦିକା ସୀତା ଦେବୀ ପ୍ରମୁଖ ଯୋଗ ଦେଇଥିଲେ ! ଭିଲେଜ୍ ରିର୍ସୋସ ଅର୍ଗାନାଇଜେସନର ମୁଖ୍ୟ ଜର୍ଜ ଆନ୍ଥୋନୀଙ୍କ ତତ୍ବାବଧାନରେ ଆୟୋଜିତ ଏଇ ମହୋତ୍ସବକୁ ଦକ୍ଷିଣ ଓଡ଼ିଶା ଆଞ୍ଚଳିକ ପ୍ରଯୋଜକ ଅମିତା ବେହେରା, ପ୍ରଶିକ୍ଷକ ପାର୍ବତୀ ମହାରଣା, ହେମଲତା କୁଣ୍ଟୁରୁ, ମେନକା ପରିଡ଼ାଙ୍କ ସମେତ ଗ୍ରାମ୍ୟ ଶିଶୁ କେନ୍ଦ୍ର ପରିଚାଳକ ଅଞ୍ଜଳୀ ରଣା, ଗୋବିନ୍ଦ ବେହେରା, ମିନର୍ଭା ସାହୁ, ସତ୍ୟ ସାହୁ, ମେନକା ପଲକିଆ, ଦଶମୀ ମାଝୀ ପ୍ରମୁଖ ପରିଚାଳନା କରିଥିଲେ ! ସେହିପରି କାର୍ଯ୍ୟକ୍ରମ ପରିଚାଳନାରେ ଯୁବ ସ୍ବେଚ୍ଛାସେବୀ ଅକ୍ଷୟ ନାଏକ, ବିପାଶା ପଧାନ, ଗୋଲେଖ ପଲକିଆ ପ୍ରମୁଖ ସହଯୋଗ କରିଥିଲେ ! ଏଇ ଅବସରରେ ବିଶ୍ବନାଥପୁର, ପୋଖରୀବନ୍ଧ, ଲାଞ୍ଜିଗଡ଼ରୋଡ଼, କଦମ୍ବଗୁଡ଼ା ସମେତ ରାୟଗଡ଼ା ଜିଲ୍ଲା ଇଛାପୁର ପଞ୍ଚାୟତ ଅଞ୍ଚଳର ଦୁଇଶହରୁ ଉର୍ଦ୍ଧ୍ବ ଶିଶୁ ଏଇ ମହୋତ୍ସବରେ ସାମିଲ ହୋଇଥିଲେ ! ଏଥିରେ ଶିଶୁମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିବାବେଳେ ଶିଶୁମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶ ଉପରେ ଗୁରୁତ୍ବାରୋପ କରାଯାଇଥିଲା !

ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ବୃନ୍ଦାବାହାଲ ଠାରେ ବାର୍ଷିକ ମହୋତ୍ସବ ପାଳିତ

Sunil Chandra Nayak

ନିଜର ଜନ୍ମ ଦିନ କୁ ଏକ ନିଆରା ଢଙ୍ଗରେ ପାଳନ କଲେ ସମାଜସେବୀ ସନାତନ ଓଝା

masiha

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ଗ୍ରାମବାସି 

masiha

Leave a Comment

error: Content is protected !!