ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛତିଶଗଡ ର ଅବକାରୀ ମନ୍ତ୍ରୀଙ୍କ ଦିନିକିଆ ଡାବୁଗାଁ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

ଡାବୁଗାଁ, ୫/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କୁ ଛତିଶଗଡ ରାଜ୍ୟର ଅବକାରୀ, ଉଦ୍ୟୋଗ ଓ ଶିଳ୍ପ ବିଭାଗର କ୍ୟାବିନେଟ ମନ୍ତ୍ରୀ କବାସୀ ଲକ୍ଷମା ରବିବାର ଦିନିକିଆ ଗସ୍ତରେ ହେଲିକାପ୍ଟର ଯୋଗେ ଆସି ସକାଳ ୯.୧୦ ଘ. ସମୟରେ ଡାବୁଗାଁ ବ୍ଲକ ଅଧୀନ ଚଚରାଗୁଡା ଗ୍ରାମର ବିଦ୍ୟାଳୟ ପଡିଆରେ ଅବତରଣ କରିବା ପରେ ଡାବୁଗାଁ ବନ ବିଭାଗ ଅତିଥି ଗୃହରେ ପହଞ୍ଚି ବିଶ୍ରାମ ନେଇଥିଲେ | ୧୨.୧୫ ଘ. ରେ ବାହାରି କେଲିଆ ଶୈବପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିବା ପରେ ଚଚରାଗୁଡା ଗ୍ରାମରେ ପହଞ୍ଚି ଦଳୀୟ କାର୍ଯ୍ୟକ୍ରମ ଆଦିମ ଗର୍ଜନ ସମାବେଶ ରେ ଯୋଗ ଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରି ଓଡିଶାରେ ଗୋଟିଏ ସରକାର ଚାଲିଛି | ଯେଉଁ ସରକାରର ମୁଖ୍ୟମନ୍ତ୍ରୀ ଭଲ ଭାବେ ଚାଲିବୁଲି ପାରୁନାହାଁନ୍ତି | ଜିଲାପାଳ ଓ ଏସପି ମାନଙ୍କୁ ଧରି ନିଜର କାମ କରାଉଛନ୍ତି | ରାହୁଲ ଗାନ୍ଧୀ ଭରତ ଯୋଡ କାର୍ଯ୍ୟକ୍ରମ ରେ କାଶ୍ମୀର ପର୍ଯ୍ୟନ୍ତ ପହଞ୍ଚିଲେ | କାର୍ଯ୍ୟକ୍ରମକୁ ପ୍ରତିହତ କରିବା ପାଇଁ ଭାଜପା ବହୁ ଜାଗାରେ ଆନ୍ଦୋଳନ କରିଛି ଏବଂ ଭାରତ ଯୋଡ କାର୍ଯ୍ୟକ୍ରମକୁ ରୋକିବାକୁ ପ୍ରୟାସ କରିଥିଲେ | କେନ୍ଦ୍ରର ଭାଜପା ସରକାର ଆସିବା ପରେ ଖାଇବା ତେଲ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବୃଦ୍ଧି ଘଟିଛି | ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଓଡିଶାରେ କଂଗ୍ରେସ ଆସିବ, ଦିଲ୍ଲୀରେ ସରକାର ଗଠନ କରି ରାହୁଲ ଗାନ୍ଧୀ ଜାତୀୟ ପତାକା ଉତ୍ତୋଳନ କରିବେ | ଅଟା, ଜୀବନ ରକ୍ଷକ ଔଷଧ, ସାଧାରଣ କ୍ଷୀର, ଦହି ଉପରେ ମଧ୍ୟ ଜିଏସଟି ଲଗାଇ ସାଧାରଣ ଲୋକଙ୍କ ଜୀବନଶୈଳୀକୁ କେନ୍ଦ୍ରର ମୋଦୀ ସରକାର ହଂତ ସନ୍ତ କରିଛି | ଦେଶରେ କଂଗ୍ରେସ ସରକାର ଆସିଲେ ୨ କୋଟି ଲୋକଙ୍କୁ ନିଯୁକ୍ତି ଦେବେ ଓ ଓଡିଶା ସରକାର ଜଣଙ୍କୁ ବି ନିଯୁକ୍ତି ଦେଇପାରୁନାହାଁନ୍ତି | କଂଗ୍ରେସ ସରକାର ହିଁ ନିଯୁକ୍ତି ଦେଇପାରିବ ବୋଲି କହିଥିଲେ | ଏହି ସଭାରେ ନବରଙ୍ଗପୁର ଜିଲା କଂଗ୍ରେସ ସଭାପତି ମନୋରଞ୍ଜନ ତ୍ରିପାଠୀ, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝି, ପାପଡାହାଣ୍ଡି ଜିଲପରିଷଦ ସଭ୍ୟା ଡା. ଲିପିକା ମାଝି, ବସ୍ତର ଜିଲା କଂଗ୍ରେସ ସଭାପତି ବଳରାମ ମୌରୟା, ପୂର୍ବତନ ସରପଞ୍ଚ ଧରମାନନ୍ଦ ନାୟକ, ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝି ଓ ଅନ୍ୟ ମନ ଉପସ୍ଥିତ ଥିଲେ | ପରେ ଚଚରାଗୁଡା ଗ୍ରାମର ଚାଲିଥିବା ମାଁ ଠାକୁରାଣୀ ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇଥିଲେ | ଏଥିରେ ବିଜୟୀ ଦଳକୁ ୫୦ ହଜାର ଅର୍ଥ ରାସୀ ପୁରସ୍କୃତ କରିଥିଲେ | ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚଟି କଳାହାଣ୍ଡି ଜିଲା ର ଧର୍ମଗଡ ର ଶଙ୍କର -୧୧ ଦଳ ଓ ବଲାଙ୍ଗୀର ଜିଲା ଟିଟିଲାଗଡର କ୍ରୀଷ୍ଣା-୧୧ ଦଳ ମଧ୍ୟରେ ଖେଳ ହୋଇଥିଲା | ଏଥିରେ ଶଙ୍କର-୧୧ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୨୩୭ ରନ ସଂଗ୍ରହ କରିଥିଲା | ୨୩୮ ରନ ର ପିଛା କରି କ୍ରୀଷ୍ଣା-୧୧ ନିର୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୨୨୪ ରନ ସଂଗ୍ରହ କରି ୧୩ ରନରେ ପରାଜୟ ହୋଇଥିଲା | ବିଜୟୀ ଦଳକୁ ମୁଖ୍ୟ ଅତିଥି ଛତିଶଗଡ ରାଜ୍ୟର ଅବକାରୀ, ଉଦ୍ୟୋଗ ଓ ଶିଳ୍ପ ବିଭାଗର କ୍ୟାବିନେଟ ମନ୍ତ୍ରୀ କବାସୀ ଲକ୍ଷମା ଯୋଗ ଦେଇ ଟ୍ରଫି ସହ ୫୧ ହାଜର ୧୧୧ ଟଙ୍କା ଓ ପରାଜୟ ଦଳକୁ ଟ୍ରଫିସହ ୩୧ ହଜାର୧୧୧ ଟଙ୍କା ପୁରସ୍କୃତ କରିଥିଲେ | ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଭାଗ ନେଇଥିଲେ | ଅପରାହ୍ନ ୪ ଘରେ ମନ୍ତ୍ରୀ ଛତିଶଗଡ ଅଭିମୁଖେ ଯାତ୍ରା କରିଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଡକ୍ଟରେଟ ଉପାଧି ପାଇଲେ ଇଂରାଜୀ ଅଧ୍ଯାପକ

masiha

ସିପିଆଇଏମ ତରଫରୁ ଦାବିପତ୍ର ପ୍ରଦାନ

Sunil Chandra Nayak

କାମାକ୍ଷାନଗର ଉପଖଣ୍ଡରେ ଆମ୍ବେଦକର ବିଚାରମଞ୍ଚ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort