ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ପ୍ରଫେସନାଲ ଫୋଟୋଗ୍ରାଫର ସଙ୍ଘ ର ଚିତ୍ର ଉତ୍ତୋଳନ ପ୍ରଶିକ୍ଷଣ ଶିବିର

ଜୁନାଗଡ଼,୨୩/୧(ନି.ପ୍ର)କଳାହାଣ୍ଡି ପ୍ରଫେସନାଲ ଫୋଟୋଗ୍ରାଫର ସଂଘ ତରଫରୁ ଜୁନାଗଡ଼ ସ୍ଥିତ ମୋନାର୍ଚ୍ଚ ପେଲେସ ଠାରେ ସଙ୍ଘ ର ସଭାପତି ସୁଶାନ୍ତ ମୁଣ୍ଡ ଙ୍କ ସଭାପତିତ୍ୱ ଓ ପରିଚାଳନା ମୁଖ୍ୟ ଦୁଃଖିଶ୍ୟାମ ପ୍ରଧାନ ଙ୍କ ନେତୃତ୍ୱରେ ପ୍ରାୟ ୫୦ ରୁ ଉର୍ଦ୍ଧ ଫୋଟୋଗ୍ରାଫରଙ୍କ ଉପସ୍ଥିତ ରେ ଫୁଜିଫିଲ୍ମ ର ଦିନିକିଆ କ୍ୟାମେରା ଚିତ୍ର ଉତ୍ତୋଲନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କର୍ମଶାଳା ରେ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ମୁକେଶ ଅଗ୍ରୱାଲ ମୁଖ୍ୟଅତିଥି ଭାବରେ ଓ ବରିଷ୍ଠ ସାମ୍ବାଦିକ ତଥା କଳାହାଣ୍ଡି ସାମ୍ବାଦିକ ସଙ୍ଘ ସଭାପତି ମହମ୍ମଦ ଅଲ୍ଲୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ କଳାହାଣ୍ଡି ଜିଲ୍ଲାର ସୁନାମଧନ୍ୟ ଫୋଟୋଗ୍ରାଫର ସ୍ବର୍ଗତ ରବିନ କୁମାର ସାହୁ ଙ୍କ ପ୍ରଫେସନାଲ ଫୋଟୋଗ୍ରାଫର ଭାବେ ନିଜକୁ ପ୍ରତିଷ୍ଠିତ କରିଥିବା ସମ୍ପର୍କରେ ସୃତି ଚାରଣ କରିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ବର୍ଗତ ରବିନ ସାହୁ ଙ୍କ ଅନ୍ତରଙ୍ଗବନ୍ଧୁ ତଥା ବରିଷ୍ଠ ସାମ୍ବାଦିକ ମହମ୍ମଦ ଅଲ୍ଲୀ ଅତୀତର ସୃତି ଚାରଣ କରିବା ସହ କଳାଧଳା ଫୋଟୋ ଯୁଗରେ କିପରି ନିଜର ନିଷ୍ଠା ଓ କର୍ମ ତତ୍ପରତା ବଳରେ ସ୍ବର୍ଗତ ରବିନ ସାହୁ ନିଜକୁ ଜଣେ ଉଚ୍ଚ କୋଟି ର ଫୋଟୋଗ୍ରାଫର ଭାବେ ପ୍ରତିଷ୍ଠିତ କରି ଲୋକପ୍ରିୟ ହୋଇ ପାରିଥିଲେ ତାହା ମନେ ପକାଇ ଥିଲେ। କମ୍ପୁଟର ଯୁଗରେ ଯୁବ ଫୋଟୋଗ୍ରାଫର ମାନେ ନିଷ୍ଠାପର ଭାବରେ ନିଜ ଲକ୍ଷପଥରେ ଆଗେଇବା ପାଇଁ ସେ ପ୍ରେରଣା ଦେଇଥିଲେ ।ଏହି ଅବସରରେ ଫୂଜି ଫିଲ୍ମ କଂପାନୀ ତରଫରୁ ନୂତନ କ୍ୟାମେରା ର ଫୋଟୋଗ୍ରାଫି ର ବିଭିନ୍ନ ଟେକନିକ ଓ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରି କିପରି ଜଣେ ସଫଳ ଫୋଟୋଗ୍ରାଫର ହୋଇ ପାରିବ ସେ ସମ୍ପର୍କରେ ପ୍ରଶିକ୍ଷଣ ଦେଇ ଥିଲେ ।ଏହି ଫଟୋଗ୍ରାଫର ସଙ୍ଘ ଦାୟୀତ୍ୱ ରେ ଥିବା ଜୁନାଗଡ଼ ର ପ୍ରମୋଦ ପୁଞ୍ଜି ଙ୍କ ସହିତ ଫୋଟୋଗ୍ରାଫର ପ୍ରଦୀପ ରାଉତ,ଖୀରସିନ୍ଧୁ,ବଳିରାମ,ଟିକିନୁ, ରାକ୍ଷୀ, ଶଙ୍କର ପ୍ରମୁଖ ସୁଚାରୁ ରୂପେ କାର୍ମଶାଳା ର ଦାଇତ୍ୱ ବହନ କରିଥିଲେ । ଏହି ଅବସରରେ କମ୍ପାନୀ ତରଫରୁ ଫୂଜି ଫିଲ୍ମ ରୁ ଆସିଥିବା ରାଜେଶ ସୋନି,(ଫୁଜୀ ଫିଲ୍ମ ର ପୂର୍ବ ଓଡ଼ିଶା ବିକ୍ରୀତା) ଡି ଜେ ପଟ୍ଟନାୟକ (ଟେକ୍ନିକାଲ ଆଡଭାଇଜର) ସାୟଦ ଫହିମ୍* ( ଇକ୍ସ୍ ପୋର୍ଟ ଆମ୍ବସୋଡର) ମୂଜିବୁର୍ ରହେମାନ (ଓଡ଼ିଶା ଫୁଜୀ ବିକ୍ରୀୟ ମୁଖ୍ୟ ) ସରୋଜ ମହାପାତ୍ର ( ଅତିଥି ମେଣ୍ଟର)ଯୋଗଦାନ କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭିଗ୍ନାନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା

Sunil Chandra Nayak

ନବରଂଗପୁରଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୫ 

Sunil Chandra Nayak

ନୂଆପଡ଼ା ରେ ଶିଶୁ ଶ୍ରମିକ ସଚେତନତା ଶୋଭାଯାତ୍ରା  ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବା – ଜିଲ୍ଲାପାଳ 

masiha

Leave a Comment

error: Content is protected !!