ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମହାବୀର ମୁକ୍ତି ମଣ୍ଡପରେ ବଟ ଓ ଅଶ୍ବତ୍ଥ ବୃକ୍ଷର ଶୁଭ ପରିଣୟ 

ମହାବୀର ମୁକ୍ତି ମଣ୍ଡପରେ ବଟ ଓ ଅଶ୍ବତ୍ଥ ବୃକ୍ଷର ଶୁଭ ପରିଣୟ 

ରାଉରକେଲା: ସେକ୍ଟର ୨୦ ପମ୍ପ ହାଉସ ନିକଟସ୍ଥ ମହାବୀର ମୁକ୍ତି ମଣ୍ଡପରେ ପୂଜିତ ହେଉଥିବା ବଟ ବୃକ୍ଷ ଓ ଅଶ୍ବତ୍ଥ ବୃକ୍ଷର ଶୁଭ ପରିଣୟ ବୈଦିକ ରୀତିରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଶହଶହ ଭକ୍ତମାନଙ୍କର ଏକ ରୋଷଣୀ ଶୋଭାଯାତ୍ରା ମଣ୍ଡପ ଠାରୁ ବାହାରି କୋଏଲ ନଗର ଡି ବ୍ଲକ ମାର୍କେଟ ସ୍ଥିତ ମାଁ ମଙ୍ଗଳାଙ୍କ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଏହି ବିବାହ କାର୍ଯ୍ୟରେ ଅଶ୍ବତ୍ଥ ବୃକ୍ଷ ର ପିତାମାତା ଋପେ ଜଳଧର ଛୋଟରାୟ ଓ ସାଗରିକା ଛୋଟରାୟ ତଥା ବଟବୃକ୍ଷ ର ପିତାମାତା ଋପେ ଲକ୍ଷ୍ମୀକାନ୍ତ ଜେନା ଓ ଗୀତାଞ୍ଜଳି ଜେନା ଏବଂ ପୂଜକ ଭାବେ ସଞ୍ଜୟ କୁମାର ପଣ୍ଡା ଦାୟିତ୍ଵ ନିର୍ବାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ମନ୍ତ୍ରୀ ତଥା ରଘୁନାଥପାଲି ପ୍ରାକ୍ତନ ବିଧାୟକ ସୁବ୍ରତ ତରାଇ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏହା ଆମର ଏକ ଐତିହ୍ୟ ପରମ୍ପରାର ଏକ ଅଂଶବିଶେଷ ବୋଲି ମତ ରଖିଥିଲେ। ଏହି ଅବସରରେ ସହସ୍ରାଧିକ ସଂଖ୍ୟାରେ ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ନିତ୍ୟାନନ୍ଦ ବେହେରା, ଆଦିତ୍ୟ ବେହେରା, କୃଷ୍ଣଚନ୍ଦ୍ର ସାହୁ, କାର୍ତ୍ତିକ ପାତ୍ର, ସୁଶାନ୍ତ ଜେନା,ଭୀଷ୍ମ ମାଝୀ,ବିନୟ ପାତ୍ର,ବବ୍ରୁବାହାନ ଛୋଟରାୟ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ମୁରଲୀ ବେହେରା, ମୁରଲୀ ସାମଲ, କୈଳାଶ ମହାନ୍ତି, ରାଜକୁମାର ସାହୁ, ଅମ୍ବିକା ସାହୁ, ସନ୍ତୋଷ ନାୟକ, କେଦାର ଭଟ୍ଟ, ଇନ୍ଦ୍ରମଣି ଜେନା, ପଞ୍ଚାନନ ତିର୍କି, ସବିତା ଜେନା, ସଂଗୀତା ପାତ୍ର, ସୋନୁ ମାଝୀ, ଦମୟନ୍ତୀ ମଲ୍ଲିକ, ସସ୍ମିତା ସ୍ବାଇଁ,ସାଗରିକା ସେଠୀ, ପ୍ରମୋଦ ମହାନ୍ତି,ରାଜୁ କଲେଥ,ବେବି ଆଣ୍ଟି, ବୁଦ୍ଧିରାମ ରାଉତ,ଦାମୋଦର ବାରିକ, ସନ୍ତୋଷ ମାଝୀ,ବାବୁଲା ଜେନା, ନନ୍ଦ ପାଇକରାୟ,ଦୀପକ ସାମଲ, ଶାନ୍ତିଲତା ଦାସ,ବୁଧୁ ସିଂ, ନାରାୟଣ ଖଟୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ

Sunil Chandra Nayak

ଭିନ୍ନ ରୀତି ନୀତି ଓ ନିଆରା ପରମ୍ପରାରେ ଗୋତମୁଣ୍ଡା ବାହୁଡା ଯାତ୍ରା…

masiha

ରାମେଶ୍ଵର ପୀଠରେ ମକରମେଳା ଓ ଷୋହଳ ପ୍ରହର ନାମ ଯଜ୍ଞ

Sunil Chandra Nayak

Leave a Comment

error: Content is protected !!