ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଣିକି ଛେଣ୍ଡ ମୁଖ୍ୟ ମାର୍ଗରେ ଜନ ଔଷଧି କେନ୍ଦ୍ର  ଖୋଲିଲା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର 

ଏଣିକି ଛେଣ୍ଡ ମୁଖ୍ୟ ମାର୍ଗରେ ଜନ ଔଷଧି କେନ୍ଦ୍ର 

ଖୋଲିଲା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର 

 ରାଉରକେଲା: ଏଣିକି ଛେଣ୍ଡ ମୁଖ୍ୟ ମାର୍ଗରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିଥିବାରୁ ସ୍ଥାନୀୟ ଅଞ୍ଚଳର ଖୁସିର ଲହର ଖେଳିଯାଇଛି। ରାଉରକେଲା ସହରର ସପ୍ତମ ତଥା ଛେଣ୍ଡ ଅଞ୍ଚଳରେ ଏହା ଦ୍ବିତୀୟ ଜନ ଔଷଧି କେନ୍ଦ୍ର। କେନ୍ଦ୍ର ର ମୁଖ୍ୟ ମାନୁଲିପା ବିଶ୍ବାଳ ଓ ଧନଞ୍ଜୟ ବିଶ୍ବାଳ ଙ୍କ ଆବାହକତ୍ଵ ରେ ଆୟୋଜିତ ଏକ ନିରାଡାମ୍ବର କାର୍ଯ୍ୟକ୍ରମରେ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କେନ୍ଦ୍ରକୁ ଉଦ୍ଘାଟନ କରିବା ସହ ଏହା ଅଞ୍ଚଳବାସୀଙ୍କ ପାଇଁ ଉପଯୋଗୀ ହେବ ବୋଲି ମତ ରଖିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମାଜସେବୀ ହରିହର ରାଉତରାୟ, ସାମ୍ବାଦିକ ମନୋରଞ୍ଜନ ଦାଶ, ଶ୍ରମିକନେତା ବୈଦ୍ୟନାଥ ଦାସ ଯୋଗଦେଇ ନିଜସ୍ଵ ମତ ରଖିଥିଲେ। ସୂଚନାଯୋଗ୍ୟ ଯେ ଏଠାରେ ପ୍ରତ୍ୟେକ ଡାକ୍ତରୀ ଔଷଧ ଉପରେ ୫୦ ପ୍ରତିଶତରୁ ୯୦ ପ୍ରତିଶତ ଛାଡ ମିଳିଥାଏ। ତେଣୁ ଏହାର ସୁଯୋଗ ନେବାପାଇଁ ଶ୍ରୀ ବିଶ୍ବାଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀବତ୍ସ ସାମଲ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କବି ତ୍ରିନାଥ ସିଂହ ପାଇଲେ ‘ମିଳନୀ କବିତା ସମ୍ମାନ-୨୦୨୨’

Sunil Chandra Nayak

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଖପ୍ରାଖୋଲ ଭିଡିଓ କନଫରେନ୍ସ ମାଧ୍ୟମରେ ଆମ ହସ୍ପିଟାଲ ଯୋଜନାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

masiha

ସତର୍କତା ସପ୍ତାହ ପାଳନ ଉପଲକ୍ଷେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!