ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ପୌରପାଳିକା ତରଫରୁ ‘ ବିକାଶର ଧାରା, ଓଡ଼ିଶା ସାରା ‘କାର୍ଯ୍ୟକ୍ରମ

ରାଇରଙ୍ଗପୁର ପୌରପାଳିକା ତରଫରୁ ‘ ବିକାଶର ଧାରା, ଓଡ଼ିଶା ସାରା ‘କାର୍ଯ୍ୟକ୍ରମ

ରାଇରଙ୍ଗପୁର – ୨୫/୦୬  ରାଇରଙ୍ଗପୁର ପୌରପାଳିକା ତରଫରୁ ବିକାଶର ଧାରା, ଓଡ଼ିଶା ସାରା କାର୍ଯ୍ୟକ୍ରମର ଜନସମ୍ପର୍କ ଓ ନାଗରିକ ସହଭାଗିତା କୁ ଅଧିକ ସୁଦୃଢ କରିବାପାଇଁ ମଙ୍ଗଳବାର ଦିନ ସମସ୍ତ ୧୫ ଟି ଓ୍ବାର୍ଡ ବାସିନ୍ଦାଙ୍କ ପାଇଁ ସ୍ଥାନୀୟ ବାଇଦାପୋଷି କଲ୍ୟାଣ ମଣ୍ଡପ, ପିସିଏମ କଲ୍ୟାଣ ମଣ୍ଡପ ଏବଂ ହରେକୃଷ୍ଣ ମହତାବ ଭବନ ପରିସରରେ ମହାସମାରୋହରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶକୁନ୍ତଳା ହାଁସଦାଃଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ‌।ଏଥିରେ ମୁଖ୍ୟ ଅତିଥିଭାବେ ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ପୌରାଧ୍ଯକ୍ଷ ଅଭିଷେକ ପଟନାୟକ, ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ସାଂସଦ ଓ ବିଧାୟକ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୨ ଵର୍ଷ ମଧ୍ୟରେ କ’ଣ ଣ କ’ଣ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛନ୍ତି ତାହା ବଖାଣି ଥିଲେ ।ପୌରାଧ୍ୟକ୍ଷ ରାଇରଙ୍ଗପୁର ପୌରପାଳିକାର ବିଭିନ୍ନ ଓ୍ବାର୍ଡ ଏବଂ ସାମୁହିକ ବିକାଶରେ କ’ଣ କ’ଣ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି କହିଥିଲେ ।ରାଇରଙ୍ଗପୁର ପୌରାଞ୍ଚଳର ଗମନାଗମନ, ଶିକ୍ଷା, ସ୍ଵାସ୍ଥ୍ୟ , ସ୍ବଚ୍ଛତା, ବିଜୁଳି, ପାନୀୟ‌ ଜଳ, କର୍ମସଂସ୍ଥାନ ପ୍ରତି ସରକାର ଯାହା କରନ୍ତୁ କିନ୍ତୁ ଅଞ୍ଚଳବାସୀ ମିଳିତ ସହଯୋଗରେ ହାତ ବଢ଼େଇ ସହରର ବିକାଶକୁ ଆଗେଇବାକୁ ପଡ଼ିବ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୌରବାସୀଙ୍କ ମତାମତ ଓ ଅଭିଯୋଗ ସଂଗ୍ରହ କରି ସେମାନଙ୍କ ଆବଶ୍ଯକତାକୁ ଆଧାର କରି ଆଗକୁ ବଢିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଅତିଥିଗଣ ପରାମର୍ଶ ଦେଇଥିଲେ ।ପ୍ରତ୍ୟେକ ଓ୍ବାର୍ଡରେ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଶାସନ ସଦାସର୍ବଦା ଚେଷ୍ଟିତ ବୋଲି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶକୁନ୍ତଳା ହାଁସଦା କହିଥିଲେ ।ଏହି କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ଯୋଜନା ତଥା ଜୀବନ ଜ୍ୟୋତି ବୀମା ଯୋଜନା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ନିର୍ମାଣ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ,ପ୍ରଧାନମନ୍ତ୍ରୀ ଜନଧନ ଯୋଜନା,ଜନନୀ ସୁରକ୍ଷା ଯୋଜନା,ମାତୃଵନ୍ଦନା ଯୋଜାନର କ୍ୟାମ୍ପ କରାଯାଇ ଜନସଚେତନତା କରାଯାଇଥିଲା ।

କାର୍ଯ୍ଯକ୍ରମରେ ସଫେଇ କର୍ମଚାରୀ,ଆଶାଦିଦି,ଅଙ୍ଗନବାଡ଼ି କର୍ମି,ସ୍ବଛ କର୍ମୀ ଏବଂ ଅନ୍ୟମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ ଅଧିକାରୀନିଳକଣ୍ଠ ବିଶ୍ବାଳ,ମନ।ମୟ ସାହୁ,ଇଂ ମୃତ୍ୟୁଞ୍ଜୟ ପହି ସ୍ଵୟଂସହାୟିକା ଗୋଷ୍ଠୀ ସଦସ୍ୟା, ସ୍ବଛକର୍ମୀ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ସ୍ବଛ ସାଥୀ ଓ ସୁପରଭାଇଜର, ସଫେଇ କର୍ମଚାରୀ , ଷ୍ଟିଟ ଭେଣ୍ଡର,କମ୍ଯୁନିଟି ଅର୍ଗାନାଇଜର ଏବଂ ପୌରପାରିଷଦର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ପଞ୍ଚାୟତ ସମିତି ବୈଠକରୁ ବାଛନ୍ଦ ହୋଇ ସରପଞ୍ଚ,ସମିତି ସଭ୍ୟଙ୍କ ଅନଶନର ଦ୍ଵିତୀୟ ଦିନରେ ଵ୍ଲକ କାର୍ଯ୍ୟାଳୟ ଅଚଳ

masiha

ସୁନ୍ଦରଗଡ ଲେଖକ ସାମୁଖ୍ଯର* *ମାସିକ ସାହିତ୍ଯ ଆସର

Sunil Chandra Nayak

କୋଇଡା ପ୍ରେସ କ୍ଳବରୟ ୧୦ ଦିବସୀୟ ଦ୍ଵିଵାର୍ଷିକ ଊତ଼୍ସବରେ ଦୁଲୁକୁଛି କୋଇଡା 

masiha

Leave a Comment

error: Content is protected !!