ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଶ୍ରମିକ ସଂଘ ପ୍ରତିନିଧିମଣ୍ଡଳୀଙ୍କ ସେଲ୍ ଅଧ୍ୟକ୍ଷ ଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର

ରାଉରକେଲା ଶ୍ରମିକ ସଂଘ ପ୍ରତିନିଧିମଣ୍ଡଳୀଙ୍କ ସେଲ୍ ଅଧ୍ୟକ୍ଷ ଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର

ରାଉରକେଲା: ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ସଂଘର ଏକ ପ୍ରତିନିଧିମଣ୍ଡଳୀ ସେଲ୍ ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ସଂଘର ସାଧାରଣ ସମ୍ପାଦକ ଶ୍ରୀ ବେହେରା ଇସ୍ପାତ ଶ୍ରମିକମାନଙ୍କ ବିଭିନ୍ନ ଦାବି ଓ ସମସ୍ୟା ସମ୍ପର୍କରେ ଅଧ୍ୟକ୍ଷ ଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।

ପ୍ରତିନିଧିମଣ୍ଡଳୀ ପକ୍ଷରୁ ନିମ୍ନଲିଖିତ ଦାବିଗୁଡ଼ିକ ଉପସ୍ଥାପନ କରାଯାଇଥିଲା । ଦାବି ଗୁଡିକ ମଧ୍ୟରେ ୩୯ ମାସର ଏରିୟର ପ୍ରଦାନ, ଦୀର୍ଘଦିନ ଧରି ଝୁଲି ରହିଥିବା ପୂର୍ଣ୍ଣାଙ୍ଗ ମଜୁରୀ ଚୁକ୍ତିନାମା ଶୀଘ୍ର ସମ୍ପାଦନ,ବିଗତ ତିନି ବର୍ଷ ମଧ୍ୟରେ ଥରେ ମଧ୍ୟ ଏନଜେସିଏସ ବୈଠକ ନ ଡକାଯିବା ପ୍ରସଙ୍ଗରେ ତୁରନ୍ତ ବୈଠକ ଆହ୍ୱାନ,୨୦ ବର୍ଷ ପୁରୁଣା ଇନସେନଟିଭ୍ ରିୱIର୍ଡ ସ୍କିମ୍ ର ସଂଶୋଧନ ଓ ଅନୁମୋଦନ। ବିସ୍ଥାପିତ ଆଧାରରେ ନିଯୁକ୍ତ କର୍ମଚାରୀଙ୍କ ଟ୍ରେନିଂ ପିରିୟଡ୍‌କୁ ଚାକିରି ଅବଧିରେ ଅନ୍ତର୍ଭୁକ୍ତ କରିବା, ବିସ୍ଥାପିତ କର୍ମଚାରୀଙ୍କୁ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଗ୍ରେଡ୍ ପ୍ରଦାନ,ଆଇଜିଏଚ ଓ ଟାଉନସିପ୍ ର ଘରୋଇକରଣ ବନ୍ଦ ରଖିବା,ଇସ୍ପାତ ଶ୍ରମିକମାନଙ୍କ ପାଇଁ ଗୃହ ପ୍ରକଳ୍ପ ଜରିଆରେ ବାସଗୃହ ଯୋଗାଇ ଦେବା, ଲାଇସେନ୍ସ ଘର , ସଂରକ୍ଷଣ ଯୋଜନା, ଦ୍ବେତ ଘର ଏବଂ ଖାଲି ପଡ଼ିଥିବା ୩୦୦୦ରୁ ଅଧିକ ଘରକୁ ଆବଣ୍ଟନ ଆଦି ସମସ୍ୟାର ସମାଧାନ,ଇସ୍ପାତ ଶ୍ରମିକଙ୍କୁ ଟାଉନସିପ୍ ରୁ ପ୍ଲାଣ୍ଟ କୁ ହେଉଥିବା ବେଆଇନ ବଦଳି ବନ୍ଦ କରିବା, ଚୁକ୍ତିଭିତ୍ତିକ ଶ୍ରମିକ ମାନଙ୍କ ପାଇଁ ସର୍ବନିମ୍ନ ବେତନ କାର୍ଯ୍ୟକାରୀ କରିବା ଆଦି ଅନ୍ତର୍ଭୁକ୍ତ ଥିଲା । ସେଲ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଣ୍ଡା ଉପସ୍ଥାପିତ ଦାବିଗୁଡ଼ିକୁ ସକାରାତ୍ମକ ଭାବେ ଗ୍ରହଣ କରି ସେଗୁଡ଼ିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧିମଣ୍ଡଳୀରେ ଉପସାଧାରଣ ସମ୍ପାଦକ ଚକ୍ରଧର ପ୍ରଧାନ, ଉପସଭାପତି ସୁରେଶ ପାଣିଗ୍ରାହୀ, ରମେଶ ଚନ୍ଦ୍ର ଦତ୍ତ, ବୀରକିଶୋର ଶେଖରଦେଓ, ସତ୍ୟ ସାହୁ, ନିହାର ଦାସ, ଦୁଃଶାସନ ନାୟକ, ବିକାଶ ବେହୁରିଆ, ପଦ୍ମାଳୟା ଧର, ମନୋଜ କିଶାନ ଓ ପ୍ରତାପ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲାହାନ୍ତି ଯୁବକ ସଂଘ ତରଫରୁ ୧୫ ତମ ବିପିଏଲ୍ କ୍ରିକେଟ୍ ଟୁର୍ଣ୍ଣାମେଟ୍ ଅନୁଷ୍ଠିତ

masiha

ନବ ବର୍ଷ ଉପଲକ୍ଷେ ଡାଲଗୁମା ଠାରେ ଘୁମୁରା ପ୍ରତିଯୋଗିତା

Sunil Chandra Nayak

Saipriya Walkers Club Leads Yet Another Green Initiative for a Sustainable Future

Sunil Chandra Nayak

Leave a Comment

error: Content is protected !!