ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବଡବିଲରେ ପୂର୍ବଛାତ୍ର ଏକତ୍ରୀକରଣ ଉତ୍ସବ ଉଦ୍‌ଯାପିତ

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବଡବିଲରେ ପୂର୍ବଛାତ୍ର ଏକତ୍ରୀକରଣ ଉତ୍ସବ ଉଦ୍‌ଯାପିତ

 ବଡ଼ବିଲ :ପବିତ୍ର ଏକାଦଶୀ ତିଥିରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବଡବିଲ ପ୍ରାଙ୍ଗଣରେ ପ୍ରଥମଥର ପାଇଁ ଏକ ଏତିହାସିକ “ପୂର୍ବଛାତ୍ର ଏକତ୍ରୀକରଣ” କାର୍ଯ୍ୟକ୍ରମ ଉଦ୍‌ଯାପିତ ହେଲା। ୨୦୦୪ ଠାରୁ ୨୦୨୫ ପର୍ଯ୍ୟନ୍ତ ବର୍ଷଗତ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ମୃତିକୁ ତାଜା କଲେ।

ଦୀପ ପ୍ରଜ୍ଜ୍ୱଳନ ଓ ବନ୍ଦନା ପରେ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବିପିନ ବିହାରୀ ଖଣ୍ଡାୟୀ ସ୍ୱାଗତ ଭାଷଣ ମାଧ୍ୟମରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ବ୍ୟାଖ୍ୟା କଲେ। ଅନ୍ୟାନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଯଥା ଶ୍ରୀମତୀ ନନ୍ଦିନୀ ମହାନ୍ତି, ରଶ୍ମିରେଖା ନାୟକ, ପୁଷ୍ପଶ୍ରୀ ପତି, ବୀଣାପାଣି ମହାନ୍ତ ଓ ନଳିନୀକାନ୍ତ ମହାନ୍ତ ବିଦ୍ୟାର୍ଥୀମାନେ କିପରି ଜୀବନରେ ଦାୟିତ୍ୱଶୀଳ ହେବା ଉଚିତ୍, ଏ ନେଇ ମୁଲ୍ୟବାନ ଅଭିଭାଷଣ ଦେଲେ। ମୋଟ ୧୭୦ ଜଣ ପୂର୍ବଛାତ୍ର-ଛାତ୍ରୀ ଉପସ୍ଥିତ ଥିଲେ ଏବଂ ନିଜ ନିଜ ଅନୁଭୂତି, ଅଭିଜ୍ଞତା ଓ ଜୀବନର କଥା ସେୟାର କଲେ। କାର୍ଯ୍ୟକ୍ରମକୁ ସରସ ବନାଇଥିଲେ ସଙ୍ଗୀତ, ମଜ୍ଜାକଥା ଓ ସାମୁହିକ ଆଲୋଚନା।

ପୁରାତନ ଛାତ୍ରମାନେ ଯଥା ରଶ୍ମିରଞ୍ଜନ ମହାନ୍ତ, ଶିବାନୀ ଗିରି, ହେମାନନ୍ଦ ମହାନ୍ତ, ସୁନିଲ ମହାନ୍ତି, ଶଶୀଭୂଷଣ ମହାନ୍ତ, ମାନସ ମୁଦୁଲୀ, ଜୟଶ୍ରୀ ସିଦୁ, ସୁଦିପ୍ତ ସାମନ୍ତରାୟ ବିଦ୍ୟାଳୟର ଉନ୍ନତି ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଓ ମତାମତ ରଖିଲେ। ଧନ୍ୟବାଦ ଜଣାଇଲେ ପୁରାତନ ଛାତ୍ରୀ ସୁଶ୍ରୀ ପଦ୍ମାବତୀ ମହାନ୍ତ। ସମାପନରେ ଏକ ଆନନ୍ଦଦାୟକ ସହଭୋଜ ଅନୁଷ୍ଠିତ ହୋଇ ଦୀନଟି ସ୍ମୃତିମୟ ହେଲା।

ଯୋଡ଼ା ରୁ ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଓକିଲ ସଂଘ ସଭାପତି ଭାବେ ୫ମ ଥର ପାଇଁ ଅକ୍ଷୟ ମହାନ୍ତି

Sunil Chandra Nayak

ପଞ୍ଚତତ୍ତ୍ବରେ ଲୀନ ହେଲେ ଯାତ୍ରା ଜଗତର ମହାନ କଳାକାର

masiha

ଧର୍ମଗଡ କଳାହାଣ୍ଡି ଉତ୍ସବ ର ଦ୍ୱିତୀୟ ସନ୍ଧ୍ୟା ପ୍ରବଳ ଜନ ସମାଗମ

Sunil Chandra Nayak

Leave a Comment

error: Content is protected !!