ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡବ୍ଲ୍ୟୁଜେୟୁ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ 

ଡବ୍ଲ୍ୟୁଜେୟୁ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ 

ନବରଙ୍ଗପୁର:(୨୮|୭) ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ସହ ଅନୁବନ୍ଧିତ ୱାର୍କିଙ୍ଗ ଜର୍ଣାଲିଷ୍ଟ ୟୁନୀୟନ୍ (ଡବ୍ଲ୍ୟୁଜେୟୁ) ନବରଙ୍ଗପୁର ପକ୍ଷରୁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଡବ୍ଲ୍ୟୁଜେୟୁ ସଂଘର ସଭାପତି ପି ପ୍ରକାଶଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁଙ୍କୁ ଏହି ସ୍ମାରକ ପତ୍ର ପ୍ରଦାନ କରିଥିଲେ। ସ୍ମାରକ ପତ୍ରରେ ପ୍ରଚଳିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅତିରିକ୍ତ ଚିକିତ୍ସା ସୁବିଧା ସହ ପେନସନ ପ୍ରଦାନ ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ନେଇ ଦୃଷ୍ଟି ଆକର୍ଷଣ କରାଯାଇଅଛି। ସ୍ମାରକ ପତ୍ର ଅନୁସାରେ, ଆସନ୍ତା ୨୦୨୫-୨୬ ବର୍ଷ ପାଇଁ ଗୋପାବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା ନବୀକରଣ ନିମିତ୍ତ ପ୍ରକିୟା ଆରମ୍ଭ ହେବାକୁ ଯାଉଛି। ଉକ୍ତ ଯୋଜନାରେ ପ୍ରତିବର୍ଷ ହାରାହାରି ୬୦୦ରୁ ଉର୍ଦ୍ଧ ହିତାଧିକାରୀ ଉପକୃତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଚଳିତ ସ୍ବାସ୍ଥ୍ୟ ବୀମା ଯୋଜନାକୁ ଅଧିକ ହିତାଧିକାରୀମୂଖୀ କରିବା ପାଇଁ ସାମ୍ବାଦିକଙ୍କ ପିତାମାତା ଓ ପଚିଶ ବର୍ଷରୁ ଉର୍ଦ୍ଧ ଅବିବାହିତ ନିର୍ଭରଶୀଳ ସନ୍ତାନ ସନ୍ତତିଙ୍କୁ ଯୋଜନା ଅନ୍ତର୍ଭୁକ୍ତ କରିବା ପାଇଁ ଦାବୀ କରାଯାଇଛି । ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ରାଶିକୁ ୧୦ ଲକ୍ଷକୁ ବୃଦ୍ଧି କରାଯିବା ସହ ଆୟୁଷ୍ମାନ୍ ଯୋଜନାରେ ସାମିଲ୍ ବା ହିତାଧିକାରୀଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରୁ ବାଦ୍ ଦିଆଯିବା ନିଷ୍ପତିର ପୁନର୍ବିଚାର କରି ଶ୍ରୀମନ୍ଦିର ସେବାୟତଙ୍କ ଢାଞ୍ଚାରେ ସାମ୍ବାଦିକଙ୍କ କଲ୍ୟାଣାର୍ଥେ,ଉଭୟ ଯୋଜନାର (ଆୟୁଷ୍ମାନ୍ ଭାରତ ଏବଂ ଗୋପାବନ୍ଧୁ ସ୍ବାସ୍ଥ୍ୟ ବୀମା) ସୁବିଧା ଉପଲବ୍ଧ ପାଇଁ ଅନୁରୋଧ କରାଯାଇଛି। ଏହା ବ୍ୟତୀତ ଦେଶର ୧୮ ଗୋଟି ରାଜ୍ୟ ଭଳି ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ମାସିକ ଅନ୍ୟୁନ ପନ୍ଦର ହଜାର ଟଙ୍କା ପେନସନ୍ ପ୍ରଦାନ ସହ ବୃତ୍ତିଗତ ସୁରକ୍ଷା ପ୍ରଦାନାର୍ଥେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ ଦାବୀ କରାଯାଇଛି। ଦାବୀ ପତ୍ର ପ୍ରଦାନ ସମୟରେ ସଂଘର ଉପ ସଭାପତି କିଶୋର ପଟ୍ଟନାୟକ, ସମ୍ପାଦକ ରବି ପଟ୍ଟନାୟକ, ସହ ସମ୍ପାଦକ ଅମ୍ବିକା ଦାଶ, କୋଷାଧ୍ୟକ୍ଷ ରାମ କିରଣ ପଟ୍ଟନାୟକ, କାର୍ଯ୍ୟକାରୀ ସଦସ୍ୟ ନବଘନ ବିଷୋୟୀ, ଧିରେନ ପଣ୍ଡା, ସି ଏଚ୍ ଈଶ୍ୱର ରାଓ, ଅଜିତ୍ ନାୟକ, କରେଶ ଉପାଶୀ, ଦେବୀ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବ୍ରହ୍ମପୁରରେ ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ  ଆଜିଠାରୁ ଉତ୍ତୀର୍ଣ୍ଣ ୭୦ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କ ପାଠ୍ୟକ୍ରମର ଶୁଭାରମ୍ଭ 

Sunil Chandra Nayak

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ 55ବର୍ଷୀୟ ବୟସ୍କ ମହିଳା ପ୍ରମିଳା ବେହେରା ଙ୍କ ମୃତ୍ୟୁ

Sunil Chandra Nayak

ରଥେ ଶ୍ରୀଜଗନ୍ନାଥ ନୃତ୍ୟ ନାଟିକା* ପ୍ରଥମ କରି ରଜ ସଂକ୍ରାନ୍ତି ରେ ଉତ୍କଳ ରଙ୍ଗମଞ୍ଚ ଜୟଦେବ ବିହାର ଭୁବନେଶ୍ୱର ରେ ପ୍ରଦର୍ଶିତ ହେବ

Sunil Chandra Nayak

Leave a Comment

error: Content is protected !!