ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ 55ବର୍ଷୀୟ ବୟସ୍କ ମହିଳା ପ୍ରମିଳା ବେହେରା ଙ୍କ ମୃତ୍ୟୁ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ 55ବର୍ଷୀୟ ବୟସ୍କ ମହିଳା ପ୍ରମିଳା ବେହେରା ଙ୍କ ମୃତ୍ୟୁ

 କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଦେଇ ଯାଇଥିବା ଚଣ୍ଡିଖୋଲ ପାରାଦ୍ୱୀପ ଜାତୀୟ ରାଜପଥ ଚଣ୍ଡିଆ ପ୍ୟାଲେସ ନିକଟରେ ଆଜି ଭୟଙ୍କର ମର୍ମତୁଦନ୍ତ ସଡ଼କ ଦୁର୍ଘଟଣା ଘଟିଛି, ତେବେ ଏହି ଦୃଘଟଣାରେ ଭରତପୁର ଅଞ୍ଚଳ ର 55ବର୍ଷୀୟ ବୟସ୍କ ମହିଳା ପ୍ରମିଳା ବେହେରା ଙ୍କ ମୃତ୍ୟୁ ଘଟିଥିବାର ସୂଚନା ହସ୍ତଗତ ହୋଇଛି,! ଦୃଘଟଣା ଟି ଏତେ ମାତ୍ରା ରେ ଭୟଙ୍କର ଥିଲା ଯେ ଦେଖିଥିବା ଲୋକ ଙ୍କର ଛାତି ଥରି ଯାଇଥିବା ଲୋକେ ସମାଲୋଚନା କରୁଛନ୍ତି,! ମୃତ ପ୍ରମିଳା ବେହେରା କେନ୍ଦ୍ରାପଡ଼ା ପୋଲିସ ବିଭାଗ ରେ ଜଣେ ହୋମ ଗାର୍ଡ ଭାବେ କାର୍ଯ୍ୟରତ ଥିଲେ, ସବୁଦିନ ପରି ଆଜି ପ୍ରମିଳା ନିଜ ସରକାରୀ ଡିୟୁଟି ସାରି ଘରକୁ ଫେରୁଥିବା ସମୟରେ ଏହି ସଡ଼କ ଦୃଘଟଣା ରେ ପ୍ରମିଳା ଙ୍କର ପ୍ରାଣ ବାୟୁ ଚାଲିଯାଇଥିଲା, ତେବେ ଘଟଣା ସ୍ଥଳରେ କେନ୍ଦ୍ରାପଡ଼ା ସଦର ପୋଲିସ ପହଞ୍ଚି ଦୃଘଟଣା ଘଟଇଥିବା ଯାଜପୁର ଜିଲ୍ଲାର ଡ଼ୁବୁରୀ ରୁ ପାରାଦ୍ୱୀପ ଅଭିମୁଖେ ନେଇ ଯାଉଥିବା OD-02-1480 ର ଚାଳକ ସହ ପଥର ବୋଝେଇ ଟ୍ରକ ଟିକୁ ଜବତ କରିବା ସହ ତଦନ୍ତ ପକ୍ରିୟା ଜାରି ରହିଛି,! ତେବେ ପାରାଦ୍ୱୀପ ଓ ଚଣ୍ଡିଖୋଲ ଜାତୀୟ ରାଜପଥ ରେ ବାରମ୍ବାର ଏହିଭଳି ମର୍ମଦୁନ୍ତ ଦୃଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି, ଏବଂ ଏହିପରି ଘଟଣା ପାଇଁ ବିଶେଷ ପକ୍ଷରେ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ରେ ନିୟୋଜିତ ଠିକା ସଂସ୍ଥା ନିୟମ ଉଲଙ୍ଘନ କରିଥିବାରୁ ସ୍ଥାନୀୟ ଜନସାଧାରଣ ଙ୍କ ପକ୍ଷରୁ ଦୃଢ଼ ଦାବୀ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରାପଡ଼ା ଜିଲ୍ଲାପ୍ରଶାସନ ଙ୍କୁ ନିବେଦନ କରିଛନ୍ତି,!

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ସହ ରାଜନଗର ରୁ ସୁବ୍ରତ ରାଉତ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ , ରାସୋଳ ତରଫରୁ ବହୁବିଧ ସେବା ପ୍ରଦାନ 

Sunil Chandra Nayak

ବନ୍ଦେ ମାତରଂ ଜାତୀୟ ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ଦେଶ ଭକ୍ତି, ରାଷ୍ଟ୍ର ପ୍ରେମ, ସାହସ, ଏକତା ଓ ପ୍ରତିବାଦର ପ୍ରତୀକ ବନ୍ଦେ ମାତରଂ

Sunil Chandra Nayak

ଗୋପାଳପୁର ବେଳାଭୂମିରେ ଗଂଜାମ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମ

Leave a Comment

error: Content is protected !!