ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ ପକ୍ଷରୁ କାଇମାଟି ଜୁଆଙ୍ଗ ସାହିରେ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ 

ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ ପକ୍ଷରୁ କାଇମାଟି ଜୁଆଙ୍ଗ ସାହିରେ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ 

ଢେଙ୍କାନାଳ : ତା.୨୪.୧୧.୨୦୨୫ ରିଖ : ନିକଟରେ ଓଡ଼ିଶାର ମହାମହିମ ତତ୍କାଳୀନ ରାଜ୍ୟପାଳଙ୍କଠାରୁ ରାଜ୍ୟ ପୁରସ୍କାର ପ୍ରାପ୍ତ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ହାଇସ୍କୁଲ,ଢେଙ୍କାନାଳର ହିନ୍ଦୀ ଶିକ୍ଷକ,ଶିଖରେଶ୍ୱର ମଧ୍ୟ ଇଂରାଜୀ ବିଦ୍ୟାଳୟ,କାଇମାଟିର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ଗଦାଧର ମିଶ୍ରଙ୍କର କନିଷ୍ଠା କନ୍ୟା ଦଧୀଚି ସଂଗଠିକା ସୁଶ୍ରୀ ଶୈଳବାଳା ମିଶ୍ର ସୁଶ୍ରୀ ଶୈଳବାଳା ମିଶ୍ର କାଇମାଟି ଜୁଆଙ୍ଗ ସାହିରେ ପଚାଶରୁ ଉର୍ଦ୍ଧ୍ଵ ପରିବାରଙ୍କୁ କମ୍ବଳ କିଛି ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି।ଙ୍କର ଉପସ୍ଥିତି ତଥା ସହଯୋଗରେ କରିଛନ୍ତି।ଏଥିରେ ସେଇ ଅଞ୍ଚଳର ଝିଅ ପିଙ୍କି ବିବି,ସାମ୍ବାଦିକ ପ୍ରଶାନ୍ତ ତ୍ରିପାଠୀ,ସାମ୍ବାଦିକ ଦୀପକ ମିଶ୍ର ସୁଶ୍ରୀ ମିଶ୍ରଙ୍କୁ ସମସ୍ତ ସହଯୋଗ ପ୍ରଦାନ କରିଥିଲେ lଏହା ଏକ ଅତୁଳନୀୟ ଉଦ୍ୟମ ବୋଲି ସ୍ଵୀୟ ବାର୍ତ୍ତାରେ ମତପ୍ରକାଶ କରିଛନ୍ତି ତାଙ୍କର ସୁଛାତ୍ର ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳର ଯୁଗ୍ମ ଆବାହକ,ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ର ପ୍ରାକ୍ତନ ବରିଷ୍ଠ ଶିକ୍ଷକ,ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡା.ଦେବୀ ପ୍ରସାଦ ମିଶ୍ର। ସମସ୍ତେ ଏହିଭଳି ଅନୁକରଣୀୟ ଉଦ୍ୟମ କରିବା ଦରକାର ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।ସ୍ବର୍ଗତଃ ଗଦାଧର ମିଶ୍ର ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ରାଜ୍ୟ ପୁରସ୍କାର ପ୍ରାପ୍ତ ହିନ୍ଦୀ ଶିକ୍ଷକ ଥିଲେ ମଧ୍ୟ ସମସ୍ତ ବିଷୟ ଶିକ୍ଷାଦାନରେ ନିପୁଣ ଥିଲେ। ଅବସର ଗ୍ରହଣ ପରେ ଶିଖରେଶ୍ୱର ମଧ୍ୟ ଇଂରାଜୀ ବିଦ୍ୟାଳୟ,କାଇମାଟି, ଢେଙ୍କାନାଳର ପ୍ରଧାନ ଶିକ୍ଷକ ଭାବରେ ବହୁ ବର୍ଷ ଧରି ଗୁରୁ ଦାୟିତ୍ୱ ତୁଲାଇଥିଲେ।ତାଙ୍କରି ସ୍ମୃତିରେ ମୋ ସ୍କୁଲ ଅଭିଯାନରେ ତାଙ୍କର ଦଧିଚି ପୁରସ୍କାର ପ୍ରାପ୍ତ ସୁକନ୍ୟା ଶୈଳବାଳା ମିଶ୍ର ୫୦,୦୦୦(ପଚାଶ ହଜାର) ଟଙ୍କା ପ୍ରଦାନ କରିଛନ୍ତି,ତାର ଦୁଇଗୁଣ ଅର୍ଥରାଶି ଅର୍ଥାତ ୧୦୦,୦୦୦(ଏକଲକ୍ଷ)ଟଙ୍କା ଓଡ଼ିଶା ସରକାର ପ୍ରଦାନ କରିଛନ୍ତି।ଏହାଦ୍ୱାରା ୧,୫୦୦୦୦ (ଏକଲକ୍ଷ ପଚାଶ ହଜାର) ଟଙ୍କାର ଅର୍ଥରାଶିରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ମୂଳକ କାର୍ଯ୍ୟ କରାଯାଉଛି।ତାଙ୍କ ନାମରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ହିନ୍ଦୀ ବିଷୟରେ ସର୍ବାଧିକଉ ନମ୍ବର ରଖିଥିବା ଛାତ୍ର ବା ଛାତ୍ରୀଙ୍କୁ ଏକ ରନିଂ କପ୍ ମଧ୍ୟ ପ୍ରଦାନ କରାଯାଉଛି।ଏହା ଅତି ଆନନ୍ଦର କଥା ଓ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ବିଷୟ।ସୁଶ୍ରୀ ଶୈଳବାଳା ମିଶ୍ର,ସତ୍ୟବାଦୀ ବକୁଳବନର ପଞ୍ଚସଖାଙ୍କ ଛାତ୍ର ହେବାର ସୌଭାଗ୍ୟ ଲାଭ କରିଥିବା ପ୍ରସିଦ୍ଧ ଶିକ୍ଷକ ପିତା ଗଦାଧର ମିଶ୍ର ଓ ମାତା ରମାଦେବୀଙ୍କ କୋଳମଣ୍ଡନ କରି ୧୯୬୩ ମସିହାରେ ଢେଙ୍କାନାଳ ନୂଆ ଶାସନରେ ଭୂମିଷ୍ଠ ହୁଅନ୍ତି।ପିଲାବେଳୁ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ସେବାରେ ନିଜକୁ ଊତ୍ସର୍ଗ କରିଛନ୍ତି।ସୁଶ୍ରୀ ମିଶ୍ର ବୈବାହିକ ବନ୍ଧନରେ ବାନ୍ଧି ନହୋଇ ସାରା ଜୀବନ ଏହି ସେବା କାର୍ଯ୍ୟରେ ବ୍ରତୀ ରହିବା ପାଇଁ ପ୍ରତିଜ୍ଞାବଦ୍ଧ।କେବଳ ଏତିକି ନୁହେଁ ଏହା ସହିତ ସେ ଓଡିଶା ରାଜ୍ୟ ସରକାରଙ୍କ ଜଣେ ଆଦର୍ଶ ପଦାଧୂକାରୀ ରୂପେ କର୍ମ କ୍ଷେତ୍ରରେ ମଧ୍ୟ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ତାଙ୍କର ବିଶେଷ ପରିଚୟ, ଓଡିଶାର ଅଙ୍ଗଦାନ ଆନ୍ଦୋଳନର ଜଣେ ଅନ୍ୟତମ ସାରଥୀ।ସେ ନିଜର ସମ୍ପୂର୍ଣ୍ଣ ଶରୀର ଦାନ କରିବା ପାଇଁ ପ୍ରତିଜ୍ଞା କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପ୍ରବର୍ତ୍ତାଇ ଏହି ମହତ କାର୍ଯ୍ୟଟିକୁ ଆଗେଇ ନେଇ ଚାଲିଛନ୍ତି। ଏହା କହିଲେ ଅତ୍ୟୁକ୍ତି ହେବନାହିଁ ଯେ ଦଧୀଚିଙ୍କ ମହାନ୍ ଆଦର୍ଶରେ ଅନୁପ୍ରାଣିତ ତାଙ୍କର ତ୍ୟାଗପୂର୍ଣ୍ଣ ଜୀବନ ଓ ସେବା ମନୋଭାବ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ।ସନ୍ଥକବି ଭୀମଭୋଇଙ୍କ ଭାଷାରେ ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଊଦ୍ଧାର ହେଉ।ଏହି ଉକ୍ତକୁ ସାର୍ଥକ କରି ସେ ସମାଜରେ ଅବହେଳିତ ମାନଙ୍କର ସେବା କରିଚାଲିଛନ୍ତି।ପରିଶେଷରେ ଏହି ମହାନ କାର୍ଯ୍ୟରେ ସହଯୋଗ ପାଇଁ ସ୍ବର୍ଗତ ଗଦାଧର ମିଶ୍ରଙ୍କର କନିଷ୍ଠା କନ୍ୟା ଦଧୀଚି ସଂଗଠିକା ସୁଶ୍ରୀ ଶୈଳବାଳା ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ର,ସୁଶ୍ରୀ ଶୈଳବାଳା ମିଶ୍ର, 
ଯୁଗ୍ମ ଆବାହକ,ଆବାହିକା, 
ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ 
ଦୂରଭାଷ : ୯୪୩୭୧୦୬୫୬୯ ;
୯୪୩୭୩୩୪୩୨୯

Related posts

ପିରବତୀ କଲେଜରେ ସାଧାରଣତନ୍ତ୍ର ଦିବସ ପାଳିତ

masiha

ବନ୍ଧୁଗାଁ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପରିକ୍ଷା

Sunil Chandra Nayak

ଆର୍ଥିକ ସଚେତନତା ଓ ଆର୍ଥିକ ଅନ୍ତର୍ଭୁକ୍ତ କରଣ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!