ଡାବୁଗାଁ, ୧୩/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଭା ଗୃହରେ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବିଡିଓ ଶରତ ମାଝି ଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ସହିତ ଚୁକ୍ତି କରିଥିବା ତାଲିମ ପ୍ରଦାନ କାରୀ ସଂସ୍ଥା ମାନେ ଅଂଶ ଗ୍ରହଣ କରିବେ | ଉକ୍ତ ମେଳାରେ ବ୍ଲକରେ ଥିବା ୫ ମ ଶ୍ରେଣୀ ପାସ ରୁ ସ୍ନାତକ, ଆଇଟିଆଇ ଓ ଡିପ୍ଲୋମା ପାସ ପର୍ଯ୍ୟନ୍ତ ୧୮ ରୁ ୩୫ ବର୍ଷ ମଧ୍ୟରେ ଯୁବତୀ ମାନେ ଅଂଶ ଗ୍ରହଣ କରିପାରିବେ | ଚଳିତ ମାସ ୨୦ ତାରିଖ ଦିନ ବ୍ଲକ ପରିସରରେ ଅନୁଷ୍ଠିତ ପରାମର୍ଶ ଶିବିରରେ ବ୍ଲକ ର ବିଭିନ୍ନ ଗ୍ରାମର ଯୁବତୀ ମାନେ ଯୋଗ ଦେଇ ନିଯୁକ୍ତି ସୁଯୋଗ ପାଇବେ ଓ ବହୁ ସଂଖ୍ୟାରେ ଯୁବତୀ ମାନେ ଯୋଗ ଦେବେ ସେ ନେଇ ଆଲୋଚନା ହୋଇଥିଲା | ଏହି ବୈଠକରେ ସିଡିପିଓ ଗୀତାଞ୍ଜଳି ମହାରଣା, ବ୍ଲକ ଶିକ୍ଷା ଅଧିକାରୀ ଶିବ ଶଙ୍କର ମଣ୍ଡଳ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସମସ୍ତ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ବ୍ଲକ ଅଧୀନ ସମସ୍ତ ଉଚ୍ଚ ମାଧ୍ୟମିକ ଓ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ | ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି. ପ୍ରସାଦ ବୈଠକ ପରିଚାଳନା କରିଥିଲେ |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ