ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟରେ ଜଳ ସେବା ଶିବିର ଆରମ୍ଭ

କୋକସରା,୧୫/୫ -କଳାହାଣ୍ଡି ଜିଲ୍ଲାରେ ବିଗତ କିଛି ଦିନ ହେବ ପାରଦ ୪୩° ରେ ପହଞ୍ଚିଲାଣି।ଏହି ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି କୋକସରା ବ୍ଲକ ରେଙ୍ଗାଳପାଳି ପଞ୍ଚାୟତ ସ୍ଥିତ ଡ଼ଙ୍ଗରୀଗୁଡା ସରକାରୀ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଭାରତ ସ୍କାଉଟସ୍ ଏବଂ ଗାଇଡସ୍ କଳାହାଣ୍ଡି ପକ୍ଷରୁ ଜଳ ସେବା ଶିବିର ଆରମ୍ଭ କରି ପଥଚାରୀ ମାନଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏହି ଜଳ ସେବା ଶିବିରରେ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟର ସ୍କାଉଟସ୍ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା ଓ ସ୍କାଉଟସ୍ ଛାତ୍ରମାନେ ସହଯୋଗ କରିଥିଲେ ।ବିଦ୍ୟାଳୟର ଏଭଳି ପ୍ରୟାସକୁ ରାସ୍ତାରେ ଯାଉଥିବା ପଥଚାରୀ ମାନେ ଓ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାୟଗଡ଼ା ଟେଲେଣ୍ଟ ଆୱାର୍ଡ଼ ସିଜନ୍ ଦୁଇ ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ 

masiha

ମୋ ସରକାର ବା 5ଟି ଯୁଗର ରାସ୍ତାଘାଟ !  ବିକାଶ ର ପଥ ରେ ପଣ୍ଡଗୁଡା ପଂଚାୟତ ର ନଗ୍ନ ଚିତ୍ର! ସରକାରୀ ଯନ୍ତ୍ରୀ ସହ ଥୁଟି ନେତା ଙ୍କ କମାଲ

Sunil Chandra Nayak

ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଉତ୍କଳଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!