ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଜଗନ୍ନାଥ ମନ୍ଦିରରେ ସ୍ନାନବେଶ ଅନୁଷ୍ଠିତ

କୋକସରା ଜଗନ୍ନାଥ ମନ୍ଦିରରେ ସ୍ନାନବେଶ ଅନୁଷ୍ଠିତ

କୋକସରା,୨୩/୬ // ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀମନ୍ଦିର ଠାରୁ ଆରମ୍ଭ କରି ଓଡ଼ିଶାର ସମସ୍ତ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ଶ୍ରୀମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ବେଦୀରେ ବିରାଜମାନ କରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। କୋକସରା ଜଗନ୍ନାଥ ମନ୍ଦିରରେ ମଧ୍ୟ ରୀତିନୀତି ଅନୁସାରେ ଜଗତର ନାଥ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ଉତ୍ସଵ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପୁଜକ ପ୍ରଦୀପ୍ତ ପାଟ୍ଟଯୋଷୀ ଓ ଘନଶ୍ୟାମ ଶର୍ମା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୂଜାର୍ଚ୍ଚନା ପରେ ସ୍ନାନ ବେଦୀରେ ସୁବାସିତ ଜଳରେ ସ୍ନାନ କରାଇଛନ୍ତି। ପରେ ମହାପ୍ରଭୁ ଅଣସର ଘରକୁ ବିଜେ କରିଥିଲେ।ଆସନ୍ତା ୭ ତାରିଖରେ ଶ୍ରୀ ଜୀଉଙ୍କ ନେତ୍ରୋତ୍ସବ, ନବ ଯୌବନ ବେଶ, ଶ୍ରୀ ଗୁଣ୍ଡିଚା ଯାତ୍ରା, ୧୧ ତାରିଖରେ ହେରା ପଞ୍ଚମୀ ଓ ୧୫ ତାରିଖରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ। ଆଜି ସ୍ନାନବେଶରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ବ୍ଲକର ଲଡୁଗାଁ, କାଉଡୋଳା, ଆମପାଣି, ଛିଲିପାମାଲ, ଟେମରା ଜଗନ୍ନାଥ ମନ୍ଦିରରେ ମଧ୍ୟ ନୀତିକାନ୍ତି ଅନୁସାରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି।

ମସିହା ନିୟୁଜ ସର୍ଭିସ୍ 

Related posts

ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ପଞ୍ଚାୟତ ପ୍ରତିନିଧି

masiha

ନୂତନ ଗ୍ରାମ ପଞ୍ଚାୟତ ଗଠନ ପାଇଁ ଜିଲ୍ଲାପାଲ୍ ଙ୍କ ଦ୍ବାରସ୍ଥ 

masiha

ରବୀନ୍ଦ୍ର ନାଥ ଟେଗୋରଙ୍କ ୧୬୫ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଜାତୀୟ ସ୍ତରୀୟ ସଙ୍ଗୀତ ସମାରୋହ ଅନୁଷ୍ଠିତ

Leave a Comment

error: Content is protected !!