ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣିତ ଶିକ୍ଷକ ଙ୍କ ଆକସ୍ମିକ ବଦଳି, ବାତିଲ କରିବା ପାଇଁ ଦାବି

ଡାବୁଗାଁ, ୩/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ବିଦେଶୀ ମହାଙ୍କୁଡ (ପିସିଏମ) ଙ୍କୁ ଆକସ୍ମିକ ବଦଳି ହୋଇଯାଇଛି | ସୂଚନାଯୋଗ୍ୟ:- ୫ଟି ଯୋଜନା ଅଧୀନ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ୯ମ ଓ ୧୦ମ ଶ୍ରେଣୀରେ ମୋଟ ୪୦୦ ଜଣ ଛାତ୍ରୀ ଛାତ୍ର ଅଧ୍ୟୟନ କରୁଛନ୍ତି | ଗଣିତ ପାଠ ପଢାଇବା ପାଇଁ ଜଣେ ମାତ୍ର ଶିକ୍ଷକ ରହିଥିଲେ | ଉକ୍ତ ଶିକ୍ଷକ ଙ୍କୁ ଜିଲା ଶିକ୍ଷା ଅଧିକାରୀ ଉମରକୋଟ ଉଚ୍ଚ ବିଦ୍ୟାଳୟକୁ ବଦଳି କରିଛନ୍ତି | ତାଙ୍କୁ ବିଦ୍ୟାଳୟରୁ ଗୁରୁବାର ରିଲିଭ କରାଯାଇଛି | ଯାହା ଫଳରେ ଶୁକ୍ରବାର ଠାରୁ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୪୦୦ ଜଣ ଛାତ୍ରୀଛାତ୍ର ମାନେ ଗଣିତ ପାଠ ଆଉ ପଢି ପାରିବେ ନାହିଁ | ଏହି ବିଦ୍ୟାଳୟରେ ପିସିଏମ ବର୍ଗର କୌଣସି ଶିକ୍ଷକ ନାହାଁନ୍ତି | ଯେଉଁ ବିଦ୍ୟାଳୟ କୁ ବଦଳି ହୋଇଛି ସେହି ବିଦ୍ୟାଳୟରେ ୯ମ ଓ ୧୦ମ ଶ୍ରେଣୀରେ ମୋଟ ୨୦୦ ଜଣ ଛାତ୍ରୀ ଛାତ୍ର ରହିଛନ୍ତି | ତେଣୁ ଉକ୍ତ ଶିକ୍ଷକ ଙ୍କ ବଦଳି ବାତିଲ କରିବାକୁ ଡାବୁଗାଁ ର ଅଭିଭାବକ ଓ ବରିଷ୍ଠ ନାଗରିକ ସଂଘର ସଭାପତି ନିତ୍ୟାନନ୍ଦ ମହାନ୍ତି, ସମ୍ପାଦକ ମୁରଲୀଧର ଡାକୁଆ, ନବକିଶୋର ଜୟସିଂ, ଗଗନ ବିହାରୀ ମହାନ୍ତି ପ୍ରମୁଖ ଦାବି କରିଛନ୍ତି | ସୋମବାର ଦିନ ବରିଷ୍ଠ ନାଗରିଗ ସଂଘ ଓ ଅବିଭାବକ ମାନେ ଜିଲପାଳଙ୍କ ନିକଟରେ ନିବେଦନ କରାଯିବ | `

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଫୁଲଝରଣ ରେ ଆଦିବାସୀ ଭବନ ଉଦଘାଟିତ 

masiha

ଗୁଣପୁରର ବେଆଇନ କ୍ଲିନିକ ଉପରେ ସ୍ବାସ୍ଥ୍ୟ ବିଭାଗର ଚଢାଉ: ୬ ମହଲା କୋଠା ସିଲ,ଆଲଟ୍ରା ସାଉଣ୍ଡ ଗାଏବ

Sunil Chandra Nayak

ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ରମେଶ ଚନ୍ଦ୍ର ପାତ୍ର ସମ୍ବର୍ଦ୍ଧିତ 

Sunil Chandra Nayak

Leave a Comment

error: Content is protected !!