ନବରଙ୍ଗପୁର-(ମସିହା)ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମରେ ଜଣେ ଯୁବକ ୪୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ର ଠକେଇ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଖାତିଗୁଡା ଗ୍ରାମର ଅଜୟ ଶତପଥି (୩୮) ପିତା ରଙ୍ଗନାଥ ଶତପଥି ବିଭିନ୍ନ ପ୍ରଲୋଭନ ଦେଖାଇ ଏକ ଚିଟଫଣ୍ଡ ନାମରେ ଏକାଧିକ ଲୋକଙ୍କ ଠାରୁ ୪୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଧରି ଚମ୍ପଟ ମାରିଥିବା ନେଇ ଖାତିଗୁଡା ଥାନା ରେ ମାମଲା ରୁଜୁ ହୋଇଛି । ଲୋକଙ୍କୁ ଠକି ପ୍ରାୟ ୨୦ ଦିନ ବିତି ଯାଇଥିଲେ ସୁଦ୍ଧା ଖାତିଗୁଡା ଗ୍ରାମରେ ରହୁଥିବା ତାଙ୍କ ପରିବାର ଲୋକଙ୍କ ପାଖରେ କିଛି ଖବର ନାହିଁ lତେଣୁ ପରିବାର ଲୋକଙ୍କ ଏହି ଠକେଇ ରେ ସମ୍ପୃକ୍ତ ଥିବା ନେଇ ମଧ୍ୟ ଅଭିଯୋଗ ହେଉଛି । ବିଭିନ୍ନ କୌଶଳ ପ୍ରୟୋଗ କରି ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଆଦାୟ କରି ଲୁଚି ପଳାଇବା ଭଳି ସଙ୍ଗିନ ଅଭିଯୋଗ ଆସିଥିବା ବ୍ୟକ୍ତି କେଉଁଠି ଅଛନ୍ତି ସେନେଇ ତାଙ୍କ ପରିବାର ଏମିତି କି ତାଙ୍କ ସ୍ତ୍ରୀ ମଧ୍ୟ ସ୍ବାମୀ ବିଷୟରେ ଜାଣିନଥିବା ତାଙ୍କ ପିତା ରଙ୍ଗନାଥ କହୁଛନ୍ତି । ନିଜ ପୁଅ ନିଖୋଜ ହେବାର ୨୦ ଦିନ ପରେ ମଧ୍ୟ ତାଙ୍କର ଅନ୍ୟ ୨ ଭାଇ ଦୋକାନ ଖୋଲି ବ୍ୟବସାୟ କରିବା ସହ ତାଙ୍କ ବାପା, ପୁଅ ଅଜୟ କେଉଁଠି ଅଛି ଆମେ ଜାଣିନାହୁଁ ବୋଲି କହିବା ଏପରି କି ନିଜ ପୁଅ ନିଖୋଜ ନେଇ ଥାନା ରେ ଅଭିଯୋଗ ନ କରିବା ପରିବାର ର ଏହା ଏକ ସୁପରିକଳ୍ପିତ ଠକେଇ ଯୋଜନା ବୋଲି ଅଭିଯୋଗକାରୀ ମାନେ ପ୍ରକାଶ କରିଛନ୍ତି । ଠକେଇ ର ଶିକାର ହେବା ପରେ ସାମ୍ବାଦିକ ମହେଶ୍ୱର ମହାନ୍ତି, ସମେତ ସତ୍ୟନାରାୟଣ ରଥ ,ଅନନ୍ତ ରାମ ଦାସ ,ସୀମାଞ୍ଚଳ ପାଢି ,ଅବନି ମିଶ୍ର ,ଶିବରାମ ସାହୁ ,ନିର୍ମଳ ମହାନ୍ତି ,ଡମ୍ବରୁଧର ଜେନା ,ଦିଲୀପ ପ୍ରଧାନ,ସୁରେଶ ଚନ୍ଦ୍ର ଦାସ ,ଲମ୍ବଧର କୁମ୍ଭାର ,ମାନସ ରଞ୍ଜନ ପାଣିଗ୍ରାହୀ ଓ ଅନ୍ୟମାନେ ଥାନା ରେ ପହଞ୍ଚି ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି । ତୁରନ୍ତ ତାଙ୍କ ନିଜ ତଥା ପରିବାର ସଦସ୍ୟ ଙ୍କ ଆୟ ବ୍ୟୟ ସମେତ ସ୍ଥାବର ଅସ୍ଥାବର ସମ୍ପତି କୁ ତଦନ୍ତ ପରିସର ଭୁକ୍ତ କରି ଉଚ୍ଚ ସ୍ଥରୀୟ ତଦନ୍ତ ପାଇଁ ଦାବୀ ହେଉଛି । ଅଭିଯୁକ୍ତ ଯୁବକ ଜଣେ ପୂର୍ବତନ ପୋଲିସ ବାବୁ ଙ୍କ ପୁତ୍ର ହୋଇଥିବାରୁ ତଦନ୍ତ ଅଧା ରାସ୍ତାରେ ବାଟବଣା ହୋଇପାରେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ଅଭିଯୁକ୍ତ ଠକେଇ କରି ନିଜ ସ୍ତ୍ରୀ , ବାପା ଏବଂ ଭାଇ ମାନଙ୍କ ନାମରେ ଏକାଧିକ ମୁଲ୍ୟବାନ ପ୍ଲଟ,ପ୍ଲଟ ରେ ମୁଲ୍ୟବାନ ଗୃହ ,ଟେଣ୍ଟ ହାଉସ ,ଗାଡି ,ଷ୍ଟେସନାରୀ ଦୋକାନ , ବିଦ୍ୟୁତ୍ ଉପକରଣ ଦୋକାନ ସମେତ ଅନ୍ୟାନ୍ୟ ଜିନିଷ ବାବଦରେ ଅର୍ଥ ବିନିଯୋଗ କରି ଚମ୍ପଟ ମାରିଥିବା ଅଭିଯୋଗ ହେଉଛି । ଏନେଇ ତାଙ୍କ ପିତା ରଙ୍ଗନାଥ ଙ୍କୁ ଯୋଗାଯୋଗ କରିବାରୁ ପରିବାର ସଦସ୍ୟ ଙ୍କ ନାମରେ ଥିବା ସମ୍ପତ୍ତି ରେ ମଝିଆ ପୁଅର ର ଭାଗ ନଥିବା କହିବା ସହ ବିବାହ ହେଲା ପରେ ମୋର ସମ୍ପତ୍ତି ରେ ପୁଅ ର କୌଣସି ଅଧିକାର ନାହିଁ। ମୋର ଟଙ୍କା ରେ ଜାଗା ସହିତ ବିଦ୍ୟୁତ୍ ଦୋକାନ କରିଥିବା କହିଛନ୍ତି। ତାଙ୍କ ପୁଅ ବିଷୟରେ ସେ କିଛି ଜାଣିନଥିବା କହିଛନ୍ତି । ଏନେଇ ଖାତିଗୁଡା ଥାନା ଅଧିକାରୀ ଦୀପକ କୁମାର ଲେଙ୍କା ଙ୍କୁ ପଚାରିବାରୁ , କେସ ନଂ ୬୬/୨୦୨୩ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଛି । ଖୁବଶୀଘ୍ର ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ।
previous post
next post