ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଡାଅସ୍ତିଆ ଗ୍ରାମରେବର୍ଷ ବର୍ଷ ଧରି ପିଇବା ପାଣି ସମସ୍ୟା କୁ ନେଇ ଗ୍ରାମବାସୀଙ୍କ ରାସ୍ତାରୋକ

ମୟୂରଭଞ୍ଜ ୨୧/୦୪ (ମସିହା): ମୟୁରଭଞ୍ଜ ଜିଲ୍ଲା ବିଶ୍ବର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ।ତତଲା କଡେଇରେ ଛଟପଟ ହେଲାଭଳି ଜୀବଜନ୍ତୁ,ମଣିଷ ସମସ୍ତେ ସିଝୁଛନ୍ତି ।ପାଣି ପାଇଁ ଡହଳ ବିକଳ ।ନଦୀ,ନାଳ ଗାଡାଆ,ପୋଖରୀ ,ବନ୍ଧ ସବୁ ଶୁଖି ଆଁ କଲାଣି ।ଏଭଳି ଏକ ସମୟରେ ବାରିପଦା ଉପଖଣ୍ଡ ପୋଡ଼ା ଅସ୍ତିଆ ଗ୍ରାମରେ ଜଳ ସଂକଟ ଦିର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ଲାଗି ରହିଛି । ଜନପ୍ରତିନିଧି,ଜଳ ପରିମଳ ବିଭାଗକୁ ବାରମ୍ବାର ଜଣାଇଲେ ମଧ୍ୟ କିଛି ଫଳ ମିଳୁନାହିଁ ।ପାଇପ ବିଛା ହୋଇଛି ପାଣି ଆସୁନାହିଁ । ଏକମାତ୍ର ଗୋଟିଏ ନଳକୂପ ଗ୍ରାମବାସୀଙ୍କୁ ସାହା ଭରଷା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରି ଗ୍ରାମବାସୀ ଆଜି ରାସ୍ତାରୋକ କରିଥିଲେ । ରାସ୍ତାରୋକ ଖବର ଜାଣି ନିଦ ଭାଙ୍ଗିଲା ଆରଡଵ୍ଲ୍ଯଏସଏସର । ଶେଷରେ ଆରଡବ୍ଳ୍ଯଏସ ଅଧିକାରୀ ସୁରହରି କିସ୍ କୁ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କଲାପରେ ଗ୍ରାମବାସୀ ରାସ୍ତାରୁ ହଟିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ବାଳ ଙ୍କ ରିପୋର୍ଟ 

Related posts

ମୋ ଅନୁଷ୍ଠାନ ହ୍ବାର୍ଟସପ୍ ଗୃପରେ ଅନଲାଇନ୍ କବିତା ପ୍ରତିଯୋଗିତା, ପ୍ରଥମ ହେଲେ ପ୍ରବାସୀ ଓଡ଼ିଆ ସାହିତ୍ୟିକ

Sunil Chandra Nayak

ସିନାପାଲିରେ ରଥଯାତ୍ରା ପ୍ରସ୍ତୁତି ବୈଠକ 

Sunil Chandra Nayak

ବି ଏ ଚ ଆର୍ ସି ର ହସ୍ତକ୍ଷେପ ଫଳରେ ପଞ୍ଚାୟତି ରାଜ ପାନୀୟ ଜଳ ବିଭାଗ କତ୍ତୃପକ୍ଷ ଙ୍କ ତରଫରୁ ଚିଠି ,  ଆବାସ ଯୋଜନାରେ ସାମିଲ ହେଲେ ଭିନ୍ନକ୍ଷମ ଦୁଇ ଭଉଣୀ

Sunil Chandra Nayak

Leave a Comment

error: Content is protected !!