ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଭିଭାବକ ଓ ଶିକ୍ଷକ ସମନ୍ବୟ ବୈଠକ

ରାଉରକେଲା/ ସରକାରୀ ଉଚ୍ଚ ବିଦ୍ୟାଳୟ,ଆର୍ ଇ ସି କ୍ୟାମ୍ପସ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ମତୀ ସୁଦିପ୍ତା ବେହେରା ଙ୍କ ସଭାପତିତ୍ବ ରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସମନ୍ବୟ ରେ ଏକ ନୂତନ ଶିକ୍ଷା ବର୍ଷ ର ପ୍ରଥମ ବୈଠକ ବିଦ୍ୟାଳୟ ର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୫୦ ରୁ ଅଧିକ ଅଭିଭାବକ ଉପସ୍ଥିତ ଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ପତି ଙ୍କ ସଂଯୋଜନା ରେ ଅନ୍ୟତମ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ, ଅଜୟ କୁମାର ରାଉତ, ସରୋଜ କୁମାର ଜେନା,ସାଗର ପରିଡା, ମିନତୀ ଖମାରୀ,ନମିତା ଦନ୍ତା, ଛଵିରାଣୀ ପ୍ରଧାନ, ସୀତା ରାମ ସାହୁ, ସରସ୍ଵତୀ ନାୟକ, ସସ୍ମିତା ପଟ୍ଟନାୟକ, ସୁଜାତା ମିଶ୍ର, ମମତା ସେନାପତି ଶ୍ରେଣୀ ଶିକ୍ଷକ,ଶିକ୍ଷୟିତ୍ରୀ ଭାଵରେ ପିଲା ମାନଙ୍କର ଆଗମୀ ବର୍ଷ ର ପାଠ୍ୟକ୍ରମ ଉପରେ ଗୁରୁତ୍ବ ଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷା ନର୍ମଦା ସାହୁଙ୍କ ସ୍ବାଗତ ଭାଷଣ ଦେଇଥିଲେ । ଅନଲାଇନ୍ ମାଧ୍ୟମରେ ପିଲାମାନଙ୍କର ଶିକ୍ଷା ଗ୍ରହଣ ପ୍ରତି ସକରାତ୍ମକ ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନ ର ପ୍ରସାର ଓ ପ୍ରଚାର ନିମନ୍ତେ ଅଭିଭାବକ ମାନଙ୍କୁ ସଚେତନ କରାଇ ଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷା କର୍ମଚାରୀ ବିଜୟ ମହନ୍ତ, ଜତିନ୍ଦ୍ର ଭୋଇ, ସୁରେଖା ନାୟକ, ସାବିତ୍ରୀ ଦେଵୀ ପ୍ରତିମା ଦେଵୀ ସହାୟତା ପ୍ରଦାନ କରିଥିଲେ। ପରିଶେଷରେ ଶିକ୍ଷୟିତ୍ରୀ ଛଵିରାଣୀ ପ୍ରଧାନ ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞାପନ କରି ଥିଲେ। ଏହି କାର୍ଯ୍ୟକ୍ରମ ଟି ଵହୁ ଵହୁ ଅଭିଭାବକ ମାନଙ୍କର ଉପସ୍ଥିତ ଯୋଗୁଁ କାର୍ଯ୍ୟକ୍ରମଟି ଆକର୍ଷଣୀୟ ହୋଇ ପାରିଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନୂଆଁପାଲି ହାଇସ୍କୁଲରେ ନୂତନ ଶ୍ରେଣୀଗୃହ ଉଦଘାଟିତ

Sunil Chandra Nayak

ବ୍ଲକ ଓ ଏନଏସି ସ୍ତରୀୟ ଡା,ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ

Sunil Chandra Nayak

ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଠିକାଦାରଙ୍କ ଧମକ ମାମଲା ଏସପିଙ୍କୁ ଭେଟିଲେ ଦଳିତ ଆଦିବାସୀ ମହାସଂଘ କର୍ମକର୍ତ୍ତା

Sunil Chandra Nayak

Leave a Comment

error: Content is protected !!