ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ

ଡାବୁଗାଁ, ୨୫/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବିଡିଓ ଶରତ ମାଝିଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | କେଭିଆଇସି ପିଏମଜିପି ଯୋଜନା, ସାମାଜିକ ସୁରକ୍ଷା ଯୋଜନା, ଭିନ୍ନକ୍ଷମ ଋଣ, ସ୍ଵୟଂ ସହାୟକ ଗୋଷ୍ଠୀ ଋଣ ପ୍ରଦାନ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ଅଟଳ ପେନସନ ଯୋଜନା ଉପରେ ଆଲୋଚନା ହୋଇଥିଲା | ପିଏମଜେଜେପୱାଇ ଓ ପିଏମଏସବିୱାଇ ଯୋଜନା ଉପରେ ଲୋକଙ୍କୁ ସଚେତନନା କରି କିପରି ଅଧିକ ରୁ ଅଧିକ ଲୋକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ଵାରୋପ କରଯାଇଥିଲା | ଏହି ବୈଠକରେ ଭୁବନେଶ୍ଵର ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିକାରୀ ଅବିନାଶ ରାଉତ, ନବରଙ୍ଗପୁର ଏଲଡିଏମ ଗୋପାଳ କୃଷ୍ଣ ପଣ୍ଡା, ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ସହକାରୀ ଶାଖା ପରିଚାଳକ ସରୋଜ କୁମାର ସାହୁ, ଓଡିଶା ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ସଞ୍ଜୀବ କୁମାର ସେଠୀ, ସିଡିପିଓ ମିନତୀ ଦାଶ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ମିସନଶକ୍ତି ବିପିଏ ନବୀନ ଭତ୍ରା, ଏମବିକେ ଓ ସିଆରପି ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ ଯୋଜନା ଏବଂ ମନରେଗା ର ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ

masiha

ପୁଣି ମାରିଲେ ଶିକ୍ଷକ , ଚତୁର୍ଥ ଶ୍ରେଣୀ ଛାତ୍ରର କାନଗିରି ଫାଟିଗଲା ପୁଣି ମାରିଲେ ଶିକ୍ଷକ , ଚତୁର୍ଥ ଶ୍ରେଣୀ ଛାତ୍ରର କାନଗିରି ଫାଟିଗଲା

masiha

ଧର୍ମ ପ୍ରାଣ ମହିଳାଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!