ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ନାଗରିକ ସଂଘ ର ନୂତନ ଗୃହ ପ୍ରବେଶ ଉତ୍ସବ

ବରିଷ୍ଠ ନାଗରିକ ସଂଘ ର ନୂତନ ଗୃହ ପ୍ରବେଶ ଉତ୍ସବ

ବାଲିଗୁଡା, ତା, ୧୯/୦୭:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଦକ୍ଷିଣ କାଳୀ ମନ୍ଦିର ନିକଟରେ ବରିଷ୍ଠ ନାଗରିକ ସଂଘ ର ନୂତନ ଗୃହ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ବାଲିଗୁଡା ଉପ ଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ଯୋଗ ଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପ ମାଲ୍ୟାର୍ପଣ କରି ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସମ୍ମାନୀତ ଅତିଥି ଭାଵେ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ସଂଘ ର ସଭାପତି ତଥା ବରିଷ୍ଠ ପୁରୋହିତ ଚିନ୍ତାମଣି ମିଶ୍ର, ସମ୍ପାଦକ ମନ୍ମଥ କୁମାର ରାଉଳ, ଉପଦେଷ୍ଠା ଡ଼ଃ.ମଧୁ ସୁଦନ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ l ଜିଲ୍ଳା ସମ୍ପାଦକ ମନ୍ମଥ କୁମାର ରାଉଳ ସଂଘର ବିବରଣୀ ପଠନ କରିଥିଲେ l ଅତିଥି ଗଣ ନିଜ ବକ୍ତବ୍ୟ ରେ ବରିଷ୍ଠ ନାଗରିକ ନିଜକୁ ବୟସ ର ଅପରାହ୍ନ ନଭାବି ଶିକ୍ଷା, ସ୍ଵାସ୍ଥ୍ୟ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ଆଦି ଜନ ସଚେତନତା ଭଳି ସାମାଜିକ କାର୍ଯ୍ୟରେ ନିଜ କୁ ନିୟୋଜିତ କରି ଆଗlମୀ ପିଢ଼ି କୁ ଦିଗ୍ ଦର୍ଶନ ଦେବାକୁ କହିଥିଲେ l ପ୍ରଶାସନ ସବୁ ବେଳେ ସବୁ ସମୟ ରେ ବରିଷ୍ଠ ନାଗରିକ ଙ୍କୁ ସାହଯ୍ୟ ଓ ସହଯୋଗ ର ହାତ ବଢ଼େଇବାକୁ ପ୍ରତିଶ୍ରୁତି ଦେଇଥିଲେ l ଶେଷରେ ସଂଘର ଆବାହକ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ରାସ୍ତା ନିର୍ମାଣରେ ଠିକାଦାରଙ୍କ ମନମାନୀ ,କାମ ବନ୍ଦ କରାଇଦେଲେ ଗାଁ ଲୋକେ 

Sunil Chandra Nayak

ଓରାମ ସମାଜର ପ୍ରଶିକ୍ଷଣ କର୍ମଶାଳାର ସମାପନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ସଂରକ୍ଷିତ ଜଙ୍ଗଲ ଜମିରୁ ବେଆଇନ ଗଛ କଟା, ପ୍ରଶାସନର ହାତ ସଫେଇ ନୁହେଁଁ ତ ?

Sunil Chandra Nayak

Leave a Comment

error: Content is protected !!