ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨ୟ ଅବିଭକ୍ତ ଜିଲ୍ଲା ପାୱାରଲିଫ୍ଟିଙ୍ଗ ଚାମ୍ପିଅନସିପ 

୨ୟ ଅବିଭକ୍ତ ଜିଲ୍ଲା ପାୱାରଲିଫ୍ଟିଙ୍ଗ ଚାମ୍ପିଅନସିପ 

ନବରଙ୍ଗପୁର:(ତା୧୪. ୮.୨୦୨୬ )(ବ୍ୟୁରୋ) ୨ୟ ଅବିଭକ୍ତ ଜିଲ୍ଲା ପାୱାରଲିଫ୍ଟିଙ୍ଗ ଚାମ୍ପିଅନସିପ ଗୁଣପୁର, ରାୟଗଡା ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ୮ଟି ଜିଲ୍ଲାର ଖେଳାଳୀ ଭାଗନେଇଥିଲେ। ସମୁଦାୟ ୨୦୦ ଉପରେ ଖେଳାଳି ଏହି କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ lଏହି ଖେଳରେ ନବରଙ୍ଗପୁର ଜିଲ୍ଲାର ଶ୍ରୀ ବିଶିକେଶନ ଛତ୍ରିଆ, ପୂର୍ବତନ ଜାତୀୟ ସ୍ତରୀୟ ଗୋଲ୍ଡ ମେଡେଲିଷ୍ଟ ଓ ପ୍ରଣୟ ଟାକ୍ରିଙ୍କ ପରିଚାଳନାରେ ତେନ୍ତୁଳିଖୁଣ୍ଟି ବ୍ଲକର ବିଭିନ୍ନ ପଞ୍ଚାୟରୁ ୮ ଜଣ ଖେଳାଳି ଏହି କ୍ରୀଡ଼ାରେ ଯୋଗ ଦେବାପାଇଁ ଯାଇଥିଲେ ସେଥି ମଧ୍ୟରୁ ୫୯ ବର୍ଗରେ ରୁଦ୍ର ନାରାୟଣ ସୁନା ଦ୍ୱିତୀୟ ଓ ସବ-ଜୁନିଅର୍ ରେ ତେନ୍ତୁଳିଖୁଣ୍ଟିର ସୁରମ୍ୟ କର୍କରା ଦ୍ୱିତୀୟ ସ୍ଥାନ ଓ ୬୬ ବର୍ଗ ରେ କଣ୍ଟା ଗାଁର ଅନିଲ କୁମାର ହରିଜନ ଗୋଲ୍ଡ ମେଡାଲ ଏଵଂ ଖାତିଗୁଡ଼ା ର ବିଶିକେଶନ ଛତ୍ରିଆ ବେଞ୍ଚ ପ୍ରେସରେ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲାରେ ଏବଂ ବ୍ଲକ ର ନାଁ ଗର୍ବ ଗୌରବ ଅର୍ଜନ କରିଥିଲେ।ଏହି ଖେଳରେ ଖେଳିବାକୁ ଯିବା ପାଇଁ ବ୍ଲକର ବିଡିଓ, ଜିଡିପି, ସରପଞ୍ଚ, ମିଲର,ଡେପୁଟୀ କଲେକ୍ଟର, ସ୍ପୋର୍ଟ ଅଫିସର ଏବଂ ବାବୁନ ନାଏକ ଆର୍ଥିକ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କୋଲନରାରେ ସିପିଆଇ(ଏମଏଲ) ଲିବରେସନ ପକ୍ଷରୁ ଚାରୁ ମଜୁମଦାରଙ୍କ ୫୪ତମ ଶହୀଦ ଦିବସ ପାଳିତ

Sunil Chandra Nayak

ଗୁଣପୁରରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

masiha

ବାମନଘାଟୀ ଟ୍ରକ ମାଲିକ ସଂଘର ବୈଠକ

Sunil Chandra Nayak

Leave a Comment

error: Content is protected !!