ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ‘ବାମନଘାଟୀ ବ୍ରାହ୍ମଣ ମହାସଭା’ ଆନୁକୁଲ୍ୟରେ ନିଃଶୁଳ୍କ ଖେଚୁଡ଼ି ଅନ୍ନ ପ୍ରସାଦ ବଣ୍ଟନ ସେବା 

 ମୟୂରଭଞ୍ଜ -୨୮/୬ (ମସିହା) ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ରାଇରଙ୍ଗପୁରରେ ୩୪ ତମ ବାହୁଡା଼ ଯାତ୍ରାର ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।ଏହା ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ ।ବାହୁଡା ଯାତ୍ରା ଦେଖିବାକୁ ଆଖପାଖ ଅଂଚଳ ସମେତ ପଡୋଶୀ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରୁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥାଏ ।ସକାଳୁ ଆସି ରଥାଟଣା ଶେଷପର୍ଯ୍ୟନ୍ତ ପ୍ରଭୁଙ୍କ ଦର୍ଶନ ପାଇଁ ଭୋକ ଉପାସରେ ଅପେକ୍ଷା କରିଥାନ୍ତି । ସେମାନଙ୍କ ପାଇଁ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ ବାମନଘାଟୀ ବ୍ରାହ୍ମଣ ମହାସଭା’ ତରଫରୁ ପ୍ରତିବର୍ଷ ଭଳି ପିସିଏମ କଲ୍ୟାଣ ମଣ୍ଡପ ନିକଟରେ ମାଗଣାରେ ଖେଚୁଡ଼ି ଅନ୍ନ ପ୍ରସାଦ ଓ ପାଣି ବଣ୍ଟନ ସେବାକାମ କମିଟି ତରଫରୁ ବ୍ୟବସ୍ଥା କରାଯାଇଥିଲା ।ଭକ୍ତଵୃନ୍ଦ ବୁଢ଼ାବୁଢି, ,ଛୁଆପିଲା,ଗରୀବ ଗୁରୁବା ରାସ୍ତାରେ ଯାଉଥିବା ପଥିକମାନେ ସେଠାରୁ ଖେଚୁଡ଼ି ଅନ୍ନ ନେଇ ଖାଇ ଆତ୍ମ ସନ୍ତୋଷ ଲାଘବ କରୁଥିବା ଦୃଶ୍ୟ ପରିଲକ୍ଷିତ ହେଉଥିଲା । କାରଣ ହଜାର ହଜାର ଲୋକଙ୍କ ପାଇଁ ହୋଟେଲ ମାନଙ୍କରେ ଖାଦ୍ୟ ଯୋଗାଇବା ସମ୍ଭବ ହୁଏ ନାହିଁ ।ଯାହାଫଳରେ ଶ୍ରଦ୍ଧାଳୁମାନେ ଭୋକ ଉପାସରେ ପେଟ ଯନ୍ତ୍ରଣା ରେ ଆଉଟୁ ପାଉଟୁ ହେଉଥାନ୍ତି । ଵାମନଘାଟୀ ବ୍ରାହ୍ମଣ ମହାସଭାର ସାମାଜିକ କାର୍ଯ୍ୟକୁ ସେମାନେ ଵହୁ ପ୍ରଶଂସା କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, ୬୩ ୟୁନିଟ୍ ରକ୍ତ ସଂଗ୍ରହ

masiha

୧ – ଅବସରପ୍ରାପ୍ତ ବୀର ସୈନିକ ,ଆଗାମୀ ଦିନରେ ଡାକରା ଆସିଲେ ଯୁଦ୍ଧରେ ହେବେ ସାମିଲ୍। ଦେଶ ମାତୃକାର ସେବା ପାଇଁ ପ୍ରତିଶ୍ରୁତିବଦ୍ଧ , ୨ – ଗାଧୋଇବାକୁ ଯାଉଥିବା ବେଳେ ଗଛ ଡାଳ ପଡି ଯୁବକଙ୍କର ମୃତ୍ୟୁ , ୩ -ଟ୍ରକ ଧକ୍କାରେ ଜଣଙ୍କ ର ମୃତ୍ୟୁ 

masiha

କାର୍ଯ୍ୟସୂଚୀ ଅନୁଯାୟୀ ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

Leave a Comment

error: Content is protected !!