ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ମିଳିବା ପାଇଁ ଓଡିଶା ମାନବ ଅଧିକାର ଆୟୋଗ ଙ୍କ ନିକଟରେ ଏକ ମାମଲା ଦାଏର କଲା ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ସଂଗଠନ 

ମହିଳା ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ମିଳିବା ପାଇଁ ଓଡିଶା ମାନବ ଅଧିକାର ଆୟୋଗ ଙ୍କ ନିକଟରେ ଏକ ମାମଲା ଦାଏର କଲା ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ସଂଗଠନ 

ନବରଙ୍ଗପୁର:(୧୬|୬)(ରବି ନାରାୟଣ ମହାନ୍ତି)କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ଭାଇରାଲ ସରପଞ୍ଚ ଚାମେଲୀ ଓଝାଙ୍କୁ ବିଡିଓ, ଥାନା ଅଧିକାରୀ, କର୍ମଚାରୀ, ବିଧାୟକଙ୍କର ସମର୍ଥକଙ୍କର ଅତ୍ୟାଚାର, ଅଭଦ୍ର ବ୍ୟବହାର, ମିଥ୍ୟା କେଶ, ବିନା ଦୋଷରେ ମାଡ଼ ମରାଯିବା ଇତ୍ୟାଦିକୁ ଦେଖିଲେ ଲାଗୁଛି,ଏହା କୁରୁସଭାରେ ଦୌପଦୀଙ୍କର ବସ୍ତ୍ର ହରଣ ଠାରୁ ଆହୁରି ଅଧିକ ଦୁଃଖଦ ଘଟଣା। ଏହାର ସତ୍ୟାସତ୍ୟ ଜାଣିବା,ଓ ବିଡିଓ ଙ୍କ ଚେମ୍ବରରେ କ’ଣ ଘଟିଥିଲା, ତାର ଭିଡ଼ିଓ ଫୁଟେଜ ସର୍ବସାଧାରଣ ରେ ପ୍ରକାଶ କରିବା, ସେଠାରେ ଉପସ୍ଥିତ ଥିବା ଅନ୍ୟ ଦୁଇ ପ୍ରତକ୍ଷଦର୍ଶୀ ସରପଞ୍ଚଙ୍କ ସାକ୍ଷ୍ୟ ପ୍ରମାଣ ନେବା ଦାବୀ କରି ଆଜି ଓଡିଶା ମାନବ ଅଧିକାର ଆୟୋଗ(Odisha Human Rights Commission )ଙ୍କ ନିକଟରେ ଏକ ମାମଲା ଦାଏର କଲେ ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ସଂଗଠନର ଅଧ୍ୟକ୍ଷ ରମେଶ ଭାରତୀ ଓ ରାଷ୍ଟ୍ରୀୟ ଉପସଭାପତି ତପନ କୁମାର ପତି। ୭ ଦିନ ମଧ୍ୟରେ ଆୟୋଗ ଏକ ସ୍ୱତନ୍ତ୍ର ନ୍ୟାୟିକ ତଦନ୍ତ ଟିମ୍ ଗଠନ କରି ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ସହିତ ବିଡିଓ ଓ ଥାନା ଅଧିକାରୀ ବହୁ କ୍ଷେତ୍ରରେ ମାନବ ଅଧିକାର ଉଲଙ୍ଘନ କରିଥିବାରୁ,ମହିଳା ସରପଞ୍ଚ ଚାମେଲୀ ଓଝା କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ତାଙ୍କ ସାନଭାଇକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ମାନ୍ୟବର ଆୟୋଗଙ୍କୁ ସଂଗଠନ ତରଫରୁ ନିବେଦନ କରଯାଇଛି। ମାନବ ଅଧିକାର ଯେପରି କ୍ଷୁର୍ଣ୍ଣ ନ ହେବ ସେଥିପାଇଁ ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ସଂଗଠନର ମୂଳ ଉଦ୍ଦେଶ୍ୟ l ଅନ୍ୟାୟ କରି ଥିବା ବ୍ୟକ୍ତିଙ୍କୁ ଉଚିତ୍ ନ୍ୟାୟ ଦେବାରେ ଉକ୍ତ ସଂଗଠନର ପ୍ରମୁଖ ଭୂମିକା ହେଉଛି ମୂଳ ଲକ୍ଷ୍ୟ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଭାସ୍କେଲ ନଦୀ ର ସୁଇଚ ସେତୁ ର ଉଦଘାଟନ

masiha

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

Sunil Chandra Nayak

ବିଶିଷ୍ଟ ଶିକ୍ଷାବିତ୍ ଜଗଦୀଶ ଦାସଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି ଅର୍ପଣ 

masiha

Leave a Comment

error: Content is protected !!