ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ଆଜି ଘୋଷଣା ହୋଇଥିବା ବେଳେ ନର୍ଲାବ୍ଲକ୍ ରେ ଜଣେମାତ୍ର ଛାତ୍ରୀ ପ୍ରତ୍ୟାଶା ଏ – ୧ ପାଇବାର ଗୌରବ ଅର୍ଜନ କରିଛନ୍ତି   

ରୁପ୍ରା, ୧୮/୫ (ମନିସ) :କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ଭାନପୁର ସ୍ଥିତ ଗଙ୍ଗାଦେବୀ ବାବୁରାୟ ଉଚ୍ଚ ବିଦ୍ୟାପୀଠର ଛାତ୍ରୀ ପ୍ରତ୍ୟାଶା ପଟ୍ଟନାୟକ ଜଣେମାତ୍ର ଛାତ୍ରୀ ଭାବରେ ବ୍ଲକ୍ ରେ ଏ – ୧ ମାର୍କ ରଖି ସ୍କୁଲ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ସେ ୬୦୦ ମାର୍କରୁ ୫୪୫ ନମ୍ବର ରଖିଛନ୍ତି । ଭାନପୁର ଗ୍ରାମର ବାସିନ୍ଦା ସୁନୀଲ ପଟ୍ଟନାୟକ ଓ ମମତା ପଟ୍ଟନାୟକଙ୍କ ଝିଅ ପ୍ରତ୍ୟାଶାଙ୍କ ସୂଚନା ମୁତାବକ ଏହି ସଫଳତା ହାସଲ କରିବା ପଛରେ ପିତା ମାତା ତଥା ଗଙ୍ଗାଦେବୀ ବାବୁରାୟ ଉଚ୍ଚ ବିଦ୍ୟାପୀଠର ସମସ୍ତ ଶିକ୍ଷକଙ୍କ ଆଶିର୍ବାଦ ତଥା ମାର୍ଗଦର୍ଶନ ଯୋଗୁଁ ଏହି ସଫଳତା ହାସଲ କରି ପାରିଛି, ଏଥିପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ସୂଚନାଯୋଗ୍ୟ ଏହା ପୂର୍ବରୁ ବ୍ଲକ୍, ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସଫଳତା ଅର୍ଜନ କରି ଜଣେ ମେଧାବୀ ଛାତ୍ରୀ ଭାବରେ ସ୍କୁଲ୍ ପାଇଁ ଗୌରବ ଆଣିଥିବା ଜଣାପଡିଛି। ଆହୁରି ଭଲ ପାଠ ପଢି ଭବିଷ୍ୟତରେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ହେବାର ସ୍ୱପ୍ନ ଦେଖିଥିବା କହିଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଧର୍ମଘଟ ପରେ ଅଙ୍ଗନବାଡି କର୍ମୀ ମାନେ ବିଳମ୍ବରେ କାର୍ଯ୍ୟ ଆରମ୍ଭ କରିବାରୁ ଚାରି ଦିନର ଦରମା ପାଇବାରୁ ବଞ୍ଚିତ

Sunil Chandra Nayak

ଆତ୍ମବିଶ୍ବାସ ଦିବ୍ୟାଙ୍ଗଙ୍କୁ ସଫଳତା ଦେବ

Sunil Chandra Nayak

ଡ଼ଃ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!