ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲତାବାଞ୍ଜିରୁ କର୍ଲା ରାସ୍ତାର କଲଭଟ କାର୍ଯ୍ୟ ନିମ୍ନ ମାନର ସହ ବିନା ସୂଚନା ଫଳକରେ କାମର ଅଭିଯୋଗ କଲେ ଗ୍ରାମ ବାସୀ

ଗୋଳାମୁଣ୍ଡା/୦୧/୫/ନିର୍ଭୟ, ନିରପେକ୍ଷ ମସିହା/ପାହାଡ଼ ପର୍ବତ, ଓ ଜଙ୍ଗଲ ଘେରା ଅଞ୍ଚଳର ସୁଯୋଗ ନେଇ ଏବଂ ବିଭାଗୀୟ ଅଧିକାରୀ ଙ୍କ ଅନୁପସ୍ଥିତ ନେଇ ଠିକାଦାର ଜେଇ ଓ ପିଇଓ ଙ୍କ ମଧୁଚନ୍ଦ୍ରିକାରେ ନିମ୍ନ ମାନର କାର୍ଯ୍ୟକ୍ରମ ଯଥା ଶୀଘ୍ର ସମାପ୍ତ କରି ଥିବାର ଘଟଣା ସାମ୍ନାକୁ ଆସିଛି । ଏହି ଭଳି ଘଟଣା ଦେଖିବାକୁ ମିକିଛି  କଳାହାଣ୍ଡି ଜିଲ୍ଲାର ଗୋଳାମୁଣ୍ଡା ବ୍ଲକ ଅନ୍ତଗତ ବଡ଼ଚେରଗାଁ ପଞ୍ଚାୟତ ଅଧୀନରେ ଥିବା ଲତାବାଞ୍ଜି ଏକ ପାହାଡ଼ ପର୍ବତ ଓ ଜଙ୍ଗଲ ମଧ୍ୟରେ ଅବସ୍ତିତ, ଏହି ଗ୍ରାମର ଆଦିବାସୀ ଲୋକେ ଅତି ସରଳ ଥିବାରୁ ଠକାମୀର ଶିକାର ହୋଇଛନ୍ତି  । ଲତାବାଞ୍ଜି ରୁ କର୍ଲାଗାଁକୁ ଯାଉଥିବା ରାସ୍ତାର ମଝିରେ ନିର୍ମାଣ କରାଯାଇଥିବା କଲଭଟ କାର୍ଯ୍ୟ ନିମ୍ନ ମାନର ହୋଇଛି,ଏହି କାର୍ଯ୍ୟ ପାଇଁ ସରପଞ୍ଚ ଙ୍କ ଶଶୁର କୁଶ ସା ନବରଙ୍ଗପୁର ଜିଲ୍ଲାରୁ ଲେବର ଆଣି ଉକ୍ତ କାର୍ଯ୍ୟ କୁ ସମାପ୍ତ କରିଛନ୍ତି, ଯାହା ଫଳରେ ଲତାବାଞ୍ଜି ଗ୍ରାମର ଗରୀବ ଲୋକେ ଗଣମାଧ୍ୟମ ପ୍ରତିନିଧି ଠାରେ ମୁହଁ ଖୋଲିଛନ୍ତି ଯେ, କାମ ନ ପାଇ ଆମ୍ଭେ ବାହାର ଦେଶକୁ ଦାଦନ ଶ୍ରମିକ ଭାବେ ଯାଉଛୁ ହେଲେ ସରପଞ୍ଚ ମନମଜୁରୀ ସା ଙ୍କ ଶଶୁର କୁସ ସା ଗାଁର କାମକୁ ନବରଙ୍ଗପୁର ରୁ ଲୋକ ଆଣି କାମ କରୁଥିବା କେତେ ବଡ଼ ଦୁର୍ଭାଗ୍ୟ ଆମ ମାନଙ୍କର ଓ ତତ ସହିତ କଲଭଟ କାମ ବି ନିମ୍ନ ମାନର ବୋଲି ପ୍ରକାଶ କହିଛନ୍ତି,କେତେ ଲକ୍ଷ୍ୟର କଲଭଟ ତାର ସୂଚନା ଫଳକ ମଧ୍ୟ ନାହିଁ, ଭଲ କାମ କରିବା ପାଇଁ କହିଲେ କୁସ ଶା ନାଲି ଆଖି ଦେଖାଉ ଥିବାର ଭୟରେ ତୁନି ହୋଇ ରହିଛୁ, ଏହି କାମ ଚାଲୁଥିବା ବେଳେ ଜେଇ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ବିନା ଉପସ୍ଥିତରେ କାର୍ଯ୍ୟକ୍ର ନିମ୍ନ ମାନର ଭାବେ ଶେଷ କରିଛନ୍ତି ବୋଲି ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ଓ କି ପରି ଭାବେ ନବରଙ୍ଗପୁର ଜିଲ୍ଲାର ଲେବରକୁ ମନରେଗା କାର୍ଯ୍ୟରେ କି ପରି ବିଲ କରୁଥିବା ତାହାପ୍ରଶ୍ନ ବାଚକ ସୃଷ୍ଟି ହୋଇଛି ? ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମ ବାସୀ ଦାବି କରିଛନ୍ତି,ଏହି ସମ୍ପର୍କରେ ପିଇଓ ଯୁଧିଷ୍ଠିର ଗହୀରଙ୍କୁ ପଚାରିବାରୁ ଗଣମାଧ୍ୟମ ପ୍ରତିନିଧିଠାରେ ମୁହଁ ଖୁଲି ନ ଥିଲା ବେଳେ ଦାୟିତ୍ୱରେ ଥିବା ଜେଇ ପଟନାଇକ ଙ୍କୁ ଫୋନ କରି ଥିଲେ ଫୋନ ଗ୍ରହଣ କରି ନ ଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ପ୍ରଗତିଶୀଳ ମସିହା

Related posts

ସିଏମ କିଷାନ ସହାୟତା ରାଶି ପ୍ରଦାନ ଜିଲ୍ଲାର ୧ ଲକ୍ଷ ୩୩ ହଜାର ୭୧୭ ଜଣ ଚାଷୀ ଉପକୃତ ହେଲେ

Sunil Chandra Nayak

ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀକୁ ଦୁଇଜଣ ଶିକ୍ଷକ: କିପରି ଚାଲିବ ଶିକ୍ଷାଦାନ ?

masiha

ପକ୍ଷାଘାତ ରୋଗରେ ଆକ୍ରାନ୍ତ ଧୂରୁବ ଜେନା ଙ୍କୁ ସହାୟତା କରିଲେ ସ୍ବେଛା ସେବୀ ସଂଘଟନ ଆଦ୍ୟାଶା ଫାଉଣ୍ଡେସନ

masiha

Leave a Comment

error: Content is protected !!