ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ଦଶମ ଶ୍ରେଣୀର ପରୀକ୍ଷା ପାସ ହାର ୯୮.୯୪ ଶତକଡା, ଦୁଇ ଜଣ ଛାତ୍ରୀ ସର୍ବାଧିକ ନମ୍ବର ରଖି ବି୧ ଗ୍ରେଡରେ ପାସ

ବନ୍ଧୁଗାଁ ତା ୧୮/୫/୨୩ //  କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ୧୧ ଟି ସ୍କୁଲରୁ ଆଜି ପ୍ରକାଶିତ ଦଶମ ଶ୍ରେଣୀର ପାସ ହାର ୯୮.୯୪ ଶତକଡା ରହିଛି। ଚଳିତ ବର୍ଷ ବନ୍ଧୁଗାଁ ବ୍ଲକରୁ ୩୮୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୭୬ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ଗତ ବର୍ଷ ବି ୧ ଗ୍ରେଡରେ ଜଣେ ଛାତ୍ରୀ ପାସ କରିଥିବା ବେଳେ ଚଳିତ ବର୍ଷ ଦୁଇ ଜଣ ଛାତ୍ରୀ ବି ୧ ଗ୍ରେଡରେ ଭଲ ନମ୍ବର ରଖି କୃତିତ୍ବ ହାସିଲ କରି ଛନ୍ତି । ଆଲମଣ୍ଡା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମିତ୍ରେଡି ଓମକୀର୍ତ୍ତି ପିତା ଏମ୍ ସମିନାଇଡୁ, ମାତା ଏମ୍ ଶ୍ରୀଦେବୀ ଗ୍ରାମ ଆଲମଣ୍ଡା ସେ ସର୍ବାଧିକ ୪୨୨ମାର୍କ ରଖି ବି୧ ଗ୍ରେଡ ରେ ପାସ କରିଥିବା ବେଳେ ବନ୍ଧୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଝୁନି ପିଡ଼ିକା ପିତା ୱାଲ୍ସା ପିଡ଼ିକା ମାତା ଗାଙ୍ଗୁ ପିଡ଼ିକା ଗ୍ରାମ ବଡମାଥୁର ରୁ ସର୍ବାଧିକ ୪୨୦ ମାର୍କ ରଖି ବି୧ ଗ୍ରେଡ଼ରେ ପାସ କରିଛନ୍ତି । ବନ୍ଧୁଗାଁ ବ୍ଲକରେ ଚଳିତ ବର୍ଷ ବି୧ ଗ୍ରେଡ଼ରେ ୨ ଜଣ,ବି୨ ଗ୍ରେଡ଼ରୁ ୨୩ ଜଣ, ସି ଗ୍ରେଡ଼ରୁ ୯୩ ଜଣ, ଡି ଗ୍ରେଡରୁ ୧୯୭ ଜଣ ଓ ଇ ଗ୍ରେଡରୁ ୬୧ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ମୋଟ ୧୧ ଟି ସ୍କୁଲରୁ ଚଳିତ ବର୍ଷ ୯ ଟି ସ୍କୁଲରୁ ଛାତ୍ରଛାତ୍ରୀ ଶତପ୍ରତିଶତ ପିଲା ପାସ କରିଛନ୍ତି।ବନ୍ଧୁଗାଁ ୧)ସରକାରୀ ଉଚ୍ଚ ବିଦ୍ୟାଳୟରୁ ୧୪୨ ପିଲାରୁ ବି୧ରୁ ୧ଜଣ, ବି୨ରୁ ୧୦ ଜଣ, ସି ରୁ ୩୨ ଜଣ, ଡି ରୁ ୬୩ ଜଣ, ଇ ରୁ ୩୩ ଜଣ ୨) ସରକାରୀ ଉଚ୍ଚ ବିଦ୍ୟାଳୟ କେ ଜାଗୁଗୁଡା ସ୍କୁଲ ର ୧୫ ଜଣ ପିଲାରୁ ଡି ରୁ ୧୧ ଜଣ, ଇ ରୁ ୩ ଜଣ,୩) ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଜାଗୁଗୁଡା (ଏ) ର ୯ ଜଣ ପିଲାରୁ ସି ରୁ ୧ ଜଣ, ଡି ରୁ ୭ ଜଣ, ଇ ରୁ ୧ ଜଣେ ୪) ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କାତୁଲପେଟା ର ୧୦ ଜଣରୁ ସି ରୁ ୧ ଜଣ, ଡି ରୁ ୫ ଜଣ ଇ ରୁ ୪ ଜଣ,୫) ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କାନାଗାଁ ର ୧୨ ଜଣ ପିଲାରୁ ବି୨ ରୁ ୧ ଜଣ, ସି ରୁ ୪ ଜଣ, ଡି ରୁ ୫ ଜଣ, ଇ ରୁ ୨ ଜଣ ,୬) ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କମ୍ଭୁଗଣ୍ଡାର ୨୦ ଜଣ ରୁ ବି ୨ ରୁ ୩ ଜଣ, ସି ରୁ ୮ ଜଣ , ଡି ରୁ ୭ ଜଣ , ଇ ରୁ ୨ ଜଣ,୭) ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମହାଗୁଡା ର ୧୫ ଜଣରୁ ସି ରୁ ୨ ଜଣ, ଡି ରୁ ୧୨ ଜଣ, ଇ ରୁ ୧ ଜଣ,୮) ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ କୁମ୍ଭାରିପୁଟ ର ୫୪ ଜଣ ପିଲା ରୁ ବି ୨ ରୁ ୪ ଜଣ , ସି ରୁ ୧୭ ଜଣ, ଡି ରୁ ୨୯ ଜଣ, ଇ ରୁ ୪ ଜଣ,୯) ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ନିଲାବାଡି ର ୪୦ ଜଣ ରୁ ବି ୨ ରୁ ୨ ଜଣ, ସି ରୁ ୯ ଜଣ, ଡି ରୁ ୨୫ ଜଣ, ଇ ରୁ ୪ ଜଣ,୧୦) ଆଲମଣ୍ଡା ଉଚ୍ଚ ବିଦ୍ୟାଳୟ ଆଲମଣ୍ଡା ର ୩୮ ଜଣରୁ ବି ୧ ରୁ ୧ ଜଣ , ବି ୨ ରୁ ୩ ଜଣ, ସି ରୁ ୧୧ ଜଣ, ଡି ରୁ ୧୮ ଜଣ, ଇ ରୁ ୫ ଜଣ,୧୧) ବିଭୂତି ଶେଖର ବିଦ୍ୟାପୀଠ ଡୁମାଡଙ୍ଗର ର ୨୫ ଜଣ ଛାତ୍ରଛାତ୍ରୀ ରୁ ସି ଗ୍ରେଡ ରୁ ୮ ଜଣ, ଡି ଗ୍ରେଡ ରୁ ୧୫ ଜଣ ଓ ଇ ଗ୍ରେଡରୁ ୨ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ଆଜି ବନ୍ଧୁଗାଁ ବ୍ଲକରେ ସମସ୍ତ ପୁଅ ପିଲାଙ୍କୁ ପଛରେ ପକାଇ ଜଣେ ଏସିବିସି ଗୋଷ୍ଟିର ଓ ଜଣ ଆଦିବାସୀ ଝିଅ ସର୍ବାଧିକ ନମ୍ବର ରଖି ଦଶମ ଶ୍ରେଣୀ ପାସ କରିଥିବା ଯୋଗୁଁ ବ୍ଲକର ସମସ୍ତ ଜନସାଧାରଣ ଶୁଭେଚ୍ଛା ଜଣାଇଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ 

Sunil Chandra Nayak

କଳା ଓ କଳାକାର ହିତୈଷୀ ଦାବି ନେଇ ରାଜରାସ୍ତାକୁ ଓଲ୍ହେଇବା ପାଇଁ ବରିଷ୍ଠ କଳାକାର ମହାସଂଘର ସଜବାଜ

Sunil Chandra Nayak

ନବରଙ୍ଗପୁର ସାଂସଦ ଙ୍କ ସମୀକ୍ଷା ବୈଠକ 

masiha

Leave a Comment

error: Content is protected !!