ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶହୀଦ ନୁଦୁରାମ ମେମୋରିଆଲ ଟ୍ରଷ୍ଟ ର ‘ଅଲ୍ ଇତୁନ ଆଶ୍ରା” ଆନୁକୁଲ୍ୟରେ ମୁକ୍ତ ଅଲଚିକି ଲିପି ଶିକ୍ଷା ଶୁଭାରମ୍ଭ

ଶହୀଦ ନୁଦୁରାମ ମେମୋରିଆଲ ଟ୍ରଷ୍ଟ ର ‘ଅଲ୍ ଇତୁନ ଆଶ୍ରା” ଆନୁକୁଲ୍ୟରେ ମୁକ୍ତ ଅଲଚିକି ଲିପି ଶିକ୍ଷା ଶୁଭାରମ୍ଭ

ରାଇରଙ୍ଗପୁର – ୫/୦୫ — ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟ ପରିସରରେ ଶହୀଦ ନୁଦୁରାମ ମେମୋରିଆଲ ଟ୍ରଷ୍ଟ ଏବଂ ଅଲ୍ ଇତୁନ ଆଶ୍ରା ଆନୁକୁଲ୍ୟରେ ଟ୍ରଷ୍ଟର ଅଧ୍ୟକ୍ଷ ସମାଜସେବୀ ମନୋଞ୍ଜନ ହାଁସଦାଃ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆଦିବାସୀ ସାନ୍ତାଳୀ ଲିପି ‘ ଅଲଚିକି’ ଭାଷା ର ମୁକ୍ତ ଶିକ୍ଷାର ଗ୍ରୀଷ୍ମାଵକାସର ଶୁଭାରମ୍ଭ ହୋଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଚରଣ ହେମ୍ବ୍ରମ , ଟ୍ରଷ୍ଟ ଅଧ୍ୟକ୍ଷ ମନୋରଞ୍ଜନ ହାଁସଦାଃ, ମୋଚିରାମ ମାଝୀ, ପ୍ରାକ୍ତନ କଂଗ୍ରେସ ଵିଧାୟକ ଲକ୍ଷ୍ମଣ ମାଝୀ, ପଣ୍ଡିତ ରଘୁନାଥ ମୁର୍ମୁ ଅଧ୍ୟକ୍ଷା ସଲମା ଟୁଡୁ,ସେବା ନିବୃତ ପୋଲିସ ଅଧିକାରୀ ରାଇସେନ ମୁର୍ମୁ, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ, ଅଧ୍ୟାପକ ବିଜୟ ରାମ , ଯୁବ ସମାଜସେବୀ ମାସାଂ ମୁର୍ମୁଏବଂ ଅନ୍ୟ ମାନଙ୍କ ଉପସ୍ଥିତିରେ ଅଲଚିକି ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ ଏଵଂ ଶହୀଦ ନୁଦୁରାମ ସୋରେନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଦେବା ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଶିକ୍ଷକ ରଞ୍ଜନ ନନ୍ଦ ମଂଚ ପରିଚାଳନା କରିଥିଲେ । ମାତୃଭାଷାର ଶିକ୍ଷା ହେଉଛି ପ୍ରତ୍ୟେକ ମାନବ ସମାଜର ମୌଳିକ ଅଧିକାର ।ଯେଉଁ ଦେଶର ଶିକ୍ଷାର ପ୍ରଗତି ଅଧିକ ସେହି ଦେଶର ପ୍ରଗତି ସେତେ ଅଧିକ ।ଅଲଚିକି ଲିପିର ପ୍ରସାର ଓ ପ୍ରଚାର ପାଇଁ ବିଶିଷ୍ଟ ଯୁବ ସମାଜସେବୀ ମନୋରଞ୍ଜନ ହାଁସଦା ପାଦେ ଆଗକୁ ବଢାଇଛନ୍ତି ।ଏଥିପାଇଁ ଶହୀଦ ନୁଦୁରାମ ସୋରେନ ଟ୍ରଷ୍ଟ ତରଫରୁ ଗ୍ରୀଷ୍ମାବକାଶରେ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟ ପରିସରରେ ଆଜି ୫/୦୫ ରେ ଏକ ମୁକ୍ତ ସାନ୍ତାଳୀ ଭାଷା ଏବଂ ଲିପି ‘ଅଲଚିକି ‘ ଶିକ୍ଷାଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଅଭିଜ୍ଞ ସାନ୍ତାଳୀ ତଥା ପ୍ରଶିକ୍ଷକ / ଶିକ୍ଷକ ବାଲାଇ ଟୁଡୁ,ବୁଢ଼ାନ ମୁର୍ମୁ,ଲକ୍ଷ୍ମିପ୍ରିୟା ମାରାଣ୍ଡି,ପରେଶ୍ ଚନ୍ଦ୍ର ସୋରେନ ପ୍ରମୁଖ ଶିକ୍ଷାଦାନ କରାଇବେ ।ଆଜିର କାର୍ଯ୍ୟକ୍ରମରେ – ବୟସ୍କ,ଛାତ୍ରଛାତ୍ରୀ ନାମ ପଞ୍ଜିକୃତ କରି ଶିକ୍ଷାରମ୍ଭ କରୁଛନ୍ତି । ଏହି ଶିକ୍ଷାଦାନରେ ସମସ୍ତ ବର୍ଗର,ସମସ୍ତ ଜାତିର,ସମସ୍ତ ଅନ୍ଯଭାଷାଭାଷୀ ଲୋକେ ଶିକ୍ଷାଲାଭ କରିବା ପାଇଁ ଅନୁରୋଧ କରିଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ଵାଳ

Related posts

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

masiha

୧- ମା ମଙ୍ଗଳାଙ୍କ ତୃତୀୟ ବାର୍ଷିକ ଜନ୍ମ ଉତ୍ସବ ଅନୁଷ୍ଠିତ ,୨-ଆମ୍ ଆଦମୀ ପାର୍ଟିର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୈଠକ ପାଇଁ ପ୍ରସ୍ତୁତି ବୈଠକ, ଜୁନ ୧୫ ରେ ବୈଠକର ନିଷ୍ପତ୍ତି 

masiha

ଇନ୍ଦିରା ଡିଗ୍ରୀ କଲେଜର ୪୦ ତମ ବାର୍ଷିକୋତ୍ସଵ ପାଳିତ

masiha

Leave a Comment

error: Content is protected !!