ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵାମନଘାଟୀ ଉପଜିଲ୍ଲାପାଳ ହେବେ ଉଗ୍ରସେନ ଓରାମ

ଵାମନଘାଟୀ ଉପଜିଲ୍ଲାପାଳ ହେବେ ଉଗ୍ରସେନ ଓରାମ

ରାଇରଙ୍ଗପୁର – ୪/୦୫ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସ୍ବତନ୍ତ୍ର ସଚିବ ଘାସିରାମ ଙ୍କ ପକ୍ଷରୁ ଚିଠି ନମ୍ବର PTI- GAD-SER2-TP-୧୩୮୩୮/SCS ଜାରି କରାଯାଇଛି ଯେ ପୂର୍ବରୁ ବାମନଘାଟୀ ଉପଜିଲ୍ଲାପାଳ ଭାବେ ସବ୍ୟସାଚୀ ପଣ୍ଡାଙ୍କୁ ଅବସ୍ଥାପିତ ପାଇଁ ବିଜ୍ଞାପନ କରାଯାଇଥିଲା ।କିନ୍ତୁ ଏହାକୁ ପୁଣି ବାତିଲ କରାଯାଇ କେନ୍ଦୁଝର ଜିଲ୍ଲା ସରକାରୀ ମେଡ଼ିକାଲର ପ୍ରଶାସନିକ ଅଧିକାରୀ ଉଗ୍ରସେନ ଓରାମଙ୍କୁ ଵାମଘାଟୀ ଉପଜିଲ୍ଲାପାଳ ଭାବେ ଅଵସ୍ଥାପନ ପାଇଁ ନୋଟିଫିକେସନ କରାଯାଇଛି ।ସୂଚନା ଯୋଗ୍ୟ ବାମନଘାଟୀ ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ ( ଆଇଏଏସ) ପଦୋନ୍ନତି ପାଇ କଳାହାଣ୍ଡି ଜିଲ୍ଲା ର ପ୍ରକଳ୍ପ ପ୍ରଶାସକ ଭାବେ ଯୋଗଦାନ କରିଛନ୍ତି ।ତାଙ୍କ ପରଠାରୁ ଅଜୟ ତିର୍କୀଙ୍କୁ ଵାମନଘାଟୀ ଉପଜିଲ୍ଲାପାଳ ଭାବେ ନୋଟିଫିକେସନ କରାଯାଇଥିଲା ।କୌଣସି କାରଣରୁ ତାଙ୍କ ନାମ ମଧ୍ୟ ବାତିଲ କରାଯାଇଥିଲା ।ପରେ ସବ୍ୟସାଚୀ ପଣ୍ଡାଙ୍କନାମରେ ନୋଟିଫିକେସନ କରାଯାଇଥିଲା ।ତାଙ୍କ ନାମ ମଧ୍ୟ ଆଜି ବାତିଲ କରାଯାଇ ବାମନଘାଟୀ ଉପଜିଲ୍ଲାପାଳ ଭାବେ ଉଗ୍ରସେନ ଓରାମଙ୍କ ନାମରେ ସରକାରଙ୍କ ତରଫରୁ ନୋଟିଫିକେସନ ଜାରି କରାଯାଇଛି ।ଦିର୍ଘମାସ ହେଲା ଵାମନଘାଟୀ ଉପଜିଲ୍ଲାପାଳ ପଦବୀ ଖାଲି ପଡୁଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ଭୋଗୁଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫ ପ୍ରସ୍ତୁତି

Sunil Chandra Nayak

ଓଡ଼ିଆ ଅଧ୍ୟାପକ ଡଃ ଅରବିନ୍ଦ ଦାସଙ୍କ ପତ୍ନୀଙ୍କ ଅକାଳ ବିୟୋଗ

masiha

ରାସ୍ତା ଦୁର୍ଘଟଣାରେ ହାଟବାଦଡା ରାଜସ୍ବ ନୀରିକ୍ଷକଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!