ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା କଲେଜରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

କୋକସରା କଲେଜରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

କୋକସରା,୧୧/୧୨ // ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଯୁକ୍ତ ୨ ଓ ଡିଗ୍ରୀ ବିଦ୍ୟାଳୟରେ ନୂଆ ଓ ଯୁବ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର କୋକସରା ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନୂଆ ଓ ଯୁବ ଓଡିଶା କାର୍ଯ୍ୟକ୍ରମ ଉଦଘାଟନୀ ଉତ୍ସଵ ଅବସରରେ ସ୍ଥାନୀୟ ଠାକୁରାଣୀ ମନ୍ଦିର ଛକରୁ ମଶାଲ ଶୋଭାଯାତ୍ରା ବାହାରି ଥିଲା । କଲେଜର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପହଞ୍ଚିବା ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଉପେନ୍ଦ୍ର ସାହୁ ଙ୍କ ସଭାପତିତ୍ୱରେ ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ମଞ୍ଚ ସଂଯୋଜନା ଅଧ୍ୟାପକ ସିଦ୍ଧାର୍ଥ ନନ୍ଦ କରିଥିବା ବେଳେ ଅଧ୍ୟାପକ ଦେବେନ୍ଦ୍ର ମେହେର ଅତିଥି ପରିଚୟ ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ସ୍ୱାଗତ ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ଓମଫେଡ ସଭାପତି ତଥା ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ମୁଖ୍ୟବକ୍ତା ଭାବେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ଜିଲ୍ଲା ପରିଷଦ ସଭ୍ୟ ଆମପାଣି ଯୋନ ହେମନ୍ତ ମାଝୀ, ଜିଲ୍ଲା ପରିଷଦ ସଭ୍ୟା ମୋଟେର ଯୋନ ବୈଜୟନ୍ତି ପୁଝାରି, କୋକସରା ଆତ୍ମା କମିଟିର ଅଧ୍ୟକ୍ଷ ଋତୁରାଜ ମାଝୀ ଯୋଗଦେଇ ରାଜ୍ୟ ସରକାରଙ୍କ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ସଫଳ ରୂପାୟନ ଉପରେ ମତାମତ ଦେଇଥିଲେ। କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ପ୍ରଭାତ ଶୁକ୍ଳା, ଯୁଗଳ ବାଗ, ରାମକୃଷ୍ଣ ଚୌଧୁରୀ, ଅନୀଲ କୁମାର ବାଗ, ଅଧ୍ୟାପିକା ଲିପ୍ସାରାଣି ଦାସ, କଳ୍ପନା ଭୋଇ, ଜ୍ୟୋର୍ତିମୟୀ ପାଣିଗ୍ରାହୀ, କ୍ରୀଡା ଶିକ୍ଷକ ନିରଞ୍ଜନ ନେଗି, ସୁଜିତ ପଣ୍ଡା ଅନ୍ୟ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଆସନ୍ତା ୧୦ ଦିନ ଧରି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସଚେତନତା, କ୍ରୀଡା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବାନେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନରେ ସ୍ୱାସ୍ଥ୍ୟ ଶିବିର ଓ ରକ୍ତ ଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ରଙ୍ଗର ପର୍ବର ହୋଲି: ଗାଁଠୁ ସହର ସବୁଠି ଆନନ୍ଦ ଉଲ୍ଲାସ

masiha

ସ୍ଵାଧୀନତା ଦିବସରେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ୧୯୯୮ ମ୍ଯାଟ୍ରିକ ସହପାଠୀଙ୍କ ତରଫରୁ ଵୀର୍ସା ମୁଣ୍ଡା ବୃଦ୍ଧା ଶ୍ରମ ଅନ୍ତେଵାସୀଙ୍କୁ ସହାୟତା ବଣ୍ଟନ

Sunil Chandra Nayak

Leave a Comment

error: Content is protected !!