ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସନାତନ ସ୍ମୃତି ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାଇଘର //  ସ୍ଥାନୀୟ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସନାତନ ସ୍ମୃତି ସାହିତ୍ୟ ଅନୁଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ଅଧ୍ୟାପକ ଦୀନବନ୍ଧୁ ନନ୍ଦୀ ସଭାପତି ଭାବେ ମଞ୍ଚାସୀନ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପ ସଭାନେତ୍ରୀ ଲିପିକା ବାରୋଇ ଯୋଗ ଦେଇଥିଲେ | ପଞ୍ଚାୟତ ସମିତି କଲେଜ ଅଧ୍ୟକ୍ଷ ପରୀକ୍ଷିତ ସାହୁ ସମ୍ପାଦକୀୟ ଅଭିଭାଷଣ ଦେଇଥିବା ସହିତ ମୁଖ୍ୟ ବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦ ସଦସ୍ୟ ବଲ୍ଲଭ ରାଉତ , ସମ୍ମାନୀତ ଅତିଥି ଭାବେ ଚନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ, ରାଇଘର ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ସେଠୀ,ଶିକ୍ଷାବିତ ଜଗନ୍ନାଥ ବାରିକି ଉପସ୍ଥିତ ଥିଲେ | ଏହି ଅବସରରେ ଶିକ୍ଷାବିତ ଟୁଟୁବାବୁ ପଟ୍ଟନାୟକ ସମୀକ୍ଷକ ଭାବେ ମଞ୍ଚାସିନ ହୋଇଥିଲେ | ଏହି କାର୍ଯ୍ୟକ୍ରମକୁ ପୂର୍ଣଚନ୍ଦ୍ର ମିଶ୍ର, ଅଭିରାମ ଲେଙ୍କା, ମନୋରମା ମହାପାତ୍ର, ଧନଞ୍ଜୟ ମଲ୍ଲ, ସାଗର ପରିଡା ସଂଗ୍ରାମ ପରିଡା, ଲୋକେଶ ଜେନା, ରବୀନ୍ଦ୍ର ବାହିନୀପତି, ସ୍ଵାଗତିକା ବାହିନୀପତି, ଗୁରୁଦାସୀ ମଣ୍ଡଳ ଶକ୍ତି ଜେନା, ବିଭୀଷଣ ଗଣ୍ଡ, ବୁଦ୍ଧେଶ୍ୱର ମଣ୍ଡଳ ପରିଚାଳନା କରିଥିଲେ |ଏହି ଉତ୍ସବ ଅବସରରେ ଛବିଶ ଜଣ ସାହିତ୍ୟ ପ୍ରତିଭା ଙ୍କୁ ସମ୍ମାନୀତ କରାଯାଇଥିଲା | ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅଧ୍ୟାପକ ଗୋପାଳ ମହାରଣା ସଭାପତି ଅତିଥିଭାବେ କବି ସହଦେଵ ପରିଡା, କବି ରମେଶ ଚନ୍ଦ୍ର ନାହାକ, କବି ଅବିନାଶ ଶାନ୍ତା ପାତ୍ର ମଞ୍ଚାସିନ ହୋଇଥିଲେ ଏବଂ କବିତା ଗୁଡିକ ସଂଯୋଜନା କରିଥିଲେ ସ୍ଵାଗତିକା ସାହୁ, ମଧୁସ୍ମିତା ମହାରଣା ଏବଂ ବୈଜୟନ୍ତୀ ମାଳା ରାଉତ |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ବାଜି ରାଉତ କଲେଜ ପ୍ରାଧ୍ୟାପକ ହିମାଂଶୁ ଶେଖର ମିଶ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

masiha

ଜଟଣୀ ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ସୁଭଦ୍ରାର ହିତାଧିକାରୀଙ୍କୁ ଶୀଘ୍ର ଆର୍ଥିକ ସହାୟତା ନିମନ୍ତେ ସାମନ୍ୱୟ ବୈଠକ 

masiha

Leave a Comment

error: Content is protected !!