ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡା ରେ ୮୮ ତମ ଉତ୍କଳ ଦିବସ ପାଳିତ

ବାଲିଗୁଡା,01/04/23(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସଭାଗୃହ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଉପଖଣ୍ଡ ଉତ୍ସବ ପାଳନ କମିଟି ପକ୍ଷରୁ ୮୮ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟୁଷ ରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସମଗ୍ର ସହରରେ ଡାକବାଜି ଯନ୍ତ୍ର ଯୋଗେ “ବନ୍ଦେ ଉତ୍କଳ ଜନନୀ “ସଙ୍ଗୀତ ପରିବେଷଣ କରାଯାଇଥିଲା l ପରେ ପରେ ସଭା ଗୃହ ପରିସରରେ ଏକ ସାଧାରଣ ସଭା ର ଆୟୋଜନ ହୋଇଥିଲା l ଏଥିରେ ସ୍ଥାନୀୟ ଉପଜିଲ୍ଲାପାଳ ତଥା ଉତ୍ସବ ପାଳନ କମିଟି ର ସଭାପତି ଏମ.ଏସ. ମଧୁମିତା ମୁଖ୍ୟଅତିଥି ଭାବେ ଯୋଗଦେଇ ଉପସ୍ଥିତ ଅତିଥି ଓ ଜନସାଧାରଣ ଙ୍କୁ ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବା ବେଳେ ମୁଖ୍ୟବକ୍ତା ଭାବେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ପ୍ରଧ୍ୟାପକ ଡଃ.ବିଭୂତି ଭୂଷଣ ଆଚାର୍ଯ୍ୟ, ସମ୍ମାନିତ ବକ୍ତା ଭାବେ ବରିଷ୍ଠ ଆଇନଜିବୀ ତଥା ଉତ୍କଳ ସମ୍ମିଳନୀର ସଦସ୍ୟ କୌଶିକ ସାହୁ, ସମ୍ମାନୀତ ଅତିଥି ଭାବେ ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ର, ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ଆଦିବାସୀ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ସହକାରୀ ଜିଲ୍ଲାପାଳ ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଉପଖଣ୍ଡ ଉତ୍ସବ ପାଳନ କମିଟି ର ସମ୍ପାଦକ ବନମାଳୀ ଶତପଥୀ, ସହ ସଂପାଦକ ତୀର୍ଥବାସୀ ଘଡାଇ ପ୍ରମୁଖ ଉପସ୍ଥିତ ରହି ଉତ୍କଳ ର ବରପୁତ୍ର ମାନଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ l ବନବାସୀ ସେବା ସମିତିର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କରାଯାଇଥିଲା l ବୀର ପ୍ରସବିନୀ ଉତ୍କଳ ମାତା ର ବରପୁତ୍ର ମାନଙ୍କ ଆଜୀବନ ସଂଗ୍ରାମ ଓ ଅପୂର୍ବ ତ୍ୟାଗ ଯୋଗୁଁ ଆଜି ଆମେ ଉତ୍କଳୀୟତା ଲାଭ କରିପାରିଛେ, ବୋଲି ଉପସ୍ଥିତ ସମସ୍ତ ଅତିଥି ସମ୍ୟକ ସୂଚନା ପ୍ରଦାନ କରିଥିଲେ l ଏ ନେଇ ଟାଉନର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଉତ୍କଳ ର ବରପୂତ୍ର ମାନଙ୍କ ଗାଥା କୁ ନେଇ ଦେଶାତ୍ମବୋଧ ବକୃତା, ଗୀତ, ସଂଗୀତ କୌତୁକ ପୋଷାକ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। ଉପଖଣ୍ଡ ଉତ୍ସବ ପାଳନ କମିଟି ସହ ସଂପାଦକ ତୀର୍ଥବାସୀ ଘଡାଇ ସଭା ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

MP Rajya Sabha Shri Niranjan Bishi Demands Conferment of Bharat Ratna on Bhagaban Birsa Munda (Posthumously)

Sunil Chandra Nayak

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ତେନ୍ତୁଳିଖୁଣ୍ଟି ବ୍ଲକ ଶିକ୍ଷକ ସଙ୍ଘ ନିର୍ବାଚନ ଅନୁଷ୍ଠିତ 

Sunil Chandra Nayak

ଶ୍ରେଷ୍ଠ ଓଡ଼ିଆଣୀ ଅଡିସନର ପ୍ରଥମ ଦିବସ

Sunil Chandra Nayak

Leave a Comment

error: Content is protected !!