ଥୁଆମୂଳ ରାମପୁର:୨୩/୦୪ – (ମନିସ):- ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ଯାଳୟ ଓ ବ୍ଳକ ସଦରମହକୁମା ଗୁଡିକର ସୌନ୍ଦର୍ଯ୍ୟ କରଣ ସହିତ ଯାତ୍ରୀ ମାନଙ୍କ ସୁବିଧା ପାଇଁ ବସଷ୍ଟାଣ୍ଡ ଓ ଶୌଚାଳୟ ନିର୍ମାଣ କରିବା ଦିଗରେ ବିଭାଗ ପକ୍ଷରୁ ତତ୍ପରତା ବୃଦ୍ଧି ପାଇବା ବେଳେ କିଛି ସ୍ଥାନର ଉନ୍ନତି ଦିଗରେ ଅଳ୍ପ କିଛି ସୁବିଧା ଯୋଗାଇ
ଦିଆଯାଇଛି। ଆଉ କେତେକ ବ୍ଳକର ସଦରମହକୁମା ପ୍ରତି ଅଣଦେଖା ମଧ୍ୟ କରାଯାଇଛି। ଏପରି ଏକ ବ୍ଳକ ସଦରମହକୁମା ରହିଛି ଯାହାକି ଦୀର୍ଘ ସମୟରୁ ହିଁ ରହିଥିବା ଏକ ବ୍ଳକ ତାହା ହେଲା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ। ପାହାଡ ପର୍ବତ ଘେରରେ ଅବସ୍ଥିତ ୨୪ ଗୋଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ ଏହି
ବ୍ଳକ। ଏହି ବ୍ଳକର ଦୁର୍ଗମ ଅଞ୍ଚଳର ଲୋକେ ସଦରମହକୁମା ଠାରେ ବିଭିନ୍ନ କାର୍ଯ୍ଯାଳୟ ରହିଥିବା ଯୋଗୁଁ ନିତିଦିନିଆ ବିଭିନ୍ନ କାମନେଇ ଆସିଥାନ୍ତି। ଥୁଆମୂଳ ରାମପୁର ବ୍ଳକ ସହିତ ଭବାନୀପାଟଣା, ଜୁନାଗଡ, କଲମପୁର ବ୍ଳକ ରାୟଗଡା ଜିଲ୍ଲା ନବରଙ୍ଗପୁର ଜିଲ୍ଲା ସହିତ ଏହି ସ୍ଥାନ ସଂଯୋଗ କରୁଅଛି।
ଥୁଆମୂଳ ରାମପୁର ବ୍ଳକ ସଦରମହକୁମା କୁ ରାୟଗଡା ଜିଲ୍ଳାରୁ ଓ ଭବାନୀପାଟଣା ଠାରୁ ଯାତ୍ରୀବାହୀ ବସ ମଧ୍ୟ ଚଳାଚଳ କରୁଅଛି। ତେବେ ଏଠାରେ ଦୀର୍ଘ ଦିନରୁ ବସଷ୍ଟାଣ୍ଡ ଓ ଶୌଚାଳୟ ଅଭାବ ଯୋଗୁଁ ଯାତ୍ରୀ ମାନେ ବାରଦୁଆର ଶୁଣ୍ଢିପିଣ୍ତା ହୋଇ ରହିବାକୁ ବାଧ୍ୟ ହେଉଛନ୍ତି। ଯାତ୍ରୀ ମାନେ ଶୌଚାଳୟ ଓ ବସଷ୍ଟାଣ୍ଡ ନଥିବାରୁ ଅନେକ ସମୟରେ ଅସୁବିଧାରେ ପଡ଼ିବା ଭଳି ଘଟଣା ଦେଖିବାକୁ ମିଳୁଛି। ବସଷ୍ଟାଣ୍ଡ ନଥିବା ଯୋଗୁଁ କିଛି ବର୍ଷ ତଳେ ଗୋଟିଏ ମଣ୍ତପ ନିର୍ମାଣ କରାଯାଇଥିଲା ସେହି ମଣ୍ତପକୁ ହିଁ ଯାତ୍ରୀ ଓ ଅନ୍ଯାନ୍ଯ ଲୋକେ ନିର୍ଭର କରୁଛନ୍ତି। ଏଦିଗରେ ଜନପ୍ରତିନିଧି ମାନଙ୍କର ଉଦାସୀନତା ମନୋଭାବ ଯୋଗୁଁ ଏଠାରେ ଏଭଳି ପରିସ୍ଥିତି
ଉପୁଜିଥିବା ଜଣାଯାଏ। ଏହି ବ୍ଳକ ସଦରମହୋକୁମା କୁ ବଡ ବଡ ନେତାମାନେ ଆସୁଛନ୍ତି ଯାଉଛନ୍ତି ହେଲେ ସଦରମହୋକୁମାର ବିକାଶ ନେଇ କୌଣସି ପ୍ରକାରେ ଚେଷ୍ଟା କରୁନଥିବା ଭଳି ମନେ ହୁଏ। ଏହା ଛଡା ସ୍ଥାନୀୟ ଜନପ୍ରତିନିଧି ଙ୍କ ଦୂରଦୃଷ୍ଟି ଅପାରଗତା ଯୋଗୁଁ ସଦରମହୋକୁମା ର ବିକାଶ କ୍ଷେତ୍ରରେ ବାଧାପ୍ରାପ୍ତ ହେଉଅଛି। ସଦରମହୋକୁମା ରାସ୍ତାର ଅବସ୍ଥା ଯାହା ନକହିବା ଭଲ ସ୍ଥାନେ ସ୍ଥାନେ ଖାଲଖମାର ହୋଇରହିଛି। ଯାହାକି ଯାନବାହାନ ଚଳପ୍ରଚଳ ପ୍ରତି ବିପଦ ସୃଷ୍ଟି କରିବା ଭଳି ଆଶଙ୍କା ରହୁଛି। ବର୍ଷା ଦିନ ଆସିଗଲେ ରାସ୍ତା ଉପରେ ଏକ ପ୍ରକାର କୃତ୍ରିମ ବନ୍ଯା ପରିସ୍ଥିତିର ସମସ୍ୟା ଉପୁଜି ଥାଏ। ତାଛଡା ମୂଖ୍ଯ ରାସ୍ତାରେ ଅବାଧରେ ଗାଈଗୋରୁ ଚାଲି ଆସି ରାସ୍ତା ଉପରେ ଏକତ୍ରିତ ଭାବରେ ଗୋଠ ସଦୃଶ୍ୟ ରହୁଥିବା ଯୋଗୁଁ ଗାଡି ମଟର ଓ ସାଧାରଣ ମନୁଷ୍ୟ ଙ୍କର ଚଳପ୍ରଚଳ ପ୍ରତି ବିଶେଷ ଭାବରେ ପ୍ରଭାବ ପଡୁଥିବା ଜଣାଯାଏ। ସେହିଭଳି ସ୍ଥାନେ ସ୍ଥାନେ କୁଢକୁଢ ମହିଳା ଆବର୍ଜନା ଏତେତେଣୁ ପଡିରହୁଛି। ଏପରି ଭାବରେ କହିବାକୁ ଗଲେ ଅବ୍ଯବସ୍ତା ଘେରରେ ଥୁଆମୂଳ ରାମପୁର ବ୍ଳକ ସଦରମହକୁମା। ତେବେ ଏହାକୁ ଦୃଷ୍ଟିରେ ରଖି ବିଭାଗୀୟ ପକ୍ଷରୁ ସଦରମହୋକୁମାର ଉନ୍ନତି ଦିଗରେ ଦୃଷ୍ଟି ଦେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

