ପାଟଣାଗଡ଼ ( ମ ନି ସ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଠାରେ ଜୟ କିସାନ କୃଷକ ସୁରକ୍ଷା ସଂଗଠନ ଜୁରିଆ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ପାଳନ କରାଯାଇଛି। ଲୁହାସିଂହା ,ଦମାଇପାଲି ,ମାଟିଆଭଟା,ପଡିଆବାହାଲ, ବାଘ ମୁଣ୍ଡ , ଚଙ୍ଗରିଆ ଆଦି ୬ ଗୋଟି ପଞ୍ଚାୟତ କୁ ନେଇ ଗଠିତ ଜୟ କିସାନ ସୁରକ୍ଷା ସଂଗଠନ ପକ୍ଷରୁ ବହୁ ଆନନ୍ଦ ଉଲ୍ଲାସର ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି । ସଂଗଠନର ଚଙ୍ଗରିଆ ପଞ୍ଚାୟତ ସଭାପତି ବିପିନ ବରିହା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ସଂଗଠନର ସଂପାଦକ ଚିତ୍ତରଞ୍ଜନ ସିଂ ନିନା , ବିପିନ ବରିହା ଚାଷ ଅନୁକୂଳ କରି କ୍ଷେତରେ ବିହନ ବୁଣିଥିଲେ । ପ୍ରଥମେ ମାଟିମାତା , ଲକ୍ଷ୍ମୀ ନାରାୟଣ , ହଲଲଙ୍ଗଲ ଙ୍କୁ ଧୂପ , ଦୀପ ସହ ସମସ୍ତ ପୂଜାର୍ଚ୍ଚନା କରାଯାଇଥିଲା । ବଦଳ ମାନଙ୍କୁ ଫୁଲ ମାଳ ଚନ୍ଦନ ମଖାଇ ଲଙ୍ଗଳ ଚାଷ ଆରମ୍ଭ କରାଯାଇଥିଲା । ଚାଷୀ ସୁନାରାମ ପୁଟେଲ ଲକ୍ଷ୍ମୀ ନାରାୟଣ ଙ୍କ ଜଣାଣ ଗାନ କରିଥିଲେ । ପରେ ହଲ ଲଙ୍ଗଲ ସାହାଯ୍ୟରେ ଚାଷ କାର୍ଯ୍ୟ ଅନୁକୂଳ କରାଯାଇଥିଲା । ଏଥିରେ ଚାଷୀ ଶତୃଘ୍ନ,ସୁନାରାମ ପୁଟେଲ ଘାସିରାମ ମଲ୍ଲିକ,ଭୁବନ ପୁଟେଲ ହଲିଆ ଗୀତ ଗାଇଥିଲେ । ସଂଗଠନର ସମସ୍ତ ସଦସ୍ୟ ଆସନ୍ତା ବର୍ଷ ଭଲ ଫସଲ ଅମଳ ହେବା ସହିତ ଯେପରି କୌଣସି ଦୈବି ଦୂର୍ବିପାକରେ ଚାଷୀ କ୍ଷତିଗ୍ରସ୍ତ ନହୁଏ, ସେଥିପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଧାନ ମୁଠି ଅନୁକୂଳ କାମ ସାରି ଫେରିବା ପରେ ସମସ୍ତ ଚାଷୀ କୁଳ ଙ୍କୁ ଗାଁ ପ୍ରହରୀ ମଣ୍ଡପ ଠାରେ ଦୀପ ପ୍ରଜ୍ବଳନ ସହ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଉପଦେଷ୍ଟା ବାବାଜୀ ମେହେର , ଗୋରେଖନାଥ ବରିହା , ମିନକେତନ ପ୍ରଧାନ , ଉମାକାନ୍ତ ପୁଟେଲ , ଘନଶ୍ୟାମ ଥପା, ଶୁକୃ ବରିହା , ପଙ୍କଜ ପୁଟେଲ ,ବିଦ୍ୟା ବରିହା , ଶତୃଘ୍ନ ସାହୁ ,କୁରେଶ୍ଵର ବରିହା , ଭୂବନ ପୁଟେଲ ,କିର୍ତ୍ତନ ପୁଟେଲ , ଘାସିରାମ ମଲ୍ଲିକ , ଚୈତନ୍ୟ ପୁଟେଲ ,ଭିନୁପୁଟେଲେ , ନେତ୍ର ବରିହା ,ମନୁବରିହା ,ମୁରଲି ରାଉତ ,କାଳିଆ ବରିହା , କାନ୍ଥ ପୁଟେଲ ଙ୍କ ସମେତ ଅନ୍ୟ ଚାଷୀମାନେ ଉପସ୍ଥିତ ଥିଲେ । ।
previous post