ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଙ୍ଗାଲଜୁରୀ ରେ ଜୟ କିସାନ କୃଷକ ସୁରକ୍ଷା ସଂଗଠନ ପକ୍ଷରୁ ଅକ୍ଷୟ ତୃତୀୟା ପାଳିତ

ପାଟଣାଗଡ଼ ( ମ ନି ସ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଠାରେ ଜୟ କିସାନ କୃଷକ ସୁରକ୍ଷା ସଂଗଠନ ଜୁରିଆ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ପାଳନ କରାଯାଇଛି। ଲୁହାସିଂହା ,ଦମାଇପାଲି ,ମାଟିଆଭଟା,ପଡିଆବାହାଲ, ବାଘ ମୁଣ୍ଡ , ଚଙ୍ଗରିଆ ଆଦି ୬ ଗୋଟି ପଞ୍ଚାୟତ କୁ ନେଇ ଗଠିତ ଜୟ କିସାନ ସୁରକ୍ଷା ସଂଗଠନ ପକ୍ଷରୁ ବହୁ ଆନନ୍ଦ ଉଲ୍ଲାସର ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି । ସଂଗଠନର ଚଙ୍ଗରିଆ ପଞ୍ଚାୟତ ସଭାପତି ବିପିନ ବରିହା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ସଂଗଠନର ସଂପାଦକ ଚିତ୍ତରଞ୍ଜନ ସିଂ ନିନା , ବିପିନ ବରିହା ଚାଷ ଅନୁକୂଳ କରି କ୍ଷେତରେ ବିହନ ବୁଣିଥିଲେ । ପ୍ରଥମେ ମାଟିମାତା , ଲକ୍ଷ୍ମୀ ନାରାୟଣ , ହଲଲଙ୍ଗଲ ଙ୍କୁ ଧୂପ , ଦୀପ ସହ ସମସ୍ତ ପୂଜାର୍ଚ୍ଚନା କରାଯାଇଥିଲା । ବଦଳ ମାନଙ୍କୁ ଫୁଲ ମାଳ ଚନ୍ଦନ ମଖାଇ ଲଙ୍ଗଳ ଚାଷ ଆରମ୍ଭ କରାଯାଇଥିଲା । ଚାଷୀ ସୁନାରାମ ପୁଟେଲ ଲକ୍ଷ୍ମୀ ନାରାୟଣ ଙ୍କ ଜଣାଣ ଗାନ କରିଥିଲେ । ପରେ ହଲ ଲଙ୍ଗଲ ସାହାଯ୍ୟରେ ଚାଷ କାର୍ଯ୍ୟ ଅନୁକୂଳ କରାଯାଇଥିଲା । ଏଥିରେ ଚାଷୀ ଶତୃଘ୍ନ,ସୁନାରାମ ପୁଟେଲ ଘାସିରାମ ମଲ୍ଲିକ,ଭୁବନ ପୁଟେଲ ହଲିଆ ଗୀତ ଗାଇଥିଲେ । ସଂଗଠନର ସମସ୍ତ ସଦସ୍ୟ ଆସନ୍ତା ବର୍ଷ ଭଲ ଫସଲ ଅମଳ ହେବା ସହିତ ଯେପରି କୌଣସି ଦୈବି ଦୂର୍ବିପାକରେ ଚାଷୀ କ୍ଷତିଗ୍ରସ୍ତ ନହୁଏ, ସେଥିପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଧାନ ମୁଠି ଅନୁକୂଳ କାମ ସାରି ଫେରିବା ପରେ ସମସ୍ତ ଚାଷୀ କୁଳ ଙ୍କୁ ଗାଁ ପ୍ରହରୀ ମଣ୍ଡପ ଠାରେ ଦୀପ ପ୍ରଜ୍ବଳନ ସହ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଉପଦେଷ୍ଟା ବାବାଜୀ ମେହେର , ଗୋରେଖନାଥ ବରିହା , ମିନକେତନ ପ୍ରଧାନ , ଉମାକାନ୍ତ ପୁଟେଲ , ଘନଶ୍ୟାମ ଥପା, ଶୁକୃ ବରିହା , ପଙ୍କଜ ପୁଟେଲ ,ବିଦ୍ୟା ବରିହା , ଶତୃଘ୍ନ ସାହୁ ,କୁରେଶ୍ଵର ବରିହା , ଭୂବନ ପୁଟେଲ ,କିର୍ତ୍ତନ ପୁଟେଲ , ଘାସିରାମ ମଲ୍ଲିକ , ଚୈତନ୍ୟ ପୁଟେଲ ,ଭିନୁପୁଟେଲେ , ନେତ୍ର ବରିହା ,ମନୁବରିହା ,ମୁରଲି ରାଉତ ,କାଳିଆ ବରିହା , କାନ୍ଥ ପୁଟେଲ ଙ୍କ ସମେତ ଅନ୍ୟ ଚାଷୀମାନେ ଉପସ୍ଥିତ ଥିଲେ । ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ପରିବେଶ ସମ୍ବନ୍ଧୀୟ ନୈତିକ ମୂଲ୍ୟବୋଧ ଆଲୋଚନାଚକ୍ର 

Sunil Chandra Nayak

ବନ୍ଧୁଗାଁରେ ଶ୍ରୀ ଶ୍ରୀ ଶ୍ରୀ ମାଁ ଅଗ୍ନି ଗାଙ୍ଗାମାଁଙ୍କ ଘଣ୍ଟ ଯାତ୍ରା ମାର୍ଚ ୨ରୁ ୧୦ ପର୍ଯ୍ୟନ୍ତ

Sunil Chandra Nayak

ବ୍ଲେସେଡ୍ ସାକ୍ରାମେଣ୍ଟ ହାଇସ୍କୁଲର ବୃକ୍ଷରୋପଣ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!