ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ବି ଜେ ପି ସରକାର ଶ୍ରମିକ ଙ୍କ କାର୍ଯ୍ୟ ଦିବସକୁ ୮ ରୁ ୧୨ ଘଣ୍ଟା କୁ ବୃଦ୍ଧି କରିବା ନିଷ୍ପତ୍ତି ବିରୁଦ୍ଧରେ ଏନ୍ ଏସ ପି ସି ଏଲ୍ ଓରକର୍ସ ୟୁନିୟନର ବିକ୍ଷୋଭ, ପ୍ରତ୍ୟାହାର ପାଇଁ ଦାବି

ରାଜ୍ୟ ବି ଜେ ପି ସରକାର ଶ୍ରମିକ ଙ୍କ କାର୍ଯ୍ୟ ଦିବସକୁ ୮ ରୁ ୧୨ ଘଣ୍ଟା କୁ ବୃଦ୍ଧି କରିବା ନିଷ୍ପତ୍ତି ବିରୁଦ୍ଧରେ ଏନ୍ ଏସ ପି ସି ଏଲ୍ ଓରକର୍ସ ୟୁନିୟନର ବିକ୍ଷୋଭ, ପ୍ରତ୍ୟାହାର ପାଇଁ ଦାବି

ରାଉରକେଲା ତା ୨୨/୧୦/୨୦୨୫ — ରାଜ୍ୟ ବିଜେପି ସରକାର ଙ୍କ କ୍ୟାବିନେଟ୍ ଗତ ସେପ୍ଟେମ୍ବର ୨୯ ତାରିଖ ରେ ଏକ ପାଖିଆ ଭାବରେ ରାଜ୍ୟରେ ଫ୍ୟାକ୍ଟ୍ରି ଆଇନ୍ -୧୯୪୮ ର ଧାରା ୫୧ ଓ ଧାରା ୫୪ ରେ ସଂଶୋଧନ ଆଣି ଶ୍ରମିକ ଙ୍କ ଦୈନିକ କାର୍ଯ୍ୟ ସମୟ ୮ ଘଣ୍ଟା ରୁ ୧୦ ଘଣ୍ଟା ବୃଦ୍ଧି କରିଛନ୍ତି ଯାହା ପ୍ରକୃତପକ୍ଷେ କାର୍ଯ୍ୟକାରୀ ହେଲେ ଶ୍ରମିକ ଙ୍କ କାର୍ଯ୍ୟ ସମୟ ୧୨ ଘଣ୍ଟା ହେବ ଏବଂ ସପ୍ତାହ କୁ ୪୮ ଘଣ୍ଟା ବଦଳରେ ୬୦ ଘଣ୍ଟା ହେବ। ମହିଳା ଶ୍ରମିକ ମାନଙ୍କୁ ରାତ୍ରୀକାଳୀନ କାର୍ଯ୍ୟ କରିବା ପାଇଁ ମଧ୍ୟ ଫ୍ୟାକ୍ଟ୍ରି ଆଇନ୍ ର ଧାରା ୬୬/୧ (ବି) କୁ ପରିବର୍ତ୍ତନ କରିଛନ୍ତି।ରାଜ୍ୟ ମୋହନ ମାଝୀ ସରକାର କେବଳ କର୍ପୋରେଟ ଓ ମାଲିକ ମାନଙ୍କ ସ୍ଵାର୍ଥ ରକ୍ଷା କରିବା ପାଇଁ ଏପରି ଶ୍ରମିକ ବିରୋଧୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

     ସରକାର ଙ୍କ ଏହି ନିଷ୍ପତ୍ତି ବିରୋଧରେ ସି ଆଇ ଟି ୟୁ ରାଜ୍ୟ କମିଟି ଡାକରା ରେ ଆଜି ଏନ୍ ଏସ ପି ସି ଏଲ ଓରକର୍ସ ୟୁନିୟନ,ସି ଆଇ ଟି ୟୁ ପକ୍ଷରୁ ସ୍ଥାନୀୟ ସେକ୍ଟର ୭-୧୭ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ତୁରନ୍ତ ଏପରି ଶ୍ରମିକ ବିରୋଧୀ ନିଷ୍ପତ୍ତି ରୁ ସରକାର କ୍ଷାନ୍ତ ହେବାକୁ ଚେତାଇ ଦିଆଯାଇଛି, ନଚେତ୍ ଆଗାମୀ ଦିନରେ ସଂଗଠନ ପକ୍ଷରୁ ବ୍ୟାପକ ଶ୍ରମିକ ଆନ୍ଦୋଳନ ପାଇଁ ଆହ୍ୱାନ କରାଯାଇଛି।

     ଆଜିର ବିକ୍ଷୋଭ ରେ ସି ଆଇ ଟି ୟୁ ଜିଲ୍ଲା ସାଧାରଣ ସମ୍ପାଦକ ତଥା ରାଜ୍ୟ ଉପସଭାପତି ବିମାନ ମାଇତି ଙ୍କ ସଭାପତିତ୍ବରେ କରିଥିଲା ବେଳେ ଅନ୍ୟତମ ବରିଷ୍ଠ ଜିଲ୍ଲା ଉପସଭାପତି ,ଶ୍ରୀମନ୍ତ ବେହେରା,ବି ପି ମହାପାତ୍ର, ଦିବାକର ମହାରଣା, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଜଗବନ୍ଧୁ ରାଉତ,ସୁରଜ ଦାସ୍, ଅଜିତ କୁମାର ରାୟ, ସୁରେନ୍ଦ୍ର ବେହେରା,ହିତେଶ ମଲିକ ପ୍ରମୁଖ ବକ୍ତବ୍ୟ ରଖି ସରକାର ଙ୍କ ଏପରି ନିଷ୍ପତ୍ତି ଫଳରେ ଶହ ଶହ ଶ୍ରମିକ ଛଟେଇ ହେବେ ଓ ନୂତନ ନିଯୁକ୍ତି ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ। ବୃହତ ମାଲିକ ଓ କର୍ପୋରେଟ ସ୍ଵାର୍ଥ ରକ୍ଷା କରିବା ପାଇଁ ରାଜ୍ୟ ବି ଜେ ପି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ବି ଜେ ପି ସରକାର ଙ୍କ ସମସ୍ତ ଶ୍ରମ ଆଇନ କୁ ରଦ୍ଦ କରି ୪ ଟି ଲେବର କୋର୍ଡ କରିଥିଲା ବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ରାଜ୍ୟ ଡବଲ ଇଞ୍ଜିନ ସରକାର ଏହି ଶ୍ରମିକ ବିରୋଧୀ ନିଷ୍ପତ୍ତି ନେଇଛନ୍ତି ଯାହା ଫଳରେ ଶ୍ରମିକ ଶ୍ରେଣୀ କୁ କ୍ରିତ୍ତଦାସ କରିବାକୁ ବି ଜେ ପି ସମସ୍ତ ପଦକ୍ଷେପ ଗ୍ରହଣ କରୁଛି। ଏହାକୁ ତୁରନ୍ତ  ସରକାର ଏହାକୁ ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ବ୍ୟାପକ ଶ୍ରମିକ ଆନ୍ଦୋଳନ ପାଇଁ ଆହ୍ୱାନ କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ଭାଷା ବିକାଶ ମଞ୍ଚର କୋଏଲ ବିଦ୍ଯାପୀଠରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳନ

Sunil Chandra Nayak

ଭବାନୀପାଟଣା ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା୨୦୨୪ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ 

masiha

ପି ଏମ ଶ୍ରୀ ସରକାରୀ ହାଇସ୍କୁଲ, ଜୁନାଗଡ଼ ରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ 

Leave a Comment

error: Content is protected !!