ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେକେ କଲେଜରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ଜେକେ କଲେଜରେ ଜାତୀୟ ସେବା ଯୋଜନା ଦିବସ ପାଳିତ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ଦିବସ ପାଳନ କରାଯାଇଛି l ଅଧ୍ୟକ୍ଷ ହେମନ୍ତ କୁମାର ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜାତୀୟ ସେବା ଯୋଜନାର ଅଧିକାରୀ ଅଧ୍ୟାପକ ନୀଳାମ୍ବର ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଗିରିରାଜ ଗହୀର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l ମଂଚାସୀନ ଅଧ୍ୟାପକ ମଣ୍ଡଳୀ ଛାତ୍ରଛାତ୍ରୀ ମାନଙ୍କୁ କିପରି ଗୋଷ୍ଠୀଗତ ସେବା ଦ୍ୱାରା ବ୍ୟକ୍ତିତ୍ୱ ଓ ଚରିତ୍ରଗଠନ କରିପାରିବେ ଆହ୍ୱାନ ଦେଇଥିଲେ l ଏହି ସଭାରେ ଅଧ୍ୟାପକ ଦୁଷ୍ମନ୍ତ ମିର୍ଧା, ତାପସ ରଞ୍ଜନ ସାହୁ, ସମନ ବରିହା, ଅଧ୍ୟାପିକା ଲିମା ପଧାନ, ସୀତା ରତାଇ, ଫାଲଗୁନି ସାହୁ, ଗୋଲସନ କୁମାର ନାଗ, ଦୀପ୍ତି ପ୍ରକାଶ ସାହୁ ଖେଳ ଶିକ୍ଷକ ଲଳିତ ଦାସ, ଗ୍ରନ୍ଥପାଳ ଚିନ୍ମୟ ରଣା, ଉପସ୍ଥିତ ଥିବା ବେଳେ ଜଗଦିଶ ଭୋଇ, ନାରାୟଣ ଗହୀର, ଯୋଗେନ୍ଦ୍ର ବେହେରା, ପାଣ୍ଡବ ହରିଜନ, କଳ୍ପନା ରଣା ସାହାଯ୍ୟ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଲୁହାଶିଳା ଆର.କେ. କଲେଜରେ “ବନ ମହୋତ୍ସବ” ପାଳିତ

Sunil Chandra Nayak

ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଲେବ ଟେନ୍ନିସିଆନଙ୍କ ଦ୍ୱାରା ରୋଗୀ ଏବଂ ସମ୍ପର୍କୀୟ ଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ

Sunil Chandra Nayak

ନଦୀ ରେ ବୁଡି ୨ବର୍ଷ ର ଶିଶୁ ମୃତ

Sunil Chandra Nayak

Leave a Comment

error: Content is protected !!