ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ମୋହନ ସରକାରକୁ ଡ଼ିଡ଼ିସିଏ କଲା ବଦନାମ”ଟ୍ରେ ନମ୍ବର ଚୋରୀରେ ରାଜସ୍ୱହ୍ରାସକୁ ନୂତନ ନିର୍ଦ୍ଧେଶକ ଙ୍କୁ ବଡ ଚାଲେଞ୍ଜ

“ମୋହନ ସରକାରକୁ ଡ଼ିଡ଼ିସିଏ କଲା ବଦନାମ”ଟ୍ରେ ନମ୍ବର ଚୋରୀରେ ରାଜସ୍ୱହ୍ରାସକୁ ନୂତନ ନିର୍ଦ୍ଧେଶକ ଙ୍କୁ ବଡ ଚାଲେଞ୍ଜ

ଯୋଡ଼ା/ଭୁବନେଶ୍ୱର:-ରାଜ୍ୟର ଯୋଡ଼ା ଖଣିବିଭାଗର ପ୍ରୟୋଗଶାଳା ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ କରି, ରାଜ୍ୟର ନୂତନ ସରକାର ଗଢିଥିବା ମୋହନ ସରକାରଙ୍କୁ ବଦନାମ କରିବାରେ କୌଣସି ଉଣା ବାକି ଆଉ ରଖିନାହିଁ ବୋଲି ବହୁ ତଥ୍ୟଭିତ୍ତିକ ଫୋଟ,ଭିଡିଓ ରାଜ୍ୟ ସାରା ଘୁରିବୁଲିବାରୁ ଜଣାପଡେ।ସରକାରଙ୍କ ଉଦାସୀନତାର ଲାଭ ଉଠାଇ, ଯୋଡ଼ା ଡ଼ିଡ଼ିସିଏ ଦାସମାତ ସୋରେନ, ଦୁଇଜଣ ଆସିଷ୍ଟାଣ୍ଟ କେମିଷ୍ଟ ମୁରଲୀ, ସସ୍ମିତା ଏବଂ ବିଭାଗେ ସ୍ଥାପନ ଥିବା ଗୁପ୍ତ ମେସିନରୁ ବାରମ୍ବାର ଟ୍ରେ ନମ୍ବର ଚୋରୀ କରି ଆଣି ଦେଉଥିବାଙ୍କ ଉତ୍ତପାତ ଚରମ ସୀମାରେ ପହଁଞ୍ଚିଥିଲେ ମଧ୍ୟ ରାଜ୍ୟ ରିସର୍ଚ୍ଚସେଣ୍ଟରର ପଦ’ପଦାଧିକାରୀ ନିଜର ସ୍ୱାର୍ଥ ହାସଲ ସଠିକ ସମୟରେ ପାଉଥିବା ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦୂରକଥା ଯୋଡ଼ା ପ୍ରୟୋଗଶାଳାର ଦୁର୍ନୀତିଗ୍ରସ୍ଥ ସୋରେନ, ସସ୍ମିତା, ମୁରଲୀ ଏବଂ ଟ୍ରେ ଚୋର ପ୍ରତି ସୁରକ୍ଷା ପ୍ରଦାନ ଦେଉଥିବାରୁ ମୁହଁ ଖୋଲିବାକୁ ମଧ୍ୟ ନାରାଜ ରହିଥିବାରୁ ନୂତନ ସରକାର ଆରମ୍ଭ ଦିନରୁ ବଦନାମର ମୁକୁଟ ପିନ୍ଧିବା ହୋଇଛି ବୋଲି ଚର୍ଚ୍ଚାରୁ ଜଣାପଡେ।ତେବେ ମୋହନ ସରକାରଙ୍କୁ କଳଙ୍କିତ କରୁଥିବା ଯୋଡ଼ା ଖଣିବିଭାଗର ପ୍ରୟୋଗଶାଳାରେ ଗ୍ରେଡ଼ଚୋରୀ କରୁଥିବା ଡ଼ିଡ଼ିସିଏ ଦାସମାତ ସୋରେନ, ଆସିଷ୍ଟାଣ୍ଟ କେମିଷ୍ଟ ମୁରଲୀ, ସସ୍ମିତା ଏବଂ ଦୀର୍ଘ ସମୟ ଧରି ଟ୍ରେ ନମ୍ବର ଚୋରୀ କରୁଥିବା ସ୍ୱାଧୀନ ଓ ତାର ଟିମ ପ୍ରତି ନୂତନ ଖଣି ନିର୍ଦ୍ଧେଶକ ରୋହିତ କୁମାର ଲେଙ୍କା ବିହିତ କାର୍ଯ୍ୟାନୁଷ୍ଠାନ ଉକ୍ତ ଦୁର୍ନୀତିଖୋର ପ୍ରୟୋଗଶାଳାଙ୍କ ପ୍ରତି ନେଇ, ସରକାରଙ୍କ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ବଜାୟ ରଖିବା ସହ ରାଜ୍ୟକୁ ସଠିକ ପରିମାଣର ରାଜସ୍ୱ ପ୍ରଦାନ କରିବାରେ ନିଜ ଦାୟତ୍ୱ ତୁଲାଇବେ ବୋଲି ସମଗ୍ର ଖଣିବାସୀଙ୍କ ଆଶା ଓ ବିଶ୍ୱାସରେ ରଖିଥିବାର ଜାଣିବାକୁ ମିଳେ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଡିଜିଟାଲ ମିଡ଼ିଆ ଜିଟିଭି ଭାରତ ଓଡ଼ିଆର ୭ମ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

କାମାକ୍ଷାନଗରର ବହୁ ପ୍ରାଚୀନ ଶିଵୁଳାପଶି ସ୍ଵପ୍ନେଶ୍ଵର ମନ୍ଦିରରେ ନବବର୍ଷ ଧାର୍ମିକ ଆଡ଼ମ୍ବର ସହ ପାଳନ 

masiha

ଧର୍ମଗଡ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଧର୍ମଗଡ ର ଯୁକ୍ତ ଦୁଇ ପରୀକ୍ଷା ରେ ଉଲ୍ଲେଖନୀୟ ସଫଳତା ,ଛାତ୍ରୀ ଝରଣା ମେହେର ଟପ୍ପର

masiha

Leave a Comment

error: Content is protected !!