ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନା ତରଫରୁ ୯ତମ “ଆମ ନୃତ୍ୟ, ଆମ ସଂସ୍କୃତି” କାର୍ଯ୍ୟକ୍ରମ ଉଦଯାପିତ

ଉତ୍କଳ ଆଲୁମିନା ତରଫରୁ ୯ତମ “ଆମ ନୃତ୍ୟ, ଆମ ସଂସ୍କୃତି” କାର୍ଯ୍ୟକ୍ରମ ଉଦଯାପିତ

ରଙ୍ଗାରଙ୍ଗ ସାଂସ୍କୃତିକ ନୃତ୍ୟରେ ଦୁଲୁକିଲା ମଞ୍ଚ

ରାୟଗଡ଼ା,୯/୩…. ରାୟଗଡା ଜିଲ୍ଲା ଟିକିରୀ ନୂଆପଡା ସ୍ଥିତ ଉତ୍କଳ ଆଲୁମିନା ଟାଉନସିପ୍‍ ପରିସରରେ ୯ମ ତମ “ଆମ ନୃତ୍ୟ, ଆମ ସଂସ୍କୃତି” କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଦୁଇଦିନିଆ ଚାଲିଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ରଙ୍ଗାରଙ୍ଗ ସଂସ୍କୃତିକ ନୃତ୍ୟୁ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥୀ ଭାବେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ଯୋଗଦେଇ ବର୍ଣ୍ଣାଢ୍ୟ ପରିବେଶରେ ଏହି ସଂସ୍କୃତିକ ସମାରୋହକୁ ଉଦଘାଟନ କରିଥିଲେ । ସମ୍ମାନୀୟ ଅତିଥୀ ଭାବେ କାରାଖାନ ମୁଖ୍ୟ ଶ୍ରୀ ରବି ନାରାୟଣ ମିଶ୍ର ଓ ସିଏସଆର ବିଭାଗ ମୁଖ୍ୟ ଲୋପାମୁଦ୍ରା ମିଶ୍ରା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ଉଦୋଧନ ଦେଇ ମୁଖ୍ୟ ଅତିଥୀ ଶ୍ରୀ ଖେମୁଣ୍ଡୁ, ଅବିଭକ୍ତ କୋରାପୁଟ ଜିଲ୍ଲାର ସଂସ୍କୃତିକ ଐତିହ ସଂମ୍ପର୍କରେ ଉଲ୍ଲେଖ କରିଥିଲେ । ଏଥୀସହିତ ଅଞ୍ଚଳରେ ଲୋକପ୍ରିୟ ଦେଶୀଆ ଭାଷାକୁ ଆହୁରି ଲୋକପ୍ରିୟ ଏବଂ ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ ସକାଶେ ସଭାରେ ଗୁରୁତ୍ୱାରୋପ କରିଥିଲେ । କାରଖାନ ତରଫୁର ଆୟୋଯିତ ଆମ ନୃତ୍ୟୁ ଆମ ସଂସ୍କୃତି କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଞ୍ଚଳ ପ୍ରତିଭାଙ୍କୁ ଉପଯୁକ୍ତ ମଞ୍ଚ ପ୍ରଦାନ କରାଯାଉଥିବାରୁ ଶ୍ରୀ ଖେମୁଣ୍ଡୁ ଏହି ଉଦ୍ୟମକୁ ଭୂୟୁସୀ ପ୍ରସଂଶା କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ରଜନୀରେ କାରଖାନା ପାର୍ଶ୍ୱସ୍ତ ୨୦ଟି ଗ୍ରାମରୁ ଆସିଥିବା ନୃତ୍ୟୁ ପ୍ରତିଯୋଗୀମାନେ ମଞ୍ଚରେ ଆଧିବାସୀ ପାରମ୍ପରିକ ସାଂସ୍କୃତିକ ନୃତ୍ୟୁ ପରିବେଷଣ କରିଥିଲେ । ଏଥିମଧ୍ୟରୁ ୩ଗୋଟି ସଂସ୍କୃତିକ ନୃତ୍ୟ ଦଳ, ପ୍ରଥମ ସ୍ଥାନରେ ଗୋକୁଲମୁଣ୍ଡା, ଦ୍ୱିତୀୟ ସ୍ଥାନ ମୌଇଲିଗୁଡା ଓ ତୃତୀୟ ସ୍ଥାନରେ ବାଗ୍ରିଝୋଲା ଗାଁର ପ୍ରତିଯୋଗୀ ଶିର୍ଷ ତିନୋଟି ସ୍ଥାନ ଅକ୍ତିଆ କରିଥିଲେ । ସେହିପରି ଆମ ନୃତ୍ୟୁ, ଆମ ସଂସ୍କୃତି ଦ୍ୱିତୀୟ ରଜନୀରେ ଏହି ୩ଗୋଟି ଶ୍ରେଷ୍ଠ ବିଜୟୀ ଦଳ ମଞ୍ଚରେ ନୃତ୍ୟ ପରିବେଷଣ କରିବା ସହ ଉପସ୍ଥିତ ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଦ୍ୱତୀୟ ସନ୍ଧ୍ୟାରେ ପ୍ରଶସନିକ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିର୍ଷ୍ଣର୍ୁ ଚରଣ ପାତ୍ର ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କହଁର ସଭାରେ ଉଦବୋଧନ ଦେଇ କାରଖାନର ଏଭଳି ଅନ୍ୟନ୍ୟ ପ୍ରୟାସକୁ ଉଚ୍ଛ ପ୍ରଶଂସା କରିଥିଲେ । ସଂସ୍କୃତି ଓ ମନୁଷ୍ୟ ସଭ୍ୟତା କିଭଳି ଅଙ୍ଗାଅଙ୍ଗି ଭାବେ ଜଡିତ ସେ ନେଇ ସଭାରେ ମତ ପୋଷଣ କରିଥିଲେ । ଅନୁରୂପ ଅତିରିକ୍ତ ଜିଲ୍ଲା ଆରକ୍ଷୀ ୍‍ଧୀକ୍ଷକ ମଧ୍ୟ ସଭାରେ ଆମ ନୃତ୍ୟୁ, ଆମ ସଂସ୍କୃତି କାର୍ଯ୍ୟକ୍ରମ ଜରିଆରେ ଅଞ୍ଚଳର ପରମ୍ପରା ଓ ଲୋକ ସଂସ୍କୃତି ରାଜ୍ୟରେ ପରିଚୟ ହାସଲ ସକାଶେ ବଳିଷ୍ଠ ମାଧ୍ୟମ ହୋଇଥବାରୁ ସ୍ଥାନୀୟ ଅଞ୍ଚଳର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବିତ ରଖିବ ବୋଲି ମତ ପୋଷଣ କରିଥିଲେ । ଅନ୍ୟପକ୍ଷେ ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ ସକାଶେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥଇବା ପରମ୍ପରିକ ନୃତ୍ୟ ଦଳ ମଞ୍ଚରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରଦର୍ଶନ କକରିଥିଲେ । ମିଜୋରାମ, ଆଶାମ, ମଣିପୁର, ନାଗାଲାଣ୍ଡ, ପଞ୍ଜାବ, ତାମିଲନାଡୁରୁ ଆସିଥିବା ନୃତ୍ୟଶିଳ୍ପିମାନେ ମଞ୍ଚରେ ପାରମ୍ପରିକ ନୃତ୍ୟୁ ପ୍ରଦର୍ଶନ କରି ଦର୍ଶକଙ୍କ ମନମୋହିଥିଲେ । ଉକ୍ତ କାର୍ଯ୍ୟକ୍ରମ ଉତ୍କଳ ଆଲୁମିନା କାରଖାନା ସିଏସଆର ବିଭାଗର ମୁଖ୍ୟ ଲୋପାମୁଦ୍ର ମିଶ୍ରଙ୍କ ପ୍ରତ୍ୟେଙ୍କ ତତ୍ୱବଧାନରେ ଆୟୋଜିତ ହୋଥଇବା ବେଳେ କର୍ପୋରେଟ କମ୍‍ୟୁନିକେସନ ଆଞ୍ଚଳିକ ମୁଖ୍ୟ ଡ. ବିଭୁଦତ୍ତ ମହାପାତ୍ର, କମ୍ପାନୀ ମାନବସମ୍ବଳ ବିଭାଗ ପ୍ରମୁଖ ବିଜୟ କୁମୁରା, କାରଖାନା ଲୋକ ସଂମ୍ପର୍କ ବିଭାଗ ମୁଖ୍ୟ ପିତାମ୍ବର ବେହେରାଙ୍କ ସମେତ କାରାଖାନର ଅନ୍ୟ ସମସ୍ତ ବିଭାଗ ପ୍ରମୁଖ ସପରିବାର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରଙ୍ଗାରଙ୍ଗ ସାଂସ୍କୃତିକ ନୃତ୍ୟ ଉପଭୋଗ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ରେ ମା ଦୂର୍ଗା ପୂଜା ଆରମ୍ଭ 

masiha

ଶତାୟୁ,ବି.ବି. ହାଇସ୍କୁଲ,ଢେଙ୍କାନାଳ ପରିସରରେ ବର୍ଣ୍ଣାଢ଼୍ୟ ୭୫ତମ ସାଧାରଣତନ୍ତ୍ର ଦିବସ -୨୦୨୪ ଉତ୍ସବ ପାଳିତ

masiha

ରାୟଗଡ଼ା ରେଳ ଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ

masiha

Leave a Comment

error: Content is protected !!